Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀ- ସୂର୍ଯ୍ୟଘର: ମାଗଣା ବିଜୁଳି ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ
ଆଜିର ଖବର

ପ୍ରଧାନମନ୍ତ୍ରୀ- ସୂର୍ଯ୍ୟଘର: ମାଗଣା ବିଜୁଳି ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ

February 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନାକୁ ଅନୁମୋଦନ ମିଳିଛି , ଯେଉଁଥିରେ ଛାତ ଉପରେ ସୌର ସେଲ ସ୍ଥାପନ ଏବଂ ଏକ କୋଟି ପରିବାରକୁ ପ୍ରତି ମାସରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇବା ପାଇଁ ମୋଟ ୭୫,୦୨୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ୧୩ ଫେବୃଆରୀ ୨୦୨୪ରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ।

ଏହି ଯୋଜନାର ମୁଖ୍ୟ ଆକର୍ଷଣ ଗୁଡ଼ିକ ହେଲା:

ଆବାସିକ ଛାତ ସୋଲାର ପାଇଁ କେନ୍ଦ୍ରୀୟ ଆର୍ଥିକ ସହାୟତା (ସିଏଫ୍ଏ)

୧- ଏହି ଯୋଜନାରେ ୨ କିଲୋୱାଟ୍ ସିଷ୍ଟମ ପାଇଁ ସିଷ୍ଟମ ମୂଲ୍ୟର ୬୦% ଏବଂ ୨ ରୁ ୩ କିଲୋୱାଟ କ୍ଷମତା ବିଶିଷ୍ଟ ସିଷ୍ଟମ ପାଇଁ ଅତିରିକ୍ତ ସିଷ୍ଟମ ମୂଲ୍ୟର ୪୦% ସିଏଫ୍ଏ ପ୍ରଦାନ କରାଯାଇଥାଏ। ସିଏଫ୍ଏ ୩ କିଲୋୱାଟରେ ସୀମିତ ରହିବ। ବର୍ତ୍ତମାନର ବେଞ୍ଚମାର୍କ ମୂଲ୍ୟରେ ଏହାର ଅର୍ଥ ହେଉଛି ୧ କିଲୋୱାଟ୍ ସିଷ୍ଟମ ପାଇଁ ୩୦,୦୦୦ ଟଙ୍କା, ୨ କିଲୋୱାଟ୍ ସିଷ୍ଟମ ପାଇଁ ୬୦,୦୦୦ ଟଙ୍କା ଏବଂ ୩ କିଲୋୱାଟ୍ ସିଷ୍ଟମ ପାଇଁ ୭୮,୦୦୦ ଟଙ୍କା ସବସିଡି  ସୁବିଧା ପ୍ରଦାନ କରାଯିବ।

୨- ଏହି ପରିବାରଗୁଡ଼ିକ ନ୍ୟାସନାଲ ପୋର୍ଟାଲ ମାଧ୍ୟମରେ ସବସିଡି ପାଇଁ ଆବେଦନ କରିବେ ଏବଂ ଛାତ ଉପରେ ସୌର ସ୍ଥାପନ ପାଇଁ ଉପଯୁକ୍ତ ବିକ୍ରେତା ଚୟନ କରିବାକୁ ସକ୍ଷମ ହେବେ। ନ୍ୟାସନାଲ ପୋର୍ଟାଲ ଉପଯୁକ୍ତ ସିଷ୍ଟମ୍ ଆକାର, ବେନିଫିଟ୍ କ୍ୟାଲକୁଲେଟର, ଭେଣ୍ଡର ରେଟିଂ ଇତ୍ୟାଦି ପ୍ରାସଙ୍ଗିକ ସୂଚନା ପ୍ରଦାନ କରି ପରିବାରଗୁଡ଼ିକୁ ସେମାନଙ୍କ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସହାୟତା କରିବ।

୩- ୩ କିଲୋୱାଟ୍ ପର୍ଯ୍ୟନ୍ତ ଆବାସିକ ଆରଟିଏସ୍ ସିଷ୍ଟମ ସ୍ଥାପନ ପାଇଁ ପରିବାର ଗୁଡ଼ିକ ବର୍ତ୍ତମାନ ପ୍ରାୟ ୭% ସୁଧରେ ଋଣ ଉତ୍ପାଦ ପାଇପାରିବେ।

ଯୋଜନାର ଅନ୍ୟାନ୍ୟ ବୈଶିଷ୍ଟ୍ୟ

୧- ଗ୍ରାମାଞ୍ଚଳରେ ଛାତ ଉପରେ ସୌର ଶକ୍ତିକୁ ଗ୍ରହଣ କରିବା ପାଇଁ ରୋଲ ମଡେଲ ଭାବରେ କାର୍ଯ୍ୟ କରିବା ପାଇଁ ଦେଶର ପ୍ରତ୍ୟେକ ଜିଲ୍ଲାରେ ଏକ ମଡେଲ ସୋଲାର ଭିଲେଜ୍ ବିକଶିତ କରାଯିବ।

