Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଆ ଚଳଚ୍ଚିତ୍ର “ଦଶମ” ଟିମ୍ ପକ୍ଷରୁ ନୂଆ ପଦକ୍ଷେପ: ସରକାରୀ ସ୍କୁଲମାନଙ୍କରେ କରୁଛି ଚିତ୍ରାଙ୍କନ ପ୍ରତିଯୋଗିତା
ଆଜିର ଖବର

ଓଡ଼ିଆ ଚଳଚ୍ଚିତ୍ର “ଦଶମ” ଟିମ୍ ପକ୍ଷରୁ ନୂଆ ପଦକ୍ଷେପ: ସରକାରୀ ସ୍କୁଲମାନଙ୍କରେ କରୁଛି ଚିତ୍ରାଙ୍କନ ପ୍ରତିଯୋଗିତା

February 15, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ତରୁଣ ବୟସର ପିଲାଙ୍କ ପାଇଁ ମନୋରଞ୍ଜନର ଖୁରାକ ଯୋଗାଇ ବହୁତ ଚର୍ଚ୍ଚା ରେ ଏବେ ଯୁବ ସିନେ ନିର୍ଦ୍ଦେଶକ ରାଜା ଡ଼ି। ଅନେକ ସଫଳ ମ୍ୟୁଜିକ ଭିଡ଼ିଓ ନିର୍ଦ୍ଦେଶନା ଦେଇ ମ୍ୟୁଜିକ ଭିଡିଓ ଦୁନିଆରେ ଗୋଟେ ପରିବର୍ତ୍ତନ ଆଣିବା ସହିତ ଅନେକ କଳାକାର ସୃଷ୍ଟି କରିଥିଲେ ରାଜା ଡ଼ି। ବର୍ତ୍ତମାନ ର ଡ୍ୟାନସିଂ ଷ୍ଟାର ଶୈଳେନ୍ଦ୍ର ସାମନ୍ତରାୟ, ନୀଳାକ୍ଷୀ ପାତ୍ର, ଆକାଶ ହୋତା, ଫନି ପ୍ରକାଶ, ଅର୍ମାନ ମହାନ୍ତି, ବଣ୍ଟି, ଜ୍ୟୋତି, ସିମ୍ରନ, ସୁମନ ପଟ୍ଟନାୟକ, ସୁଶାନ୍ତ ଦାସ ମହାପାତ୍ର, ସନ୍ତୁ ନିଜେ, ରବି ମିଶ୍ର ପ୍ରମୁଖଙ୍କୁ କଳାକାରଙ୍କୁ ନେଇ ଦଶମ ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରି ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି।

ଅନେକ ବର୍ଷ ପରେ ପ୍ରେକ୍ଷାଳୟରେ ଚତୁର୍ଥ ସପ୍ତାହ ପର୍ଯ୍ୟନ୍ତ ପୂର୍ଣ୍ଣମାତ୍ରାରେ ସିନେମା ଚାଲୁଅଛି। ଦର୍ଶକ ଢେର ଭଲ ପାଇବା ଦେଇଚାଲିଛନ୍ତି। ତରୁଣ ବୟସର ପିଲାଙ୍କ ପାଇଁ ପରିକଳ୍ପନା କରି ନିର୍ମାଣ କରିଛନ୍ତି ନିର୍ଦ୍ଦେଶକ ହେଲେ ସବୁ ବର୍ଗର ଦର୍ଶକଙ୍କ ଠୁ ପ୍ରଶଂସା ମିଳୁଛି।

ଦଶମ ଟିମ୍ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି। ବିଭିନ୍ନ ଜିଲ୍ଲାର ସରକାରୀ ସ୍କୁଲ ମାନଙ୍କରେ ଚିତ୍ରାଙ୍କନ ପ୍ରତିଯୋଗିତା କରି ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହିତ କଟକ, ଭୁବନେଶ୍ୱର, ବାରିପଦା ସମେତ ବିଭିନ୍ନ ସହରର ନିକଟସ୍ଥ ପ୍ରେକ୍ଷାଳୟରେ ସିନେମା ଦେଖିବାକୁ ସୁଯୋଗ ଦିଆଯାଉଛି। ପାଠ ସହିତ ମନୋରଞ୍ଜନ ବି ଜରୁରୀ ତେଣୁ ପିଲାମାନେ ଉତ୍ସାହର ସହିତ ଚଳଚ୍ଚିତ୍ର ଦଶମ ଦେଖୁଛନ୍ତି। ଦଶମ ଚଳଚ୍ଚିତ୍ରରେ ଓଡ଼ିଆ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ କଣ୍ଠ ସ୍ୱର ର ଶୀର୍ଷକ ଗୀତଟି ଯାଦୁ ଶ୍ରୋତା ଙ୍କୁ ବିମୋହିତ କରିଛି।

