ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଛି । ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ପଶ୍ଚିମବଙ୍ଗର ଜୁନିଅର ଡାକ୍ତରମାନେ ଧର୍ମଘଟ କରିଛନ୍ତି । ଏହି ଧର୍ମଘଟକୁ ସମର୍ଥନ କରିଛି ଭାରତୀୟ ଡାକ୍ତର ସଂଘ । ସୋମବାର ଦିନ ଦେଶବ୍ୟାପୀ ୨୪ ଘଣ୍ଟ ଧର୍ମଘଟ କରିବାର ଘୋଷଣା କରାଯାଇଛି । ଏହାଦ୍ବାରା ସକାଳ ୬ଟାରୁ୨୪ ଘଣ୍ଟା ପାଇଁ ବହିଃଚିକିତ୍ସା ବନ୍ଦ ରହିବ। ସକାଳ ୧୦ଟାରୁ ଦିଲ୍ଲୀସ୍ଥିତ ଆଇଏମ୍ଏ୍ ମୁଖ୍ୟାଳୟରେ ଧାରଣା କରିବେ ବୋଲି ସୂଚନା ରହିଛି । ଆଇଏମ୍ଏର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜନ ଶର୍ମା କହିଛନ୍ତି ଯେ, ପ୍ରଥମଥର କର୍ପୋରେଟ୍ ହସ୍ପିଟାଲ୍ ଏହି ଧର୍ମଘଟରେ ସାମିଲ୍ ହେଉଛି । ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ, ଏମ୍ ଓ ସଫଦରଗଞ୍ଜର ଘରୋଇ ଡାକ୍ତରଙ୍କୁ ମଧ୍ୟ ଏହି ଆନ୍ଦୋଳନରେ ସାମିଲ୍ କରିବା ପାଇଁ ଅପିଲ୍ କରାଯାଇଛି । ତେବେ ଗତକାଲି ମମତା ବାନାର୍ଜୀ ଡାକ୍ତରଙ୍କ ସମସ୍ତ ଦାବିକୁ ମାନିନେବା ସହିତ ଧର୍ମଘଟ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ ।
Tags: