Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଉରକେଲା ଇସ୍ପାତ କାରଖାନାର ତତ୍‌‌କାଳୀନ ଏଜିଏମ୍‌ଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡାଦେଶ
ଆଜିର ଖବର

ରାଉରକେଲା ଇସ୍ପାତ କାରଖାନାର ତତ୍‌‌କାଳୀନ ଏଜିଏମ୍‌ଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡାଦେଶ

March 1, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଏକ ଠକେଇ ଓ ଜାଲିଆତି ମାମଲାରେ ସିବିଆଇର ଭୁବନେଶ୍ୱରସ୍ଥିତ ଏକ ସ୍ୱତନ୍ତ୍ର ଅଦାଲତ ‘ସେଲ’ ଅଧୀନରେ ଥିବା ରାଉରକେଲା ଇସ୍ପାତ କାରାଖାନାର ତତ୍‌କାଳୀନ ସହକାରୀ ସାଧାରଣ ପରିଚାଳକ ଏଜିଏମ୍‌) କେ. ବାଳ ଗଙ୍ଗାଧରଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୫ହଜାର ଟଙ୍କାର ଜୋରିମାନା ଆଦେଶ ଦେଇଛନ୍ତି।

ଏହି ଠକେଇ ଓ ଜାଲିଆତି ମାମଲାରେ ତତ୍କାଳୀନ ଏଜିଏମ୍ ବାଳ ଗଙ୍ଗାଧରଙ୍କ ସମେତ ଅନ୍ୟମାନଙ୍କ ନାମରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଭିତ୍ତିରେ ସିବିଆଇ ମାମଲାର ତଦନ୍ତ ଦାୟିତ୍ୱ ହାତକୁ ନେବା ସହିତ ଅଭିଯୁକ୍ତମାନଙ୍କ ନାମରେ କେସ୍ ଦାଏର କରିଥିଲା। ଅଭିଯୋଗ ଅନୁସାରେ ଏହି ଅଭିଯୁକ୍ତମାନେ ଏକ ଘରୋଇ ସଂସ୍ଥା ସହିତ ମିଶି ଅପରାଧିକ ଷଡଯନ୍ତ୍ର ରଚନା କରିବା ସହିତ ରାଉରକେଲା ଇସ୍ପାତ କାରଖାନାରୁ ପ୍ରାୟ ୨୪ଲକ୍ଷ ୪୧ହଜାର ଟଙ୍କା ଠକି ନେଇଥିଲେ। ଏହି ଜାଲିଆତିରେ ସମ୍ପୃକ୍ତ ବ୍ୟକ୍ତିମାନେ ଜାଲ କାଗଜପତ୍ର ବ୍ୟବହାର କରିବା ସହିତ ନିଜ ପଦର ଦୁରୁପଯୋଗ କରିଥିବା ଅଭିଯୋଗ ହୋଇଥିଲା। ସେମାନେ ବେଆଇନ ଆର୍ଥିକ ଲାଭ ପାଇଁ ସମ୍ପୃକ୍ତ ଘରୋଇ ସଂସ୍ଥାକୁ ଆର୍‌ଏସ୍‌ପିର ହଟ ଷ୍ଟ୍ରିମ ମିଲ (ଏଚଏମ୍‌ଏମ୍‌)ର ମରାମତି, ରଙ୍ଗ ଓ ସଫେଇ କାମ ଦେଇଥିଲେ।

ମାମଲାର ତଦନ୍ତ ପରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ୨୦୦୧ ନଭେମ୍ବର ୨୯ରେ ଅଭିଯୋଗ ପତ୍ର ଦାଖଲ ହୋଇଥିଲା।

ମାମଲାର ଦୀର୍ଘ ବିଚାର ସମୟରେ ଛ’ଜଣ ଅଭିଯୁକ୍ତଙ୍କର ମୃତ୍ୟୁ ଘଟିଥିଲା। ଫଳରେ ସେମାନଙ୍କ ବିରୋଧରେ ଚାଲିଥିବା ମାମଲାକୁ ପ୍ରତ୍ୟାହାର କରାଯାଇଥିଲା। ବାକି ଦୁଇଜଣଙ୍କ ବିରୋଧରେ ସିବିଆଇର ସ୍ୱତନ୍ତ୍ର ଟାଏଲ କୋର୍ଟରେ ମକଦ୍ଦମା ଜାରି ରହିଥିଲା। ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ତତ୍କାଳୀନ ଏଜିଏମ୍‌ଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କରିଛନ୍ତି। ତେବେ ସମ୍ପୃକ୍ତ ଘରୋଇ ସଂସ୍ଥାର ସଂସ୍ଥାପକ ଯାହାଙ୍କ ବିରୋଧରେ ମଧ୍ୟ ମାମଲା ଚାଲିଥିଲା, ଉପଯୁକ୍ତ ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି।

cbi ସିବିଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.