Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘କେନ୍ଦୁଝରର ଜନଜାତି: ଲୋକ, ସଂସ୍କୃତି ଓ ଐତିହ୍ୟ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରକୁ ଉଦଘାଟନ କଲେ ରାଷ୍ଟ୍ରପତି
ଆଜିର ଖବର

‘କେନ୍ଦୁଝରର ଜନଜାତି: ଲୋକ, ସଂସ୍କୃତି ଓ ଐତିହ୍ୟ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରକୁ ଉଦଘାଟନ କଲେ ରାଷ୍ଟ୍ରପତି

February 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧରଣୀଧର ବିଶ୍ୱବିଦ୍ୟାଳୟ ପକ୍ଷରୁ କେନ୍ଦୁଝରର ଗମ୍ଭରିଆ ଠାରେ ଆୟୋଜିତ ‘କେନ୍ଦୁଝରର ଜନଜାତି: ଲୋକ, ସଂସ୍କୃତି ଓ ଐତିହ୍ୟ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରକୁ ଆଜି (ଫେବୃଆରୀ ୨୯, ୨୦୨୪) ଉଦଘାଟନ କରିଛନ୍ତି। ସେ ମଧ୍ୟ ଏହି ଅବସରରେ ଆଦିବାସୀ ପୋଷାକ, ଗହଣା ଏବଂ ଖାଦ୍ୟକୁ ନେଇ ଆୟୋଜିତ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ କେନ୍ଦୁଝର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏଠାରେ ମୁଣ୍ଡା, କୋହ୍ଲ, ଭୂୟାଁ, ଜୁଆଙ୍ଗ, ବାଥୁଡି, ଗଣ୍ଡ, ସାନ୍ଥାଳ, ଓରାଙ୍ଗ ଓ କନ୍ଧ ଆଦି ସମ୍ପ୍ରଦାୟର ଲୋକ ରହୁଛନ୍ତି। ଆଲୋଚନାରେ ଭାଗ ନେଇଥିବା ଗବେଷକମାନେ ଆଦିବାସୀ ସଂସ୍କୃତିର ସଂରକ୍ଷଣର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଠୋସ୍ ସିଦ୍ଧାନ୍ତରେ ପହଞ୍ଚିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ଯଦି କୌଣସି ସମ୍ପ୍ରଦାୟ କିମ୍ବା ଗୋଷ୍ଠୀ ଦେଶର ବିକାଶର ମୁଖ୍ୟ ସ୍ରୋତରୁ ବାଦ୍ ପଡ଼ନ୍ତି, ତେବେ ଆମେ ଏହାକୁ ସମାବେଶୀ ବିକାଶ କହିପାରିବୁ ନାହିଁ। ତେଣୁ ଆଦିବାସୀ ସମ୍ପ୍ରଦାୟର ଅଧିକ ପଛୁଆ ଲୋକଙ୍କ ବିକାଶ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ବିଲୁପ୍ତ ପ୍ରାୟ ଆଦିବାସୀମାନଙ୍କୁ ସଶକ୍ତ କରିବା ପାଇଁ ଭାରତ ସରକାର ପିଏମ-ଜନମନ ଯୋଜନା ଆରମ୍ଭ କରିଛନ୍ତି। ଏହା ଦ୍ୱାରା ଜୀବିକା, ଦକ୍ଷତା ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ ନିର୍ମାଣ, ଟ୍ୟାପ୍ ଜଳ, ପରିମଳ ଓ ପୋଷଣ ମିଳିବ। ସମସ୍ତ ଆଦିବାସୀଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି ସେ କହିଛନ୍ତି। ଆଦିବାସୀ କଳା, ସଂସ୍କୃତି ଓ ହସ୍ତଶିଳ୍ପର ସଂରକ୍ଷଣ ଓ ପ୍ରୋତ୍ସାହନ ତଥା ଆଦିବାସୀ ସ୍ୱାଭିମାନର ସୁରକ୍ଷା ପାଇଁ ପ୍ରୟାସ କରାଯାଉଥିବା ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ଆଦିବାସୀ ଲୋକମାନେ ସମାନତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସର୍ବାଧିକ ଗୁରୁତ୍ୱ ଦିଅନ୍ତି। ‘ମୁଁ’ ନୁହେଁ, ‘ଆମେ’ ଆଦିବାସୀ ସମାଜର ମୌଳିକ ମନ୍ତ୍ର। ଆଦିବାସୀ ସମାଜରେ ମହିଳା ଓ ପୁରୁଷଙ୍କ ମଧ୍ୟରେ କୌଣସି ଭେଦଭାବ ନାହିଁ। ଏହି ଆଭିମୁଖ୍ୟ ହିଁ ମହିଳା ସଶକ୍ତିକରଣର ଆଧାର। ଯଦି ଆମେ ସମସ୍ତେ ଏହି ମୂଲ୍ୟବୋଧକୁ ଗ୍ରହଣ କରିବା, ତେବେ ମହିଳା ସଶକ୍ତିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇପାରିବ।

