ବିହାରର ମୁଜାଫରପୁରରେ ମସ୍ତିଷ୍କ ଜ୍ବରରେ ଶିଶୁ ମୃତ୍ୟୁ ସଂଖ୍ୟା ୧୨୯ରେ ପହଞ୍ଚିଲାଣି। ଏହି ମାମଲାରେ ରାଷ୍ଟ୍ରୀୟ ମାନବାଧିକାରୀ ଆୟୋଗ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ବିହାର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ମସ୍ତିଷ୍କ ଜ୍ବର ବ୍ୟାପୁଥିବାବେଳେ ରାଜ୍ୟରେ ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ସ୍ବାସ୍ଥ୍ୟ ସେବା ବାଧାପ୍ରାପ୍ତ ହୋଇଛି। ଆଜି ବିହାର ମୁଖ୍ୟମନ୍ତ୍ରୀ ନିତିଶୀ କୁମାର ମୁଜାଫରପୁର ଗସ୍ତ କରିଛନ୍ତି, ତାଙ୍କ ସହିତ ରହିଛନ୍ତି ଉପମୁଖ୍ୟମନ୍ତ୍ରୀ ସୁଶୀଲ୍ କୁମାର। ବିହାରରେ ସ୍ଥିତି ଗମ୍ଭୀର ରୂପ ଧାରଣ କରିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହେଉଛନ୍ତି। ସେହିପରି ବିହାରର ବିପକ୍ଷୀ ସରକାରଙ୍କୁ ଏହି ମାମଲାରେ କଡ଼ା ନିନ୍ଦା କରିବା ସହ ଆସନ୍ତା ୨୪ ତାରିଖରେ ବିହାର ବନ୍ଦ କରିବାକୁ ଧମକ ଦେଇଛନ୍ତି। ଶିଶୁ ମୃତ୍ୟୁ ତଥା ମସ୍ତିଷ୍କ ଜ୍ବର ନିଦାନ ସମ୍ପର୍କରେ ଚାରି ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦେବାକୁ ମାନବାଧିକାର ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ୪୦୦ଜଣ ଶିଶୁ ଆକ୍ରାନ୍ତ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି।