Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସନ୍ଥ କବି ଭୀମଭୋଇଙ୍କ ବାଣୀ ଓ ଆଦର୍ଶ ମୋ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ: ରାଷ୍ଟ୍ରପତି ଦୌପଦୀ ମୁର୍ମୁ
ଆଜିର ଖବର

ସନ୍ଥ କବି ଭୀମଭୋଇଙ୍କ ବାଣୀ ଓ ଆଦର୍ଶ ମୋ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ: ରାଷ୍ଟ୍ରପତି ଦୌପଦୀ ମୁର୍ମୁ

March 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢାଖୋଲ/ସମ୍ବଲପୁର: (କନ୍ଦର୍ପ ବେହେରା): ମୁଁ ଯେତେବେଳେ ରାଷ୍ଟ୍ରପତି ଭାବେ ଶପଥ ନେଉଥିଲି ସେଇ ସମୟରେ ସନ୍ଥକବିଙ୍କ ବାଣୀଙ୍କୁ ମୁଁ ପାଠ କରିବାର ସୌଭାଗ୍ୟ ପାଇଥିଲି।
ଆଜି ଦିନଟି ମୋ ପାଇଁ ସ୍ମରଣୀୟ ହୋଇ ରହିବ। ସନ୍ଥ କବିଙ୍କ ବାଣୀ ଓ ଆଦର୍ଶ ମୋ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ମାନବ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବା ଏହି କବିତାର ମର୍ମ ଥିଲା। ସନ୍ଥକବି ଭୀମଭୋଇଙ୍କର କେବଳ ମାନବ ସମାଜ ପ୍ରତି ନୁହେଁ ସମଗ୍ର ଜୀବ ଜଗତ ପ୍ରତି ସମ୍ବେଦନତାର ଅଭିବ୍ୟକ୍ତି। ଏହା ମଧ୍ୟ ଓଡିଆ ସାହିତ୍ୟର ଉତ୍କର୍ଷର ପରିଚାୟକ।

ମହିମାଧର୍ମ ବିଚାର ଓ ଆଦର୍ଶରେ ସମସ୍ତେ ଅନୁପ୍ରାଣୀତ ହେବା ଉଚିତ୍ ବୋଲି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆଜି ରେଢାଖୋଲ ମିନି ଷ୍ଟାଡିୟମରେ ଅନୁଷ୍ଠିତ ନାଗରିକ ସମ୍ବର୍ଦ୍ଧନା ସଭାରେ ବକ୍ତବ୍ୟ ରଖିଛନ୍ତି। ଭୀମଭୋଇଙ୍କ ଜୀବନୀ ସଂପର୍କରେ ମହାମହିମ ରାଷ୍ଟ୍ରପତି ଆଲୋକପାତ କରିଥିଲେ। ଶିକ୍ଷା, ଦୀକ୍ଷା ଅଭାବ ସତ୍ୱେ ସେ ଦିବ୍ୟଜ୍ୟାତି ଗ୍ରହଣ କରିଥିଲେ। ବାହ୍ୟ ଦୃଷ୍ଟି ନ ଥିଲେ ମଧ୍ୟ ତାଙ୍କର ଅନ୍ତଦୃଷ୍ଟି ପ୍ରଖର ଥିଲା। ସ୍କୁଲ , କଲେଜ ଶିକ୍ଷାରେ ମଧ୍ୟ ତାଙ୍କ କବିତା ଛାତ୍ରଛାତ୍ରୀମାନେ ପାଠ କରୁଛନ୍ତି। ୟୁଜିସି ପାଠ୍ୟକ୍ରମରେ ମଧ୍ୟ ତାଙ୍କ କବିତା ସାମିଲ୍ କରାଯିବା ଉଚିତ୍ ବୋଲି ମହାମହିମ ରାଷ୍ଟ୍ରପତି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ କେନ୍ଦ୍ର ଦକ୍ଷତା , ଶିକ୍ଷା ବିକାଶମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥକବି ଭୀମଭୋଇ ମହିମା ବିଚାରର ତତ୍ୱ, ଦର୍ଶନ ଆଭିମୁଖ୍ୟକୁ କବିତାର ରୂପ ଦେଇଛନ୍ତି, କବିତା ମାଧ୍ୟମରେ ନବଚେତନା ସୃଷ୍ଟି କରିଛନ୍ତି ବୋଲି ପ୍ରକାଶ କରିଥିଲେ। ମହାମହିମ ରାଷ୍ଟ୍ରପତିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନି ଖଣ୍ଡ ପୁସ୍ତକ ଉପହାର ସ୍ୱରୁପ ପ୍ରଦାନ କରିଥିଲେ। ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ , ବାବା ଆନନ୍ଦ ଚନ୍ଦ୍ର ଦାସ , ବାବା ପ୍ରଭାକର ଦାଶ, ସୌଭାଗ୍ୟ କୁମାର ଦାଶ, ଅରୁଣ କୁମାର ରାଉତ, ଭୀମଭୋଇ ସ୍ମୃତି କମିଟିର ସଭାପତି ଚକ୍ରଧର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ଆଜି ସକାଳ ୧୧. ୩୦ ମିନିଟରେ ସମ୍ବଲପୁର ଜିଲ୍ଲା ରେଢାଖୋଲର କଦଳିଗଡ ଠାରେ ହେଲି ପ୍ୟାଡ୍‌ରେ ଅବତରଣ କରିବା ପରେ ସେ ମଧୁପୁର ଗ୍ରାମକୁ ଯାଇ ଭୀମଭୋଇଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କନ୍ଧରା ସ୍ମୁତି ପୀଠ ଏବଂ କାଙ୍କଣପଡାକୁ ଯାଇ ଥିଲେ । ଅପରାହ୍ନ ୩ ଟାରେ ରେଢାଖୋଲ ମିନିଷ୍ଟାଡିୟମକୁ ଯାଇ ଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ମହାମହିମ ରାଷ୍ଟ୍ରପତି ଙ୍କ ଗସ୍ତକୁ ନେଇ ରେଢାଖୋଲ ସହର ଉତ୍ସବ ମୁଖର ହୋଇଥିଲା। ପଶ୍ଚିମ ଓଡିଶାର ଶହ ଶହ ମହିମା ଭକ୍ତ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