ଶିକ୍ଷକମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ ସେମାନେ ଶିକ୍ଷାଦାନ ସହିତ ଗବେଷଣା ଉପରେ ଧ୍ୟାନ ଦେବା ଉଚିତ୍। ଆଦିବାସୀ ଗାଁକୁ ଯାଇ ଗ୍ରାମବାସୀଙ୍କ ଅବସ୍ଥା ବୁଝିବାକୁ ସେ ଅନୁରୋଧ କରିଛନ୍ତି। ସେ କହିଥିଲେ ଯେ ଆଦିବାସୀ ସମାଜରେ ପାରମ୍ପରିକ ଜ୍ଞାନର ଭଣ୍ଡାର ରହିଛି। ଅଭିଜ୍ଞ ଆଦିବାସୀ ଭାଇ ଭଉଣୀମାନେ ଗଛ, ଲତା ଓ ଔଷଧକୁ ଚିହ୍ନିବା, ବ୍ୟବହାର କରିବା ଏବଂ ଏହାର ବିଶେଷ ଔଷଧୀୟ ଗୁଣ ଚିହ୍ନଟ କରିବାର କଳା ଜାଣନ୍ତି। ସେ କହିଛନ୍ତି ଯେ ସେମାନେ ସେହି ବିଷୟ ଉପରେ ଗବେଷଣା କରିବା ଉଚିତ ଏବଂ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ଗବେଷଣା କରିବାକୁ ପ୍ରେରଣା ଦେବା ଉଚିତ୍। ମାନବ ସମାଜର ହିତ ପାଇଁ ପାରମ୍ପରିକ ଜ୍ଞାନର ପ୍ରୟୋଗ ପ୍ରତି ଧ୍ୟାନ ଦେବା ସହ ଏହାକୁ ବିଲୁପ୍ତ ହେବାରୁ ରକ୍ଷା କରିବା ପାଇଁ ପ୍ରୟାସ କରିବାକୁ ସେ ଅନୁରୋଧ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ପାଖରେ ପ୍ରଚୁର ସମ୍ଭାବନା ଓ ସୁଯୋଗ ରହିଛି। ଶିକ୍ଷା ଓ ଦକ୍ଷତା ବଳରେ ସେମାନେ ଜୀବିକା ନିର୍ବାହ କରିବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ। ଶିକ୍ଷା ମାଧ୍ୟମରେ ନୂତନ ଜ୍ଞାନକୌଶଳ ସହ ଯୋଡ଼ି ହେବା ସହିତ ନିଜର ମୂଳକୁ ନଭୁଲିବା ପାଇଁ ସେ ଅନୁରୋଧ କରିଥିଲେ।

ଦ୍ରୌପଦୀ ମୁର୍ମୁ ଧରଣୀଧର ବିଶ୍ୱବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.