ସୋମଲିଆଠାରେ ଏକ ଆଇଡି ବିସ୍ଫୋରଣରେ କେନିୟା ପୁଲିସ୍ର ଆଠ ଜଣ ଅଧିକାରୀଙ୍କ ମୃତ୍ୟ ଘଟିଛି । ଶନିବାର ଦିନ ସୋମଲିଆ ସୀମାରେ ପାଟ୍ରୋଲିଂ କରୁଥିବା ସମୟରେ ଏହି ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁସାରେ କେନିୟା ଓ ସୋମଲିଆର ମଧ୍ୟବର୍ତ୍ତୀ ସୀମା ସ୍ଥିତ ଓ୍ବଜିର୍ କଣ୍ଟ୍ରିର ଖରୋପ୍-ହରାରା ଓ କାନ୍ଟନ୍ ସୀମାରେ ଏହି ଆଇଡି ବିସ୍ଫୋରଣ ଘଟିଛି । ଶୁକ୍ରବାର ଦିନ ଏହି ସୀମାରେ ଇସ୍ଲାମୀ ଅଲ୍ ଶବାବ୍ର ଚରମପନ୍ଥୀଙ୍କ ଦ୍ବାରା ଆକ୍ରମଣ ହେବାର ସୂଚନା ରହିଥିଲା । ଏହି ଆକ୍ରମଣ ଘଟଣା ପାଇଁ ଅଲକାଏଦା ସହ ଯୋଡ଼ି ହୋଇ ରହିଥିବା ଚରମପନ୍ଥୀ ସମୂହ ଦାୟୀ ରହିଛି । ୧୧ଜଣ ଅଧିକାରୀ ପାଟ୍ରୋଲିଂରେ ଯାଇଥିବାବେଳେ ଏହି ଆକ୍ରମଣରେ ୮ଜଣ ଅଧିକାରୀ ନିହତ ହୋଇଛନ୍ତି ।
Tags: