
ଭୁବନେଶ୍ବର: ଖୁବ ଶିଘ୍ର ବିଜେପି ରେ ମିଶିବେ ଧାମନଗରର ଚହଳ ସୃଷ୍ଟି କରିଥିବା ନେତା ରାଜେନ୍ଦ୍ର ଦାସ। ଧାମନଗର ଉପନିର୍ବାଚନରେ ବିଜେଡି ରାଜେନ୍ଦ୍ରଙ୍କୁ ଟିକେଟ ନ ଦେବାରୁ ସେ ବିଦ୍ରୋହୀ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ। ଫଳରେ ଏକମାତ୍ର ଉପନିର୍ବାନଚନ ଯେଉଁଠାରେ ବିଜେପି ବିଜୟ ଲାଭ କରିଥିଲା।
ଏହାପରେ ରାଜେନ୍ଦ୍ର ପୁଣି ଥରେ ବିଜେଡିକୁ ଫେରି ଆସିବେ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ତାହା ସମ୍ଭବ ହୋଇପାରି ନ ଥିଲା। ବର୍ତ୍ତମାନ ନିର୍ବାଚନ ପାଖେଇ ଆସିବାରୁ ସେ ବିଜେପିରେ ସାମିଲ ହେବେ। ତେବେ ଧାମନଗରରେ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ଥିବା ବେଳେ ତାଙ୍କୁ କେଉଁଠି ଟିକେଟ ମିଳିବ ସେ ନେଇ ସନ୍ଦେହ ରହିଛି।