କଏନ୍‌କୁ ନେଇ ଚିନ୍ତାରେ ମହାରାଷ୍ଟ୍ରର ଶିରିଡି ସାଇ ମନ୍ଦିର

Published: Jun 18, 2019, 2:28 pm IST

ମହାରାଷ୍ଟ୍ରର ଶିରିଡି ସାଇ ମନ୍ଦିର ଟ୍ରଷ୍ଟ ସବୁଠୁ ଧନୀ ଟ୍ରଷ୍ଟ ମଧ୍ୟରେ ଅନ୍ୟତମ । ଏହି ମନ୍ଦିରକୁ ମିଳୁଥିବା ଦାନ ପରିମାଣ ସବୁଠୁ ଅଧିକ । କଏନ୍‌କୁ ନେଇ ଚିନ୍ତାରେ ରହିଛି ଶିରିଡି ସାଇ ମନ୍ଦିର । ମନ୍ଦିର ଦାନ ପେଟିରୁ ପ୍ରତି ସପ୍ତାହରେ ୧୪ ଲକ୍ଷ ଟଙ୍କାର କଏନ୍‌ ମିଳୁଛି। ତେବେ ଏତେ ସଂଖ୍ୟକ କଏନ୍‌ ବଦଳାଇବା କାଠିକର ପାଠ ପ୍ରତି ସପ୍ତାହରେ ମନ୍ଦିରର ଦାନ ପେଟି ଦୁଇଥର ଖୋଲା ଯାଇଥାଏ। ଥରକେ ଏଥିରୁ ୨କୋଟିରୁ ଅଧିକ ଟଙ୍କା ମିଳିଥାଏ। ସେଥିମଧ୍ୟରେ ୭ ଲକ୍ଷ ଟଙ୍କା ପାଖାପାଖି କଏନ୍‌ ରହିଥାଏ। ଏହି କଏନ୍‌କୁ ବଦଳାଇବା ପାଇଁ ଏବେ ବ୍ୟାଙ୍କ ମନା କରୁଛନ୍ତି। କାରଣ ସେମାନଙ୍କ ପାଖରେ କଏନ୍‌ ରଖିବା ପାଇଁ ସ୍ଥାନର ଅଭାବ ଦେଖାଦେଇଛି। ଏହି ମନ୍ଦିରକୁ କେବଳ ଦେଶ ଭିତରର ଲୋକ ପୂଜା ପାଇଁ ଯାଇନଥାନ୍ତି । ବିଦେଶୀଙ୍କ ସମାଗମ ମଧ୍ୟ ଏଠାରେ ପ୍ରବଳ ଅନୁଭୂତ ହୁଏ । ଏହି କଏନ୍‌ ସମସ୍ୟାରୁ ମୁକ୍ତି ପାଇବା ପାଇଁ ରିଜର୍ଭ ବ୍ୟାଙ୍କକୁ ଅପିଲ୍‌ କରିବା ସହିତ ଏହି ସମସ୍ୟାର ସମାଧାନ କରିବା ଦିଗରେ ମନ୍ଦିର ଟ୍ରଷ୍ଟ ଚେଷ୍ଟିତ ରହିଛି ।

Related posts