2026 IPL ର ଉଦଘାଟନୀ ଉତ୍ସବ ବାତିଲ: ଜାଣନ୍ତୁ କାରଣ

March 27, 2026

ମାତ୍ର ୩୫ ବର୍ଷ ବୟସରେ ନେପାଳର ପ୍ରଧାନମନ୍ତ୍ରୀ ହେଲେ ବାଲେନ୍ ଶାହ: ଜାଣନ୍ତୁ ସେ କିଏ?

March 27, 2026

ପ୍ରବେଶ ଉତ୍ସବର ଉତ୍ସାହ: ଶିକ୍ଷା ପାଇଁ ଦ୍ୱାର ଦ୍ୱାର ବୁଲି ଶିଶୁଙ୍କୁ ନିମନ୍ତ୍ରଣ ଜଣାଇଲେ ବାଚସ୍ପତି

March 27, 2026

ଆଉ କିଛି ସମୟ ପରେ ଅଯୋଧ୍ୟାରେ ରାମ ଲଲ୍ଲାଙ୍କ ସୂର୍ଯ୍ୟ ତିଳକ!: ଦେଖନ୍ତୁ ସିଧାପ୍ରସରଣ

March 27, 2026
Latest News

2026 IPL ର ଉଦଘାଟନୀ ଉତ୍ସବ ବାତିଲ: ଜାଣନ୍ତୁ କାରଣ

March 27, 2026

ନିର୍ବାଚନ ହେବାକୁ ଥିବା ୫ ଟି ରାଜ୍ୟରେ ବିଜେପି ର ବିଧାୟକ ସଂଖ୍ୟା କେତେ?: ଜାଣନ୍ତୁ ସ୍ଥିତି

March 27, 2026

ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ଫ: ଯୁଦ୍ଧ ମଧ୍ୟରେ ବଡ଼ ବିବୃତ୍ତି ଦେଲେ ଆମେରିକା ରାଷ୍ଟ୍ରପତି

March 27, 2026

ମାତ୍ର ୩୫ ବର୍ଷ ବୟସରେ ନେପାଳର ପ୍ରଧାନମନ୍ତ୍ରୀ ହେଲେ ବାଲେନ୍ ଶାହ: ଜାଣନ୍ତୁ ସେ କିଏ?

March 27, 2026

ପ୍ରବେଶ ଉତ୍ସବର ଉତ୍ସାହ: ଶିକ୍ଷା ପାଇଁ ଦ୍ୱାର ଦ୍ୱାର ବୁଲି ଶିଶୁଙ୍କୁ ନିମନ୍ତ୍ରଣ ଜଣାଇଲେ ବାଚସ୍ପତି

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.