ଚଳିତ କ୍ରିକେଟ ବିଶ୍ବକପ୍ର ହାଇଭୋଲ୍ଟେଜ୍ ଭାରତ ପାକିସ୍ତାନ ମ୍ୟାଚ୍ ଆରମ୍ଭ ହୋଇଛି । ଟସ୍ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛି ପାକିସ୍ତାନ । ପାକିସ୍ତାନ ପକ୍ଷରୁ ଏହାର ପୂର୍ବ ମ୍ୟାଚ୍ର ଟିମ୍ ଅପରିବର୍ତ୍ତିତ ରହିଥିବା ବେଳେ ଭାରତ ପକ୍ଷରୁ ବିଜୟ ଶଙ୍କର ନିଜର ବିଶ୍ବକପ୍ ପଦାର୍ପଣ କରିଛନ୍ତି । ଆହତ ଭାରତୀୟ ଓପ୍ନର ଶିଖର ଧଓ୍ବନ୍ଙ୍କ ସ୍ଥାନରେ କେଏଲ୍ ରାହୁଲ ଓପ୍ନର ରହିଥିବା ବେଳେ ଚାରି ନମ୍ବର ସ୍ଥାନ ପାଇଁ ବିଜୟ ଶଙ୍କର ଖେଳୁଛନ୍ତି । ଭାରତ ପ୍ରଥମେ ବ୍ୟାଟିଂ କରି 10.1 ଓଭର ଶେଷ ସୁଦ୍ଧା ବିନା ଓ୍ବିକେଟରେ 57 ରନ୍ ସଂଗ୍ରହ କରିଛି ।