Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ସମବାୟ କ୍ଷେତ୍ର ପାଇଁ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଆଜି ସମବାୟ କ୍ଷେତ୍ର ପାଇଁ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

February 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶର ସମବାୟ କ୍ଷେତ୍ରକୁ ମଜଭୁତ କରିବା ଦିଗରେ ବଡ଼ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୦ଟା ୩୦ରେ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍‌ରେ ସମବାୟ କ୍ଷେତ୍ର ପାଇଁ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ।

୧୧ ରାଜ୍ୟରେ ୧୧ଟି ପ୍ରାଥମିକ କୃଷି କ୍ରେଡିଟ୍ ସୋସାଇଟି (ପିଏସିଏସ୍‌)ରେ ପରିଚାଳିତ ‘ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା’ର ପାଇଲଟ୍ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ।

ଏହି ପଦକ୍ଷେପ ଅନୁସାରେ ପ୍ରଧାନମନ୍ତ୍ରୀ ଗୋଦାମ ଏବଂ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ଭିତ୍ତିଭୂମି ନିର୍ମାଣ ପାଇଁ ଦେଶରେ ଅତିରିକ୍ତ ୫୦୦ ପିଏସିଏସ୍‌ର ମୂଳଦୁଆ ପକାଇବେ । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି, ଖାଦ୍ୟଶସ୍ୟ ଯୋଗାଣ ଶୃଙ୍ଖଳା ସହ ପିଏସିଏସ୍ ଗୋଦାମଗୁଡ଼ିକୁ ଏକୀକୃତ କରିବା, ଖାଦ୍ୟ ନିରାପତ୍ତାକୁ ମଜଭୁତ କରିବା ଏବଂ ନାବାର୍ଡ ଦ୍ୱାରା ସମର୍ôଥତ ତଥା ଜାତୀୟ ସମବାୟ ବିକାଶ ନିଗମ(ଏନ୍‌ସିଡିସି) ନେତୃତ୍ୱରେ ଏକ ମିଳିତ ପ୍ରୟାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା । କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ୍‌), ଏଗ୍ରିକଲ୍‌ଚର ମାର୍କେଟିଂ ଇନ୍‌ଫ୍ରାଷ୍ଟ୍ରକଚର(ଏଏମ୍‌ଆଇ) ଆଦି ବିଭିନ୍ନ ଯୋଜନାର ସମ୍ମିଶ୍ରଣରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ପ୍ରକଳ୍ପରେ ଭାଗ ନେଉଥିବା ପିଏସିଏସ୍‌କୁ ଭିତ୍ତିଭୂମି ବିକାଶ ପାଇଁ ସବ୍‌ସିଡି ଏବଂ ସୁଧ ଅନୁଦାନ ଲାଭ ପାଇବା ଲାଗି ସକ୍ଷମ ବନାଯାଇପାରିବ।

ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ୧୮,୦୦୦ ପିଏସିଏସ୍‌ରେ କମ୍ପ୍ୟୁଟରୀକରଣ ପାଇଁ ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ କରିବେ, ଯାହା କି ସରକାରଙ୍କ ‘ସହକାର ସେ ସମୃଦ୍ଧି’ ଭିଜନର ଅନୁରୂପ । ଏହାର ଉଦ୍ଦେଶ୍ୟ ସମବାୟ କ୍ଷେତ୍ରକୁ ପୁଣି ନୂଆ ଶକ୍ତି ପ୍ରଦାନ କରିବା ତଥା ଛୋଟ ଏବଂ ସୀମାନ୍ତ କୃଷକଙ୍କୁ ସଶକ୍ତ ବନାଇବା।

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨,୫୦୦ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି ପଦକ୍ଷେପ ଦ୍ୱାରା ଅବାଧ ଏକୀକରଣ ଏବଂ ଯୋଗାଯୋଗ ସୁନିଶ୍ଚିତ କରି ସମସ୍ତ କାର୍ଯ୍ୟାତ୍ମକ ପିଏସିଏସ୍‌କୁ ଏକୀକୃତ ‘ଏଣ୍ଟରପ୍ରାଇଜ୍ ରିସୋର୍ସ ପ୍ଲାନିଂ(ଇଆର୍‌ପି) ଆଧାରିତ ଜାତୀୟ ସଫ୍ଟୱେରରେ ପରିବର୍ତ୍ତିତ କରାଯିବା ସାମିଲ ରହିଛି । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଏହି ପିଏସିଏସ୍‌କୁ ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମାଧ୍ୟମରେ ନାବାର୍ଡ ସହ ଯୋଡ଼ି ସେଗୁଡ଼ିକର ସଞ୍ଚାଳନ କ୍ଷମତାକୁ ବଢ଼ାଇବା । ଏହା ଦ୍ୱାରା କୋଟି କୋଟି ଛୋଟ ଏବଂ ସୀମାନ୍ତ କୃଷକଙ୍କୁ ଲାଭ ହେବ । ନାବାର୍ଡ ଏହି ପ୍ରକଳ୍ପ ପାଇଁ ଜାତୀୟ ସ୍ତରର କମନ୍ ସଫ୍ଟୱେର ବିକଶିତ କରିଛି, ଯାହା କି ଦେଶବ୍ୟାପୀ ପିଏସିଏସ୍‌ର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଇଆର୍‌ପି ସଫ୍ଟୱେର ଉପରେ ୧୮,୦୦୦ ପିଏସିଏସ୍‌ର ଅନ୍‌ବୋର୍ଡିଂ ସମ୍ପୂର୍ଣ୍ଣ ହୋଇଯାଇଛି, ଯାହା କି ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ।

inaguration laying foundation narendra modi
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ କ୍ରିକେଟ: ଲଜ୍ଜାଜନକ ରେକର୍ଡ ତାଲିକାରେ ସାମିଲ ହେଲେ ଶ୍ରେୟସ ଆୟର

October 15, 2026

ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା, କେନ୍ଦ୍ର ଏବଂ ପୋଲିସକୁ ନୋଟିସ: ଏସଆଇଆର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି

October 15, 2026

ପାକିସ୍ତାନରେ ସ୍କୁଲ ଛାତ ଭୁଶୁଡ଼ି ୨୭ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମୃତ୍ୟୁ

October 15, 2026

ଧର୍ମ ପରିବର୍ତ୍ତନ ପରେ ମିଳିବନି ଆରକ୍ଷଣ ସୁବିଧା: ସୁପ୍ରିମକୋର୍ଟ

October 15, 2026
Latest News

ଛାତ୍ର ସଂସଦ ନିର୍ବାଚନ ଫଳାଫଳ: କେଉଁ ଦଳର କେତେ ସଫଳତା?

October 15, 2026

କ୍ୟାମ୍ପସ ରାଜନୀତି: ନିର୍ବାଚନ ଫଳାଫଳ ପ୍ରକାଶ

October 15, 2026

ଟି-୨୦ କ୍ରିକେଟ: ଲଜ୍ଜାଜନକ ରେକର୍ଡ ତାଲିକାରେ ସାମିଲ ହେଲେ ଶ୍ରେୟସ ଆୟର

October 15, 2026

ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା, କେନ୍ଦ୍ର ଏବଂ ପୋଲିସକୁ ନୋଟିସ: ଏସଆଇଆର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି

October 15, 2026

ହିନ୍ଦୁ ମନ୍ଦିରରେ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ଜଣେ ଗିରଫ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.