ବିଜେପିର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି ଜେପି ନଡ୍ଡା। ଦିଲ୍ଲୀରେ ସୋମବାର ବିଜେପି ସଂସଦୀୟ ବୋର୍ଡର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଜେପିର ସଂସଦୀୟ ବୋର୍ଡ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ନଡ୍ଡାଙ୍କ ନାମରେ ସହମତି ପ୍ରକାଶ ପାଇଥିଲା। ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଜେପି ନଡ୍ଡା ସ୍ଵାସ୍ଥ୍ୟ ମନ୍ତ୍ରୀ ରହିଥିଲେ। ଆସନ୍ତା ବୁଧବାର 19ତାରିଖରେ ଜେପି ନଡ୍ଡା କାର୍ଯ୍ୟକାରୀ ଅଧ୍ୟକ୍ଷର ପଦଭାର ସମ୍ଭାଳିବେ।ତେବେ ଅମିତ୍ ଶାହା ଆଗାମୀ ୬ ମାସ ପର୍ଯ୍ୟନ୍ତ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ରହିବେ। ତାଙ୍କର ମାର୍ଗଦର୍ଶନରେ ଜେପି ନଡ୍ଡା ଏହି ଦ୍ବାୟିତ୍ଵ କାମ ସମ୍ଭାଳିବେ। ଦଳର ସଦ୍ୟସତା ଅଭିଯାନ ଓ ସଙ୍ଗଠନାତ୍ମକ ନିର୍ବାଚନ ଶେଷ ହେବ ପର୍ଯନ୍ତ ଅମିତ ଶାହାଙ୍କୁ ଅଧ୍ୟକ୍ଷ ପଦରେ ରହିବାକୁ ଅନୁରୋଧ କରାଯାଇଛି। ଏହି ସମ୍ପର୍କିତ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜନାଥ ସିଂହ କହିଛନ୍ତି ଯେ, ଅମିତ୍ ଶାହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପାର୍ଟି ଅଧ୍ୟକ୍ଷ ଦାୟିତ୍ଵ ସଫଳତାପୂର୍ବକ ନିର୍ବାହ କରିଛନ୍ତି। ଏବେ ଅମିତ୍ ଶାହା ଗୃହମନ୍ତ୍ରୀ, ତେଣୁ ଏହି ଦାୟିତ୍ଵ ଅନ୍ୟ କାହାକୁ ଦେବାକୁ ସେ ଅନୁରୋଧ କରିଥିଲେ। ସଂସଦୀୟ ବୋର୍ଡର ନିଷ୍ପତି କ୍ରମେ ଜେପି ନଡ୍ଡାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି। ୫୯ ବର୍ଷୀୟ ଜେପି ୧୯୭୮ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗଦାନ କରି ଛାତ୍ର ରାଜନୀତି ଆରମ୍ଭ କରିଥିଲେ। ୨୦୧୦ରେ ଜେପି ରାଷ୍ଟ୍ରୀୟ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ଜେପି ନଡ୍ଡା
Published:
Jun 18, 2019, 6:57 am IST
Tags: