Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭବାନୀପାଟଣାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ
ଆଜିର ଖବର

ଭବାନୀପାଟଣାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

February 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି କଳା, ସଂସ୍କୃତି ଓ ଐତିହ୍ୟ ତଥା ପରମ୍ପରାକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିଥିବା ଆଦିବାସୀ, ଜନଜାତିର ଅସ୍ମିତା ଓ ଆତ୍ମସମ୍ମାନ ରକ୍ଷା କରିବା ସହିତ ସେମାନଙ୍କ ଜୀବନ ଜୀବିକାରେ ସୁଧାର ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ, ଏ ଦିଗରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଆଗାମୀ ଦିନରେ ସଶକ୍ତ ଆଦିବାସୀ ସମାଜ ଗଠନ ସହିତ ସମୃଦ୍ଧ ରାଜ୍ୟ ଗଠନରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଆଜି ସ୍ଥାନୀୟ ଟାଉନହଲଠାରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ବୈଠକରେ ମୁଖ୍ୟଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ ବିଧାୟକ ମୌଶଧି ବାଗ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, କଳାହାଣ୍ଡି ଜିଲ୍ଲାପାଳ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ପି. ଅନ୍ଵେଷା ରେଡ୍ଡୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ମଧୁଛନ୍ଦା ସାହୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ସ୍ବର୍ଣ୍ଣ ଚମ୍ପା ମାଝୀ, ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସେହିପରି ହଲବା ସମାଜର ଜିଲ୍ଲା ସଭାପତି ସହଦେବ ନେଗୀ, ବିଞ୍ଝାଲ ସମାଜ ସଭାପତି ସମ୍ପଦ ବରିହା, କନ୍ଧ ସମାଜର ଜିଲ୍ଲା ସଭାପତି ରାଜେନ୍ଦ୍ର ଭୋଇ, ଭତ୍ରା ସମାଜର ସଭାପତି କୈଳାସ ଚନ୍ଦ୍ର ମାଝୀ, ମିର୍ଦ୍ଧା ସମାଜର ସଭାପତି ସ୍ୱୟଂମ୍ବର ମିର୍ଦ୍ଧା, ଧ୍ରୁବଗଣ୍ଡ ସମାଜର ସଭାପତି ଜଗମୋହନ ମାଝୀ, ଗଣ୍ଡ ସମାଜର ସଭାପତି ପଦ୍ମନ ପାତ୍ର, ଆଦିବାସୀ ସଙ୍ଘର ସଭାପତି ପ୍ରକାଶ ମାଝୀ, ସମ୍ପାଦକ ଋତୁରାଜ ମାଝୀ, ବଂଜାରା ସମାଜର ସଭାପତି ଲଳିତ ନାଏକ ଏହି ଅବସରରେ ମଂଚାସୀନ ଥିଲେ। ଜିଲ୍ଲା ଯୋଜନା ସମ୍ମନ୍ଵୟ ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ ସଭା ପରିଚାଳନା କରିଥିଲେ।

ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ବର୍ଗର ଆଦିବାସୀ ଜନଜାତି ସମୁହର ବହୁସଂଖ୍ୟକ ନେତୃ ସ୍ଥାନୀୟ ପୁରୁଷ, ମହିଳା ଯୋଗଦେଇଥିଲେ।

କଳାହାଣ୍ଡି ଭବାନୀପାଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ବାଚନ କମିଶନରଙ୍କୁ କହିଲେ ମିଛୁଆ: ଦିଲ୍ଲୀରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ମମତା ବାନାର୍ଜୀ

February 2, 2026

ଭୀମଭୋଇ ଲୋକ ମହୋତ୍ସବ ୨୦୨୬ ଉଦଯାପିତ

February 2, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜିଲ୍ଲା ସଦର ମହକୁମାର ଠାରେ ଜନଶୁଣାଣି

February 2, 2026

ସଂସଦରେ ହେଲା ପ୍ରବଳ ହଟ୍ଟଗୋଳ: ଏମଏମ ନରବଣେଙ୍କ ବିଷୟ ଉଲ୍ଲେଖ କରିଥିଲେ ରାହୁଲ ଗାନ୍ଧୀ

February 2, 2026
Latest News

ନିର୍ବାଚନ କମିଶନରଙ୍କୁ କହିଲେ ମିଛୁଆ: ଦିଲ୍ଲୀରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ମମତା ବାନାର୍ଜୀ

February 2, 2026

ଭୀମଭୋଇ ଲୋକ ମହୋତ୍ସବ ୨୦୨୬ ଉଦଯାପିତ

February 2, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜିଲ୍ଲା ସଦର ମହକୁମାର ଠାରେ ଜନଶୁଣାଣି

February 2, 2026

ସଂସଦରେ ହେଲା ପ୍ରବଳ ହଟ୍ଟଗୋଳ: ଏମଏମ ନରବଣେଙ୍କ ବିଷୟ ଉଲ୍ଲେଖ କରିଥିଲେ ରାହୁଲ ଗାନ୍ଧୀ

February 2, 2026

ବାଂଲାଦେଶକୁ ବଡ଼ ଝଟକା ଦେଲା ଭାରତ: ନିଜ କାର୍ଯ୍ୟ ପାଇଁ ପଶ୍ଚାତାପ କରିବେ ୟୁନୁସ ସରକାର

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.