ସୋମବାର ଦିନ ରାଜ୍ୟରେ ପ୍ରାକ୍ ବଜେଟ୍ ନେଇ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟରେ ଷୋଡ଼ଶ ବିଧାନସଭାର ଅଧିବେସନ ଓ ପରେ ବଜେଟ ଉପସ୍ଥାପନ ହେବାକୁ ଯାଉଛି । ଏହି ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅଧକ୍ଷତା କରିଛନ୍ତି । ଏହି ବୈଠକରେ ରାଜ୍ୟର ବଜେଟ ଉପରେ ଆଲୋଚନା କରାଯାଉଛି । ଏହି ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ , ଅର୍ଥ ସଚିବ ଓ ଅର୍ଥ ବିଷାରଦ ଉପସ୍ଥିତ ଅଛନ୍ତି । ଚଳିତ ବର୍ଷ ଅର୍ଥ ବିଭାଗ ରାଜ୍ୟ ବଜେଟ ନେଇ ସାଧାରଣ ଲୋକଙ୍କ ମତାମତ ଲୋଡ଼ିଥିଲା । ସେନେଇ ଅର୍ଥ ବିଭାଗକୁ ତିନି ହଜାରରୁ ଅଧିକ ମତାମତ ମିଳିଛି । ଆସନ୍ତା ଜୁନ ୨୫ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଷୋଡ଼ଶ ବିଧାନସଭାର ନବ ନିର୍ବାଚିତ ସଦସ୍ୟଙ୍କୁ ନେଇ ପ୍ରଥମ ଅଧିବେଶନ ବସିବ । ଆସନ୍ତା ୨୮ ତାରିଖ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ।
Tags: