Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ଜିଓର ଆଧିପତ୍ୟ ଜାରି, ଡିସେମ୍ବରରେ ଯୋଡ଼ିଛି ସର୍ବାଧିକ ୧.୪ ଲକ୍ଷ ନୂଆ ମୋବାଇଲ ଗ୍ରାହକ: ଟ୍ରାଇ ତଥ୍ୟ
ଆଜିର ଖବର

ଓଡ଼ିଶାରେ ଜିଓର ଆଧିପତ୍ୟ ଜାରି, ଡିସେମ୍ବରରେ ଯୋଡ଼ିଛି ସର୍ବାଧିକ ୧.୪ ଲକ୍ଷ ନୂଆ ମୋବାଇଲ ଗ୍ରାହକ: ଟ୍ରାଇ ତଥ୍ୟ

February 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଜିଓ ରାଜ୍ୟରେ ସର୍ବାଧିକ ପସନ୍ଦର ଏବଂ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ଆଧିପତ୍ୟ ବଜାୟ ରଖିବା ସହ ଡିସେମ୍ବର ମାସରେ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଯୋଡ଼ିଛି । ଟ୍ରାଇ ତଥ୍ୟ ଅନୁଯାୟୀ, ୨୦୨୩ ଡିସେମ୍ବର ମାସରେ ଜିଓ ଓଡ଼ିଶାରେ ୧.୪ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ଏହାର ନିକଟତମ ପ୍ରତିଦ୍ୱନ୍ଦୀ ଏୟାରଟେଲ୍‌‌ ଏହି ସମୟରେ ମାତ୍ର ୨୫୨୨ ମୋବାଇଲ ଉପଭୋକ୍ତା ଯୋଡ଼ିଛି । ଅନ୍ୟପକ୍ଷରେ, ଭୋଡାଫୋନ୍ ଆଇଡିଆ (ୱି) ଓ ବିଏସ୍‌‌ଏନ୍‌‌ଏଲ୍ ଡିସେମ୍ବର ମାସରେ ହଜାର ହଜାର ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ଏହି ତଥ୍ୟରୁ ଜଣାପଡ଼ିଛି ।

ଏଥିସହିତ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧.୪୮ କୋଟିରୁ ଉର୍ଦ୍ଧ୍ୱରେ ପହଞ୍ଚିଛି । ଡିସେମ୍ବରରେ ଓଡ଼ିଶାରେ ଟେଲିକମ୍ ଗ୍ରାହକ ସଂଖ୍ୟାରେ ୧.୧୫ ଲକ୍ଷ ବୃଦ୍ଧି ଫଳରେ ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ଡିସେମ୍ବର ଶେଷ ସୁଦ୍ଧା ୩.୩୨ କୋଟିକୁ ବୃଦ୍ଧି ହୋଇଛି । ଜିଓ କ୍ରମାଗତ ଭାବେ ପ୍ରତି ମାସରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିବା ସହ ୨୦୨୩ ବର୍ଷରେ ନଅ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ି ଓଡ଼ିଶା ଟେଲିକମ୍ ବଜାରରେ ନିଜର ନେତୃତ୍ୱ ସ୍ଥାନକୁ ଆହୁରି ସୁଦୃଢ଼ କରିଛି ।

ଜିଓ ଜାତୀୟ ସ୍ତରରେ ମଧ୍ୟ ଡିସେମ୍ବର ମାସରେ ସର୍ବାଧିକ ୩୯.୯୪ ଲକ୍ଷରୁ ଅଧିକ ଗ୍ରାହକ ଯୋଡ଼ିଛି । ଏଥିସହିତ ଦେଶରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୫.୯୮ କୋଟିକୁ ବୃଦ୍ଧି ପାଇଛି ଏବଂ କଂପାନି ଦେଶର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି ।

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୪୪.୬ ପ୍ରତିଶତ ଗ୍ରାହକ ବଜାର ଅଂଶ ଏବଂ ଶିଳ୍ପରେ ସର୍ବାଧିକ ୫୨% ରାଜସ୍ୱ ବଜାର ଅଂଶ ସହିତ ଓଡ଼ିଶାର ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ହୋଇରହିଛି ।

