ଶ୍ରୀବଳଦେବ ଜୀଉଙ୍କୁ ଦର୍ଶନ କଲେ ନବୀନ, ମନ୍ଦିର ପାରିପାର୍ଶିକ ଉନ୍ନତି ପାଇଁ 2 କୋଟି ଘୋଷଣା

Published: Jun 17, 2019, 11:21 pm IST

ପାଟକୁରା ନିର୍ବାଚନ କେବେ ହେବ ତାହାର ଘୋଷଣା କରାଯାଇ ନାହିଁ। ହେଲେ ତା ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତ କରି ବଳଦେବ ଜୀଉ ମନ୍ଦିରର ପାରିପାର୍ଶିକ ଉନ୍ନତି ପାଇଁ 2 କୋଟିର ଅନୁଦାନ ଘୋଷଣା କରିଛନ୍ତି। ଏଥିରେ ଝୁଲଣ ମଣ଼୍ଡପର ପୁନଃଉଦ୍ଦାର, ଶ୍ରୀବଳଦେବ ଜୀଉ କଲ୍ୟାଣ ମଣ୍ଡପ ନିର୍ମାଣ,ପାଚେରୀ ନିର୍ମାଣ ସହିତ 24 ଘଣ୍ଟିଆ ଜଳଯୋଗାଣ ରହିଛି। ଆଜି ଦେବସ୍ନାନ ପୂର୍ଣ୍ଣିମା ଥିବାରୁ ମନ୍ଦିରରେ ସ୍ବତନ୍ତ୍ର ନିତିକାନ୍ତି କରାଯଇାଥିଲା। ସ୍ନାନ ପରେ ମୁଖ୍ୟମନ୍ତ୍ରୀ ଶ୍ରୀଜୀୟୁଙ୍କୁ ଦର୍ଶନ କରିଥିଲେ।

Related posts