
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାଣାସୀରେ ଅବସ୍ଥିତ ଜ୍ଞାନବାପୀ ପରିସରରେ ବ୍ୟାସ ଜୀଙ୍କର ତହଖାନାରେ ପୂଜା ହେବ କି ନାହିଁ ସେନେଇ ଆହ୍ଲାବାଦ ହାଇକୋର୍ଟ ଏହାର ରାୟ ଦେଇଛନ୍ତି। ଜଷ୍ଟିସ ରୋହିତ ରଂଜନ ଅଗ୍ରୱାଲଙ୍କ ଏକକ ଖଣ୍ଡପୀଠରୁ ଏହି ନିଷ୍ପତ୍ତି ନିଆଯାଇଛି। ପୂଜା କରିବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ମୁସଲିମ ପକ୍ଷ ଅର୍ଥାତ୍ ଅଞ୍ଜୁମନ ଇନ୍ତଜମିୟା ମସଜିଦ କମିଟି ହାଇକୋର୍ଟରେ ପୂଜା ଆରମ୍ଭ କରିବାକୁ ଜିଲ୍ଲା ଜଜ୍ ବାରାଣାସୀଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲା।
ଜାନୁୟାରୀ ୩୧ ତାରିଖରେ ପୂଜା ଆରମ୍ଭ କରିବାକୁ ବାରାଣାସୀ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶକୁ କୋର୍ଟ ସମର୍ଥନ କରିଛନ୍ତି। ହାଇକୋର୍ଟଙ୍କ ଏହି ଆଦେଶ ଯୋଗୁଁ ବ୍ୟାସ ତହଖାନାରେ ପୂଜା ଜାରି ରହିବ। କୋର୍ଟ ପୂଜାପାଠ ଉପରେ ପ୍ରତିବନ୍ଧକ ଲଗାଇ ନାହାଁନ୍ତି। ଏହି ଆବେଦନକୁ ହାଇକୋର୍ଟ ଖାରଜ କରିଥିବାରୁ ମୁସଲମାନ ପକ୍ଷକୁ ବଡ଼ ଝଟକା ଲାଗିଛି।