ଜିଓ ନିକଟରେ ଏହାର ଜିଓ ଏୟାରଫାଇବର ସେବାକୁ ଓଡ଼ିଶାର ୨୫୦ରୁ ଅଧିକ ସହର ଏବଂ ନିକଟବର୍ତ୍ତୀ ଶତାଧିକ ଗ୍ରାମଗୁଡ଼ିକୁ ସମ୍ପ୍ରସାରିତ କରିଛି । ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବା ସହ ଜିଓଏୟାରଫାଇବ‍ର ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌‌‌‌‍ ସୁବିଧା ସହିତ ସଂଯୁକ୍ତ କରୁଛି ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‌‌‌‍ ବ୍ରଡବ୍ୟାଣ୍ଡ୍‌‌‌‌‍ ସୁବିଧା ସେମାନଙ୍କ ପରିସରକୁ ଅପ୍‌‌‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା ।

ଜିଓ ଏୟାରଫାଇବର ଟିଭି ଏବଂ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କୁ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନୀତ ହେବାର ସୁଯୋଗ ପ୍ରଦାନ କରୁଛି । ଏଥିସହିତ ଜିଓ ଏୟାରଫାଇବର ବିନା କୌଣସି ଅତିରିକ୍ତ ମୂଲ୍ୟରେ ମାଗଣା ବିକ୍ରି ପରବର୍ତ୍ତୀ ସେବା ପ୍ରଦାନ କରୁଛି, ଯାହା ଦ୍ୱାରା ଗ୍ରାହକମାନେ ଅଧିକ ସଂଚୟ କରିପାରିବେ। ଘରୁ କାର୍ଯ୍ୟ କରୁଥିବା ଆଇଟି ପ୍ରଫେସନାଲଙ୍କ ଠାରୁ ଆରମ୍ଭ କରି ଛୋଟ ବଡ ଉଦ୍ୟୋଗ, ହୋଟେଲ ଓ ରେସ୍ତୋରାଁ, ଡିଜିଟାଲ ଷ୍ଟୁଡିଓ, ଶିକ୍ଷାନୁଷ୍ଠାନ, କ୍ଷୁଦ୍ର ବ୍ୟବସାୟ ଓ ବ୍ୟକ୍ତିଗତ ପରିବାର ପର୍ଯ୍ୟନ୍ତ ଜିଓ ଏୟାରଫାଇବର ଓଡ଼ିଶାର ୨୫୦ ରୁ ଅଧିକ ଛୋଟ ବଡ଼ ସହରରେ ସର୍ବାଧିକ ପସନ୍ଦ ଓ ଭରସାଯୋଗ୍ୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ପାଲଟିଛି ।

airtel jio Odisha
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍‌ବିଇଏମ୍‌ଏସ୍ ମାନ୍ୟତା: ୫ ଜିଲ୍ଲାରେ ଖୋଲିବ ଶିଶୁରୋଗ ଡିପ୍ଲୋମା

September 22, 2026

ପବନ-ପାଣିକୁ ଦେଖି ସତର୍କ ଚାଳକ, ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ

September 22, 2026

ଟ୍ରକ୍‌କୁ ପଛରୁ ପିଟିଲା ବ୍ୟାଣ୍ଡପାର୍ଟି ଗାଡ଼ି, ଜଣେ ମୃତ, ୭ ଗୁରୁତର

September 22, 2026

ଓଡ଼ିଶାରେ ସରିଲା ଏସ୍‌ଆଇଆର: ତାଲିକାରୁ ବାଦ୍‌ ପଡ଼ିଲେ ୨୦ ଲକ୍ଷ

September 22, 2026
Latest News

ସିଏସ୍‌କେର ମୁଖ୍ୟ କୋଚ୍ ହେଲେ ଜାହିର୍ ଖାନ୍

September 22, 2026

ଏନ୍‌ବିଇଏମ୍‌ଏସ୍ ମାନ୍ୟତା: ୫ ଜିଲ୍ଲାରେ ଖୋଲିବ ଶିଶୁରୋଗ ଡିପ୍ଲୋମା

September 22, 2026

ପବନ-ପାଣିକୁ ଦେଖି ସତର୍କ ଚାଳକ, ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ

September 22, 2026

ଟ୍ରକ୍‌କୁ ପଛରୁ ପିଟିଲା ବ୍ୟାଣ୍ଡପାର୍ଟି ଗାଡ଼ି, ଜଣେ ମୃତ, ୭ ଗୁରୁତର

September 22, 2026

ଓଡ଼ିଶାରେ ସରିଲା ଏସ୍‌ଆଇଆର: ତାଲିକାରୁ ବାଦ୍‌ ପଡ଼ିଲେ ୨୦ ଲକ୍ଷ

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.