୨- ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଏବଂ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ମଧ୍ୟ ସେମାନଙ୍କ ଅଞ୍ଚଳରେ ଆରଟିଏସ୍ ପ୍ରତିଷ୍ଠାନକୁ ପ୍ରୋତ୍ସାହିତ କରିବା ପାଇଁ ଇନସେନଟିଭ୍ ଦ୍ବାରା ରୁ ଉପକୃତ ହେବେ।

୩- ଏହି ଯୋଜନାରେ ଅକ୍ଷୟ ଶକ୍ତି ସେବା କମ୍ପାନୀ (ରେସ୍କୋ) ଭିତ୍ତିକ ମଡେଲ ଗୁଡିକ ପାଇଁ ଦେୟ ସୁରକ୍ଷା ପାଇଁ ଏକ ଉପାଦାନ ଏବଂ ଆରଟିଏସରେ ଅଭିନବ ପ୍ରକଳ୍ପ ପାଇଁ ପାଣ୍ଠି ପ୍ରଦାନ କରାଯାଇଛି।

ଫଳାଫଳ ଏବଂ ପ୍ରଭାବ

ଏହି ଯୋଜନା ଜରିଆରେ ପରିବାରଗୁଡ଼ିକ ବିଦ୍ୟୁତ ବିଲ୍ ସଞ୍ଚୟ କରିବା ସହ ଅତିରିକ୍ତ ବିଦ୍ୟୁତ୍ ଡିସ୍କୋମ୍ କୁ ବିକ୍ରି କରି ଅତିରିକ୍ତ  ରୋଜଗାର କରିପାରିବେ। ୩ କିଲୋୱାଟ୍ ବ୍ୟବସ୍ଥା ଦ୍ୱାରା ଗୋଟିଏ ପରିବାର ପାଇଁ ମାସକୁ ହାରାହାରି ୩୦୦ ୟୁନିଟରୁ ଅଧିକ ଉତ୍ପାଦନ ହୋଇପାରିବ।

ପ୍ରସ୍ତାବିତ ଯୋଜନା ଫଳରେ ଆବାସିକ କ୍ଷେତ୍ରରେ ରୁଫଟପ୍ ସୋଲାର ମାଧ୍ୟମରେ ୩୦ ଗିଗାୱାଟ ସୌର କ୍ଷମତା ବୃଦ୍ଧି ପାଇବ, ୧୦୦୦ ବିୟୁ ବିଜୁଳି ଉତ୍ପାଦନ ହେବ ଏବଂ ଫଳରେ ୨୫ ବର୍ଷର ଜୀବନକାଳ ମଧ୍ୟରେ ୭୨୦ ନିୟୁତ ଟନ୍ ଅଙ୍ଗାରକାମ୍ଳ  ନିର୍ଗମନ ହ୍ରାସ ପାଇବ।

ଆକଳନ କରାଯାଇଛି ଯେ ଏହି ଯୋଜନା ଦ୍ୱାରା ଉତ୍ପାଦନ, ଲଜିଷ୍ଟିକ୍ସ, ଯୋଗାଣ ଶୃଙ୍ଖଳା, ବିକ୍ରି, ଇନଷ୍ଟଲେସନ, ଓଆଣ୍ଡଏମ ଏବଂ ଅନ୍ୟାନ୍ୟ ସେବାକ୍ଷେତ୍ରରେ ପ୍ରାୟ ୧୭ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ।

ପ୍ରଧାନମନ୍ତ୍ରୀ-ସୂର୍ଯ୍ୟଘରର ଲାଭ ନେବା: ମାଗଣା ବିଜୁଳି ଯୋଜନା

ସରକାର ଏହି ଯୋଜନା ଆରମ୍ଭ ହେବା ପରଠାରୁ ସଚେତନତା ସୃଷ୍ଟି କରିବା ଏବଂ ଆଗ୍ରହୀ ପରିବାରମାନଙ୍କଠାରୁ ଆବେଦନ ସୃଷ୍ଟି କରିବା ପାଇଁ ଏକ ବ୍ୟାପକ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ  ଲାଭ ଉଠାଇବା ପାଇଁ ପରିବାର https://pmsuryaghar.gov.in ନିଜକୁ ପଞ୍ଜୀକରଣ କରିପାରିବେ।

PM-Surya Ghar
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଦେଶବ୍ୟାପୀ ରିଲିଜ ହେବ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’

September 17, 2025

ଭାରତର ପ୍ରଥମ ସ୍ପିଡ୍ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନ ହେଲେ ଆନନ୍ଦକୁମାର, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

September 17, 2025

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ ସମ୍ପର୍କ ଏବଂ ଜନ ସମ୍ବେଦନା

September 17, 2025

ଦ୍ୱିତୀୟ ଜାତୀୟ ଏଏନଟିଏଫ୍ ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 17, 2025
Latest News

ପୁଣି ଦେଶବ୍ୟାପୀ ରିଲିଜ ହେବ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’

September 17, 2025

ଭାରତର ପ୍ରଥମ ସ୍ପିଡ୍ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନ ହେଲେ ଆନନ୍ଦକୁମାର, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

September 17, 2025

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ ସମ୍ପର୍କ ଏବଂ ଜନ ସମ୍ବେଦନା

September 17, 2025

ଦ୍ୱିତୀୟ ଜାତୀୟ ଏଏନଟିଏଫ୍ ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 17, 2025

ଆଜିଠାରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.