ଆଉ ମିଳିବ ନାହିଁ ଟ୍ରେନ୍‌ରେ ମସାଜ୍‌ ସେବା : ସମାଲୋଚନା ପରେ ଏହି ପ୍ରସ୍ତାବକୁ ରବ୍ଦ କଲା ରେଳବିଭାଗ

Published: Jun 16, 2019, 2:56 pm IST

ରେଳବିଭାଗ ଦ୍ବାରା  ଟ୍ରେନରେ ଆରମ୍ଭ ହେବାକୁ ଥିବା ମସାଜ ସେବାକୁ ବନ୍ଦ କରାଯାଇଛି ।  ବିଭିନ୍ନ ମହଲରେ ଏହି ସେବାକୁ ନେଇ ସମାଲୋଚନା ହେବାପରେ ରେଳ କର୍ତ୍ତୃପକ୍ଷ ଏହି ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ମୁଖପାତ୍ର କହିଛନ୍ତି। ଗତକାଲି ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନ ଏହି ସେବା ଉପରେ ଆପତ୍ତି ଉଠାଇବା ସହିତ ଏହା ଭାରତୀୟ ସଂସ୍କୃତିର ବିରୁଦ୍ଧାଚରଣ କରୁଛି ବୋଲି କହିଥିଲେ । ମହାଜନ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇବା ସହ ମହିଳା ଯାତ୍ରୀଙ୍କ ସାମ୍ନାରେ ଏପରି ସେବା ଯୋଗାଇଦେବା କେତେ ଦୂର ଯଥାର୍ଥ ବୋଲି ସୂଚିତ କରିଥିଲେ । ପୂର୍ବରୁ ଏହି ସେବାକୁ ଇନ୍ଦୋରର ସାଂସଦ ଲାଲଓ୍ବାନୀ ନାପସନ୍ଦ କରିଥିଲେ । ଟ୍ରେନରେ ଯାତ୍ରୀଙ୍କୁ ଉଭୟ ପାଦ ଓ ମୁଣ୍ଡର ମସାଜ ସେବା ମିଳିବ ବୋଲି ଘୋଷଣା କରିଥିଲା ରେଳ ବିଭାଗ। ଏଥିପାଇଁ ୧୦୦ ଟଙ୍କାର ଟିକଟ ବ୍ୟତୀତ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା। ଏହି ସେବା ଦ୍ୱାରା ରେଳଯାତ୍ରା ଆରାମଦାୟକ ହେବସହିତ ଭାରତୀୟ ରେଳ ବାର୍ଷିକ ୨୦ ଲକ୍ଷରୁ ଅଧିକ ରୋଜଗାର କରିବ ବୋଲି ଆଶା ରଖିଥିଲା ରେଳ ବିଭାଗ।

Related posts