ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ’ଏକ ଦେଶ, ଏକ ନିର୍ବାଚନ’ ବିଷୟକୁ ନେଇ ସମସ୍ତ ରାଜନୈତିକ ଦଳର ଲୋକସଭା ଓ ରାଜ୍ୟସଭାରେ ପ୍ରତିନିଧିତ୍ବ କରୁଥିବା ଅଧ୍ୟକ୍ଷଙ୍କ ସହ ୧୯ ତାରିଖରେ ବୈଠକ କରିବେ ବୋଲି ସୂଚନା ରହିଛି । ଏତଦ୍ ବ୍ୟତୀତ ଜୁନ ୨୦ରେ ଲୋକସଭା ଏବଂ ରାଜ୍ୟସଭାର ସାଂସଦଙ୍କୁ ନେଇ ଏକ ବୈଠକର ଆୟୋଜନ କରାଯାଇଛି । ଏହି ସମ୍ପର୍କରେ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ରବିବାର ଦିନ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୧୯ରେ ଏକ ବୈଠକ କରି ଏକ ଦେଶ ଏକ ନିର୍ବାଚନ ଏବଂ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସହିତ ବହୁ ମହତ୍ତ୍ବପୂର୍ଣ୍ଣ ମାମଲାରେ ଚର୍ଚ୍ଚା କରିବେ ବୋଲି ଜଣାପଡିଛି । ସେ ସଂସଦରେ ଏକ ଦଳୀୟ ଭାବନା ଆଣିବାକୁ ଚାହୁଁଛନ୍ତି । ତେଣୁ ଏହି ବୈଠକର ଆୟୋଜନ କରାଯାଇଛି ବୋଲି ଯୋଶୀ କହିଛନ୍ତି ।
Tags: