Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହିଳାଙ୍କ ସୁରକ୍ଷା ଉପରେ ”ଅମ୍ବ୍ରେଲା ଯୋଜନା” କାର୍ଯ୍ୟକାରୀ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ
ଆଜିର ଖବର

ମହିଳାଙ୍କ ସୁରକ୍ଷା ଉପରେ ”ଅମ୍ବ୍ରେଲା ଯୋଜନା” କାର୍ଯ୍ୟକାରୀ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

February 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ୍‌ ଅନୁମୋଦନ
ଭାରତର ଜନଗଣନା 2027 ପରିଚାଳନା ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୧-୨୨ ରୁ ୨୦୨୫-୨୬ ମଧ୍ୟରେ ମୋଟ ୧୧୭୯.୭୨ କୋଟି ଟଙ୍କା ବ୍ୟୟରେ ‘ମହିଳାଙ୍କ ସୁରକ୍ଷା’ ଉପରେ ଅମ୍ବ୍ରେଲା ଯୋଜନା ର କାର୍ଯ୍ୟକାରିତା ଜାରି ରଖିବାକୁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୋଟ ୧୧୭୯.୭୨ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟବରାଦ ମଧ୍ୟରୁ ଗୃହ ମନ୍ତ୍ରଣାଳୟ ନିଜସ୍ୱ ବଜେଟରୁ ମୋଟ ୮୮୫.୪୯ କୋଟି ଟଙ୍କା ଏବଂ ନିର୍ଭୟା ପାଣ୍ଠିରୁ ୨୯୪.୨୩ କୋଟି ଟଙ୍କା ପ୍ରଦାନ କରିବ। କଠୋର ଆଇନ ମାଧ୍ୟମରେ କଠୋର ପ୍ରତିରୋଧ, ପ୍ରଭାବଶାଳୀ ନ୍ୟାୟ ପ୍ରଦାନ, ଠିକ୍ ସମୟରେ ଅଭିଯୋଗର ସମାଧାନ ଏବଂ ପୀଡ଼ିତାଙ୍କୁ ସହଜରେ ଉପଲବ୍ଧ ସଂସ୍ଥାଗତ ସହାୟତା ଢାଞ୍ଚା ଭଳି ଅନେକ କାରକର ପରିଣାମ ହେଉଛି ଏକ ଦେଶରେ ମହିଳାଙ୍କ ସୁରକ୍ଷା।

ଭାରତୀୟ ଦଣ୍ଡବିଧି ସଂହିତା, କ୍ରିମିନାଲ ପ୍ରୋସିଜିଓର କୋଡ୍ ଏବଂ ଭାରତୀୟ ପ୍ରମାଣ ଆଇନରେ ସଂଶୋଧନ ମାଧ୍ୟମରେ ମହିଳାଙ୍କ ବିରୋଧରେ ଅପରାଧ ସମ୍ବନ୍ଧୀୟ ମାମଲାରେ କଠୋର ପ୍ରତିକାର ବ୍ୟବସ୍ଥା କରାଯାଇଥିଲା। ମହିଳା ସୁରକ୍ଷା ଦିଗରେ ଭାରତ ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମିଳିତ ସହଯୋଗରେ ଅନେକ ପ୍ରକଳ୍ପ ଆରମ୍ଭ କରିଛନ୍ତି।

ଏହି ପ୍ରକଳ୍ପଗୁଡ଼ିକର ଉଦ୍ଦେଶ୍ୟ ମଧ୍ୟରେ ମହିଳାମାନଙ୍କ ବିରୋଧରେ ଅପରାଧ ମାମଲାରେ ଠିକ୍ ସମୟରେ ହସ୍ତକ୍ଷେପ ଏବଂ ତଦନ୍ତ ସୁନିଶ୍ଚିତ କରିବା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଏଭଳି ମାମଲାରେ ତଦନ୍ତ ଏବଂ ଅପରାଧ ନିବାରଣରେ ଅଧିକ ଦକ୍ଷତା ଅନ୍ତର୍ଭୁକ୍ତ।

ଭାରତ ସରକାର “ମହିଳାଙ୍କ ସୁରକ୍ଷା” ପାଇଁ ଅମ୍ବ୍ରେଲା ଯୋଜନା ଅଧୀନରେ ନିମ୍ନଲିଖିତ ପ୍ରକଳ୍ପଗୁଡିକ ଜାରି ରଖିବାକୁ ପ୍ରସ୍ତାବ ଦେଇଛନ୍ତି: ୧୧୨ ଏମରଜେନ୍ସି ରେସ୍‌ପନ୍‌ସ ସପୋର୍ଟ ସିଷ୍ଟମ (ଇଆରଏସଏସ) ୨.୦ ; ନ୍ୟାସନାଲ ଫରେନସିକ୍ ଡାଟା ସେଣ୍ଟର ପ୍ରତିଷ୍ଠା ସମେତ କେନ୍ଦ୍ରୀୟ ଫରେନସିକ୍ ସାଇନ୍ସ ପରୀକ୍ଷାଗାରର ଉନ୍ନତିକରଣ; ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି (ଏଫଏସଏଲ)ରେ ଡିଏନଏ ବିଶ୍ଳେଷଣ, ସାଇବର ଫରେନସିକ୍ କ୍ଷମତାକୁ ସୁଦୃଢ଼ କରିବା; ମହିଳା ଓ ଶିଶୁଙ୍କ ବିରୋଧରେ ସାଇବର ଅପରାଧ ନିବାରଣ; ମହିଳା ଓ ଶିଶୁଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାର ପରିଚାଳନା ପାଇଁ ତଦନ୍ତକାରୀ ଓ ପ୍ରସିକ୍ୟୁଟରଙ୍କ ଦକ୍ଷତା ବୃଦ୍ଧି ଓ ପ୍ରଶିକ୍ଷଣ; ଏବଂ ମହିଳା ହେଲ୍ପ ଡେସ୍କ ଏବଂ ମାନବ ଚାଲାଣ ନିରୋଧୀ ୟୁନିଟ୍।

modi govt. narendra modi thesamikhsya union cabinet
Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.