Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ର କଂଗ୍ରେସରେ ବଡ଼ ବିଭାଜନ ହେବ କି?, ବୈଠକରେ ଯୋଗ ଦେଲେନି ଜିଶାନ ସିଦ୍ଦିକିଙ୍କ ସମେତ ଏହି ୫ ବିଧାୟକ
ଆଜିର ଖବର

ମହାରାଷ୍ଟ୍ର କଂଗ୍ରେସରେ ବଡ଼ ବିଭାଜନ ହେବ କି?, ବୈଠକରେ ଯୋଗ ଦେଲେନି ଜିଶାନ ସିଦ୍ଦିକିଙ୍କ ସମେତ ଏହି ୫ ବିଧାୟକ

February 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ସମସ୍ୟା ଆହୁରି ବଢିପାରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ଵାନ କଂଗ୍ରେସ ଛାଡିବା ପରେ ଗୁରୁବାର ଦିନ ଡକାଯାଇଥିବା ବିଧାୟକଙ୍କ ବୈଠକରେ ଅତି କମରେ ୫ ଜଣ ବିଧାୟକ ଯୋଗ ଦେଇନାହାଁନ୍ତି। ଏହା ପରେ ପାର୍ଟିର ଦଳ-ବଦଳ ବିଷୟରେ ଏବେ ଅନୁମାନ କରାଯାଉଛି।

କଂଗ୍ରେସ ବୈଠକରେ ନିକଟରେ ଇସ୍ତଫା ଦେଇଥିବା ବାବା ସିଦ୍ଦିକିଙ୍କ ପୁତ୍ର ଜିଶାନ ସିଦ୍ଦିକି (ବାନ୍ଦ୍ରା ପୂର୍ବ), ଅସଲମ ଶେଖ (ମଲାଡ ପଶ୍ଚିମ), ଅମିତ ଦେଶମୁଖ (ଲାତୁର ସହର), ସୁଲଭା ଖୋଡକେ (ଅମ୍ରାବତୀ) ଏବଂ ମୋହନରାଓ ହମ୍ବାର୍ଡେ (ନନ୍ଦେଡ ଦକ୍ଷିଣ) ବୈଠକରେ ସାମିଲ ହୋଇନଥିଲେ।

କଂଗ୍ରେସ ବିଧାୟକ ଦଳର ନେତା ବାଲାସାହେବ ଥୋରାଟ କହିଛନ୍ତି ଯେ, ତାଙ୍କ ଅନୁମତି ମାଗିବା ପରେ ଏହି ପାଞ୍ଚଜଣ ବିଧାୟକ ବୈଠକରେ ଅନୁପସ୍ଥିତ ରହିଛନ୍ତି। କଂଗ୍ରେସର ମହାରାଷ୍ଟ୍ର ୟୁନିଟ୍ ସଭାପତି ନାନା ପାଟୋଲେ ଏହା ମଧ୍ୟ କହିଛନ୍ତି ଯେ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ହେତୁ ଏହି ବିଧାୟକମାନେ ବୈଠକରେ ଯୋଗଦେନବାକୁ ତାଙ୍କ ଅନୁମତି ଲୋଡିଛନ୍ତି।

ବିଧାୟକମାନେ କ’ଣ କହିଥିଲେ?:

ଅମୃତ ଦେଶମୁଖ ରାଜ୍ୟରେ ନଥିବାବେଳେ ଜିଶାନ ସିଦ୍ଦିକି ଏବଂ ଅସଲମ ଶେଖ କହିଛନ୍ତି ଯେ, ସେମାନଙ୍କୁ ନିଜ ନିର୍ବାଚନମଣ୍ଡଳୀକୁ ଯିବାକୁ ପଡିବ। ଦଳର ଜଣେ ନେତା କହିଛନ୍ତି ଯେ, ଖୋଡକେ ଏବଂ ହମ୍ବାର୍ଡେଙ୍କ ପାରିବାରିକ କାର୍ଯ୍ୟ ଅଛି।

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ଝଟକା ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ଵାନ ସୋମବାର ଦଳରୁ ଇସ୍ତଫା ଦେଇଥିଲେ। ଏହା ପରେ ସେ ମଙ୍ଗଳବାର ଦିନ ବିଜେପିରେ ଯୋଗ ଦେଇଥିଲେ।

ଚହ୍ଵାନଙ୍କ ଇସ୍ତଫା ପରେ ସୂତ୍ରରୁ ପ୍ରକାଶ ଯେ ଲୋକସଭା ନିର୍ବାଚନ ପୂର୍ବରୁ ଆହୁରି ଅନେକ ବିଧାୟକ ଦଳ ବଦଳାଇ ପାରନ୍ତି। ବିଜେପି ଚହ୍ଵାନଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି।

ଅଶୋକ ଚହ୍ଵାନଙ୍କ ପୂର୍ବରୁ ବାବା ସିଦ୍ଦିକି ଏବଂ ମିଲିନ୍ଦ ଦେଓରା କଂଗ୍ରେସରୁ ଇସ୍ତଫା ଦେଇଥିଲେ। ବାବା ସିଦ୍ଦିକି ଅଜିତ ପାୱାର ଦଳର ଏନସିପିରେ ଯୋଗ ଦେଇଥିବାବେଳେ ଦେଓରା ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗ ଦେଇଛନ୍ତି। ଏକନାଥ ସିନ୍ଦେ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି।

Ashok Chavan Congress maharashtra
Share. Facebook Twitter LinkedIn Email WhatsApp Copy Link

Related Posts

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026
Latest News

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.