Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେବଗଡରେ ‘ସ୍କିଲ୍ ଇଣ୍ଡିଆ ସେଣ୍ଟର ଲୋକାର୍ପିତ
ଆଜିର ଖବର

ଦେବଗଡରେ ‘ସ୍କିଲ୍ ଇଣ୍ଡିଆ ସେଣ୍ଟର ଲୋକାର୍ପିତ

February 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦେବଗଡ଼: ଓଡ଼ିଶାର ଯୁବପିଢିଙ୍କ ସ୍କିଲିଂ ବଢାଇବା ଦିଗରେ ସମ୍ବଲପୁର ଓ ଢେଙ୍କାନାଳ ପରେ ଆଜି ଦେବଭୂମି ଦେବଗଡରେ ଏନଏସଡିସିର ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’(ଏସଆଇସି)ର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେବଗଡ଼ ପାଇଁ ଆଜି ଏକ ଆନନ୍ଦର ଦିନ। ଦେବଗଡରର ପିଲା ମାନଙ୍କ ମଧ୍ୟରେ ଅନେକ ପ୍ରତିଭା ଅଛି। ସେହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ନୂଆ ଭାରତର ପ୍ରସ୍ତୁତି ପାଇଁ ଯୁବବର୍ଗଙ୍କୁ ଅଧିକରୁ ଅଧିକ ଦକ୍ଷ କରିବା ଲକ୍ଷ୍ୟରେ ଦେବଗଡ଼ରେ ସ୍କିଲ୍ ଇଣ୍ଡିଆ ସେଣ୍ଟର ଉଦଘାଟିତ ହୋଇଯାଇଛି। ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ ସ୍କିଲ ଇଣ୍ଡିଆ ଓ ଏନଏସଡିସି ସହଯୋଗରେ ସ୍ଥାପିତ ହୋଇଥିବା ଏହି ସେଣ୍ଟରରେ ଦେବଗଡ଼ ସମେତ ଆଖପାଖ ଅଞ୍ଚଳର ଯୁବକ ଯୁବତୀଙ୍କୁ ଭବିଷ୍ୟତର କାର୍ଯ୍ୟ ଗୁଡିକ ଉପରେ ବୈଶ୍ୱିକ ଢାଞ୍ଚାରେ ପ୍ରଶିକ୍ଷଣ ଦିଆଯିବ।

ଷ୍ଟୋରିବୋର୍ଡ ଆଟିଷ୍ଟ, ଗ୍ରାଫିକ୍ସ ଡିଜାଇନ, ଗେମିଂ, କାର୍ଟୁନ, ଗ୍ରାଫିକ ଆର୍ଟ, ଆତିଥେୟତା, ଆଇଟି ସହାୟକା, ଲେଦର ଶିଳ୍ପ ସମେତ ବଡ ବଡ଼ ରେଷ୍ଟୁରାଣ୍ଟରେ କାମ କରିବା ପାଇଁ ୧୦ଟି କ୍ଷେତ୍ରରେ ତାଲିମ ଦିଆଯିବାର ବ୍ୟବସ୍ଥା ରହିଛି । ତାଲିମ ନେବା ପରେ ସେମାନଙ୍କୁ ଟୁଲକିଟ୍ ଦିଆଯିବ । ବଡ ବଡ ସହରରେ ଅନୁଷ୍ଠାନ ଗୁଡିକ ଏହି ପ୍ରଶିକ୍ଷଣ ପାଇଁ ୫୦ ହଜାରରୁ ଲକ୍ଷେ ଟଙ୍କା ନେଉଥିବା ବେଳେ ଏନଏସଡିସି ସମେତ ଅନେକ ଶିଳ୍ପ ସମୂହର ସହଯୋଗରେ ସ୍ୱଳ୍ପ ମୂଲ୍ୟରେ ପିଲାଙ୍କୁ ତାଲିମ ଦିଆଯିବ । ବର୍ଷକୁ ୧୨୦୦ ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ପ୍ରଶିକ୍ଷିତ ହୋଇପାରିବେ । ଦେବଗଡର ଯେଉଁ ପିଲାଟି ରେଷ୍ଟୁରାଣ୍ଟରେ କାମ କରି ଯେତେ ଦରମା ପାଉଛି, ଏହି ସ୍କିଲ ଇଣ୍ଡିଆ ସେଣ୍ଟରରୁ ଟ୍ରେନିଂ ନେଲେ ତା’ର ଦରମା ବୃଦ୍ଧି ହେବ ।

ଭାରତକୁ ବିଶ୍ୱର ଦକ୍ଷତା କ୍ଷେତ୍ରର ପେଣ୍ଠସ୍ଥଳୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନା ଅଛି । ବହୁସଂଖ୍ୟକ ଯୁବବର୍ଗର ଦେଶ ଭାରତ ।  ଭାରତର ଶକ୍ତି ଯୁବବର୍ଗଙ୍କ ମଧ୍ୟରେ ଅନ୍ତର୍ନିହିତ ।  ଆମର ଯୁବଶକ୍ତିଙ୍କୁ ଦକ୍ଷ ଓ ଆତ୍ମନିର୍ଭର କରିବା ମୋଦୀଙ୍କ ଗ୍ୟାରେଣ୍ଟି ହୋଇଛି । ଏହି ତାଲିମ୍ କେନ୍ଦ୍ର ଆଗାମୀ ଦନରେ ଯୁବକ ଯୁବତୀ ମାନଙ୍କୁ ରୋଜଗାର ଯୋଗାଇବା ସହ ଭବିଷ୍ୟତ ଗଠନ ଦିଗରେ ସହାୟକ ହେବ । କର୍ମ କ୍ଷେତ୍ରରେ ଯୁବକ ଯୁବତୀଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ ଦୁନିଆ ସହ ଯୋଡିବା ପାଇଁ ମୋଦି ସରକାର ପ୍ରତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଢେଙ୍କାନାଳ ଦେବଗଡ ସମ୍ବଲପୁର ସ୍କିଲ୍ ଇଣ୍ଡିଆ ସେଣ୍ଟର
Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026
Latest News

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.