ଗୋଟିଏ ପରେ ଗୋଟିଏ ହିଟ୍ ଦେଇଆସୁଥିବା ଯୁବ ନିର୍ଦ୍ଦେଶକ ରାଜା ଡି ଙ୍କର ଏକ ନିଆରା ପରିକଳ୍ପନା ରେ ନିର୍ମିତ ଚଳଚ୍ଚିତ୍ର ଦଶମ ର ପ୍ରଯୋଜନା କରିଛନ୍ତି ଦୀପକ କୁମାର ଜେନା, ସହ-ପ୍ରଯୋଜନା କରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, କୌଶିକ ଦାସ ଏବଂ ରାମ ପଟ୍ଟନାୟକ। ଦଶମ ଚଳଚ୍ଚିତ୍ର ରେ ଏକା ସାଙ୍ଗରେ ୭ ଜଣ ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, କ୍ରିତ ପ୍ରିୟୋ, ସନ୍ଦୀପ ପଣ୍ଡା, ଶୁଭ୍ରଜିତ ମହାନ୍ତି, ବିଜୟ ରଥ, ସୁବ୍ରତ ବେହେରା ଏବଂ ଅନୁରାଗ ପଟ୍ଟନାୟକ ଥିବା ବେଳେ ସୁପରଷ୍ଟାର ବାବୁସାନ ମହାନ୍ତି, ଅନନ୍ୟା ଶ୍ରୀତମ ନନ୍ଦ, କୁଲଦୀପ ପଟ୍ଟନାୟକ, ବିରାଜ, ଗୌରବ ଆନନ୍ଦ, ଆଶ୍ରିତା, ସୌଜନ୍ୟ, ସୌରଭ, ଆଶୁତୋଷ, ସନ୍ଧ୍ୟାରାଣୀ, ସନ୍ଦୀପ ପଣ୍ଡା, ଶୈଳେନ୍ଦ୍ର ଏବଂ ସଞ୍ଜୀବ କୁମାର କଣ୍ଠଦାନ କରିଛନ୍ତି।

ଦଶମ ରେ ସମୁଦାୟ ୯ ଟି ଗୀତ ରହିଛି ଏବଂ ସମସ୍ତ ଗୀତ ଗୁଡିକୁ ଲେଖିଥିବା ଗୀତିକାର ମାନେ ହେଲେ ସିରାଜ ରଥ, ରଞ୍ଜନ, ସୌମ୍ୟ ରଞ୍ଜନ ପଣ୍ଡା, ସନ୍ଦୀପ ପଣ୍ଡା, ଜେ ପି ୱାର୍ଡସ୍ମିଥ, ରାଜେଶ ଦାସ ଏବଂ କୁମାରଶ୍ରୀ ସାହୁ। ପ୍ରଚାର ପ୍ରସାର ଦାୟିତ୍ୱ ରେ ଅଛନ୍ତି ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ।

ତେବେ ଦଶମ ଚଳଚ୍ଚିତ୍ର ରେ ଯେତେଜଣ ଚରିତ୍ର ଙ୍କୁ ନେଇ ନିର୍ମାଣ ହୋଇଛି ସମସ୍ତେ ନାବାଳକ ଓ ନାବାଳିକା। ସ୍କୁଲ ବେଳର କିଛି ଖଟା ମିଠା କଥା, ଦଶମ ଶ୍ରେଣୀ ର କିଛି ଅନୁଭୂତି କୁ ନେଇ ଚଳଚ୍ଚିତ୍ର ଦଶମ ଦୀର୍ଘ ୩ ସପ୍ତାହ ପରେ ମଧ୍ୟ ଦର୍ଶକାଦ୍ରୁତ ହୋଇପାରିଛି।  କାହାଣୀ ଓ ସଂଳାପ କୁମାରଶ୍ରୀ ସାହୁ ଏବଂ ରାଜା ଡି। ଡିଓପି ବିଶ୍ୱଜିତ କୁଲ୍ଟି, ସମ୍ପାଦନା କେଡ଼ି ସିପୁନ, ନୃତ୍ୟ ନିର୍ଦ୍ଦେଶନା ଦିବ୍ୟ, ଡି ଦୀପକ ଏବଂ ରାଜା ଡି।

ଚଳଚ୍ଚିତ୍ର ର ମୁଖ୍ୟ ଚରିତ୍ର ରେ ଶୈଳେନ୍ଦ୍ର ସାମନ୍ତରାୟ, ଆକାଶ ହୋତା, ଫନି ପ୍ରତୀକ, ଅର୍ମାନ ମହାନ୍ତି, ବଣ୍ଟି, ଜ୍ୟୋତି, ନୀଳାକ୍ଷୀ ପାତ୍ର, ସିମ୍ରନ, ସୁମନ ପଟ୍ଟନାୟକ, ସୁଶାନ୍ତ ଦାସ ମହାପାତ୍ର, ସନ୍ତୁ ନିଜେ, ବାପି ଖୋର୍ଦ୍ଧା ଟୋକା ଏବଂ ଅଭିଜ୍ଞ ରବି ମିଶ୍ର ଅଛନ୍ତି।

ପ୍ରମୋସନାଲ ଗୀତ ଟି ଅସୀମା ପଣ୍ଡା ଙ୍କ ସହିତ ଅନୁଗୁଳିଆ ବଣ୍ଟି ଗାଇଛନ୍ତି, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ପଟ୍ଟନାୟକ ଏବଂ ଅଭିନୟ ରେ ଗୁଲୁଆ ଅଛନ୍ତି। ସୋସିଆଲ ମିଡ଼ିଆ ରେ ଦଶମ ଜୋରସୋର ଚର୍ଚ୍ଚା ରେ ଥିବାବେଳେ ଦର୍ଶକ ପ୍ରେକ୍ଷାଳୟ ରେ ଦେଖିବାକୁ ଖୁବ ଆଗ୍ରହୀ ଅଛନ୍ତି।

ଓଡିଆ ଚଳଚ୍ଚିତ୍ର ଚିତ୍ରାଙ୍କନ ପ୍ରତିଯୋଗିତା ଦଶମ
Share. Facebook Twitter LinkedIn Email WhatsApp Copy Link

Related Posts

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.