ଲୋକସଭା ନିର୍ବାଚନ ପରେ ସଂସଦରେ ୧୭ତମ ଲୋକସଭାର ପ୍ରଥମ ମୌସୁମ ଅଧିବେଶନ ଆରମ୍ଭ ହୋଇଛି । ସ୍ବାଧୀନତା ପରେ ପ୍ରଥମଥର ଚଳିତ ଲୋକସଭା ନିର୍ବାଚନରେ ଅଧିକ ମହିଳା ତଥା ମହିଳା ସାଂସଦ ରହିଛନ୍ତି । ସେହିପରି ବହୁ ଦଶକ ପରେ କୌଣସି ଏକ ସରକାର ଦ୍ବିତୀୟ କାର୍ଯ୍ୟକାଳ ପାଇଁ ସ୍ପଷ୍ଟ ବହୁମତ ମଧ୍ୟ ହାସଲ କରିଛନ୍ତି । ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ପ୍ରଥମ ଅଧିବେଶନ ଅବସରରେ ମୋଦି ସମସ୍ତ ରାଜନୈତିକ ଦଳଙ୍କୁ ସଂସଦର କାର୍ଯ୍ୟ ସୂଚାର ରୂପେ ସଂପାଦାନ କରିବା ପାଇଁ ସହଯୋଗ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନିର୍ବାଚନ ପରେ ନୂଆ ଲୋକସଭା ଗଠନ ପରେ ଆଜି ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ନୂଆ ସାଥୀଙ୍କ ସହିତ ପରିଚୟ ପାଇଁ ପୁଣି ଥରେ ଅବସର ମିଳିଛି । ନୂଆ ସ୍ବପ୍ନ ମଧ୍ୟ ରହିଛି । ବିରୋଧୀମାନେ ନମ୍ବର ଚିନ୍ତା ଛାଡି ଜନତାଙ୍କ ବିଭିନ୍ନ ପ୍ରସଙ୍ଗ ଉପରେ ଧ୍ୟାନ ଦିଅନ୍ତୁ । ବିରୋଧୀମାନେ ଦେଶର ଗଣତନ୍ତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ସେମାନେ ସରକାରଙ୍କ କାମକୁ ବିରୋଧ କରିବା ଅନୁଚିତ । ସେମାନେ ସରକାରଙ୍କୁ ସହଯୋଗ କରିବା ଦରକାର । ମୋଦୀ ଆହୁରି କହିଛନ୍ତି ଯେ, ବିରୋଧୀଙ୍କ ଭାବନା ସରକାରଙ୍କ ପାଇଁ ମୁଲ୍ୟବାନ ଅଟେ । ସଂସଦରେ ବିରୋଧୀ-ସରକାରର ମନୋଭାବ ଛାଡି ନିରପେକ୍ଷ ଭାବେ କାମ କରିବା ଆବଶ୍ୟକ। ଆଗାମୀ ୫ ବର୍ଷ ଯାଏ ସରକାର ସଂସଦର ଗରିମାକୁ ବୃଦ୍ଧି କରିବେ ବୋଲି ମୋଦୀ କହିଛନ୍ତି।
ନମ୍ବର ଚିନ୍ତା ଛାଡ଼ି ଜନତାଙ୍କ ପ୍ରସଙ୍ଗ ଉପରେ ଧ୍ୟାନ ଦିଅନ୍ତୁ ବିରୋଧୀ : ନରେନ୍ଦ୍ର ମୋଦି
Published:
Jun 17, 2019, 11:42 am IST
Tags: