Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଗ୍ରଣୀ ଟେକ୍ନୋଲୋଜି ସଂସ୍ଥା ଓ ଏନଏସଡିସି ମଧ୍ୟରେ ଏମଓୟୁ
ଆଜିର ଖବର

ଅଗ୍ରଣୀ ଟେକ୍ନୋଲୋଜି ସଂସ୍ଥା ଓ ଏନଏସଡିସି ମଧ୍ୟରେ ଏମଓୟୁ

February 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ଗୁଗୁଲ, ମାଇକ୍ରୋସଫ୍ଟ ଭଳି ୧୫ଟି ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ସହ ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ସହ ଏମଓୟୁ ଭାରତର ଯୁବଶକ୍ତିଙ୍କୁ ଦକ୍ଷ ଏବଂ ସଶକ୍ତ କରିବ। ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ ମନ୍ତ୍ରକୁ ଗ୍ରହଣ କରି ଆଗାମୀ ଦିନରେ ଭାରତ ଅନଷ୍ଟପେବୁଲ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗୁରୁବାର ନୂଆଦିଲ୍ଲୀ ସ୍ଥିତ କୌଶଳ ଭବନରେ ଭାରତର ଯୁବଶକ୍ତିଙ୍କୁ ଦକ୍ଷ କରିବା ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ଏବଂ ଶିଳ୍ପ ଓ ଶିକ୍ଷା ଭାଗିଦାରୀତାର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଦେଶ ବିଦେଶର ୧୫ଟି ଅଗ୍ରଣୀ ଟେକ୍ନୋଲୋଜି ସଂସ୍ଥା ଯଥା ଗୁଗଲ, ମାଇକ୍ରୋସଫ୍ଟ. ଫ୍ଲିପକାର୍ଟ, ଟିମ୍ ଲିଜ୍ , ଅପଗ୍ରେଡ, ରିଲାଏନ୍ସ ଫାଉଣ୍ଡେସନ, ହନିଓ୍ୱେଲ, ଇନୋଫୋସିସ ସହ ଏନଏସଡିସି ସହ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି। ଆଜିର ପଦକ୍ଷେପ ସ୍କିଲ୍ ଇଣ୍ଡିଆ ମିଶନକୁ ଆଗକୁ ନେବ ଏବଂ ଅଧିକ ଦକ୍ଷ ମାନବ ସମ୍ବଳକୁ ନେତୃତ୍ୱ ଦେବାରେ ସହଯୋଗୀ ହେବ। ଏହିମାନେ ବିଶ୍ୱସ୍ତରୀୟ ସୁଯୋଗ ଗ୍ରହଣ କରିବେ।

ଏହି ଅବସରରେ ଶ୍ରୀ ପ୍ରଧାନ ଦକ୍ଷତା ଇକୋସିଷ୍ଟମରେ ବିଭିନ୍ନ ଡିଜିଟାଲମୂଳକ ପଦକ୍ଷେପ ବିଷୟରେ କହିଥିଲେ। ସେ କହିଥିଲେ ଭାରତ ସରକାରଙ୍କ ପଦକ୍ଷେପ ଯେ କୌଣସି ସ୍ଥାନରେ ଦକ୍ଷତା, ଯେକୌଣସି ସମୟରେ ଦକ୍ଷତା ଏବଂ ସମସ୍ତଙ୍କ ପାଇଁ ଦକ୍ଷତା ସୁନିଶ୍ଚିତ କରୁଛି। ଟେକ୍ନୋଲୋଜି, ସ୍କେଲ୍ ଏବଂ ସଷ୍ଟେନବିଲଟି ଉପଯୋଗ କରି ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବା ବେଳେ ଭାରତୀୟ ଶ୍ରମଶକ୍ତି କେବଳ ଘରୋଇ ଚାହିଦା ନୁହେଁ ବରଂ ବିଶ୍ୱର ଚାହିଦାକୁ ପୂରଣ କରିବେ ଏବଂ ନୂତନ ମାପଦଣ୍ଡ ସ୍ଥାପନା କରିବେ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଦେଶର ଅର୍ଥନୀତି ମଜଭୂତ୍ ହେଉଛି। ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବା ବେଳେ ଆଗାମୀ କିଛି ବର୍ଷ ମଧ୍ୟରେ ତୃତୀୟ ବୃହତ୍ତମ ଅର୍ଥନୀତି ହେବ। ଏହାକୁ ଦୃଷ୍ଟିରେ ରଖି ଆମକୁ ସ୍କିଲିଂ ପରିସଂସ୍ଥାନକୁ ମଜଭୂତ୍ କରିବାକୁ ହେବ। ସାମାଜିକ ସହଭାଗୀତାରେ ସମସ୍ତ ଯୁବକ ଯୁବତୀଙ୍କୁ ଦକ୍ଷ କରି ସେମାନଙ୍କୁ ନିଯୁକ୍ତିଦାତା କରିବା ପାଇଁ କରିବାକୁ ହେବ। ଏହା ଆମର ସମସ୍ତଙ୍କର ସାମୂହିକ ଦାୟିତ୍ୱ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ କଳ୍ପନାରେ ଆଜି ଦେଶରେ ୨୫ କୋଟି ଅପାର୍ ଆଇଡି ତିଆରି ହେବା ଏକ ବଡ ଉପଲବ୍ଧି। ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଡିପିଆଇ ବିକଶିତ ହୋଇଛି, ସେଥିମଧ୍ୟରୁ ଅନେକ ଡିପିଆଇ ଭାରତରେ ବିକଶିତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

google mau
Share. Facebook Twitter LinkedIn Email WhatsApp Copy Link

Related Posts

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥନରେ ଛାଡିଥିଲେ ପଦବୀ: ଏବେ ପ୍ରତ୍ୟାହାର କଲେ ଇସ୍ତଫା

January 31, 2026
Latest News

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.