Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିହାର ଶିଶୁ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ବୟାନବାଜୀ, ୪ଜୀ ଓ ଗରମକୁ ଦାୟୀ କଲେ ନେତା
ଆଜିର ଖବର

ବିହାର ଶିଶୁ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ବୟାନବାଜୀ, ୪ଜୀ ଓ ଗରମକୁ ଦାୟୀ କଲେ ନେତା

June 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିହାରରେ ଶିଶୁ ମୃତ୍ୟୁକୁ ନେଇ ସଙ୍ଗୀନ ଅବସ୍ଥା ରହିଥିବାବେଳେ ନେତାମାନଙ୍କର ବୟାନାବାଜି ଏହାକୁ ରାଜନୀତି ରଙ୍ଗ ଦେଉଛି । ୧୨୯ ପାଖାପାଖି ଶିଶୁ ମସ୍ତିଷ୍କ ଜ୍ବରରେ ମୃତ୍ୟୁବରଣ କରିଥିବାବେଳେ ୪୦୦ ପାଖାପାଖି ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇ ହସ୍‌ପିଟାଲରେ ରହିଛନ୍ତି । ଏହି ରୋଗର ନିରାକରଣ କରିବାରେ ସରକାର ବିଫଳ ରହିଥିବାବେଳେ ନେତାମାନଙ୍କର ବୟାନବାଜି ବିବାଦ ସୃଷ୍ଟି କରୁଛି । ଭାରତୀୟ ଜନତା ପାର୍ଟିର ସାଂସଦ ଅଜୟ ନିଷାଦ ଏହି ରୋଗକୁ ନେଇ ଦାୟିତ୍ବହୀନ ବୟାନବାଜି କରିଛନ୍ତି । ଏହି ରୋଗ ପାଇଁ ୪ଜୀକୁ ସେ ଦାୟୀ କରିଛନ୍ତି । ତାଙ୍କ ମତରେ ଏହି ରୋଗ ପାଇଁ ଗାଁଓ୍ବ (ଗାଁ), ଗରମୀ(ଗରମ), ଗରୀବ୍‌ (ଗରିବ) ଓ ଗନ୍ଦଗୀ (ଅସନା)କୁ ଦାୟୀ କରିଛନ୍ତି । ବିଜେପି ସାଂସଦ କହିଛନ୍ତି ଯେ, ଏହି ରୋଗ ପଛୁଆ ଜାତି ତଥା ସମାଜର ଲୋକଙ୍କୁ ଏହି ବେମାରୀ ହେଉଛି । ସେମାନଙ୍କର ରହିବା ତଥା ଚଳିବା ବହୁତ ନୀଚରହିଛି, ସେଥିପାଇଁ ଶିଶୁମାନେ ଏପରି ବେମାରରେ ପଡୁଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନିତୀଶ୍‌ କୁମାର ହସ୍‌ପିଟାଲ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ଆଗାମୀ ସମୟରେ ଏହି ରୋଗ ଉପରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ଅଜୟ କହିଛନ୍ତି । ସେହିପରି ଜେଡିୟୁର ସାଂସଦ ଦିନେଶ୍‌ ଚନ୍ଦ୍ର ଯାଦବ ଶିଶୁ ମୃତ୍ୟୁକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହିତ ଗରମ ସମୟରେ ଏପରି ରୋଗ ବଢିଯାଉଛି, ବର୍ଷା ଆସିଲେ ଏହି ରୋଗ କମିଯିବ ବା ଭଲ ହୋଇଯିବ ବୋଲି କହିଛନ୍ତି । ବିହାରରେ ଶିଶୁ ମୃତ୍ୟୁକୁ ନେଇ ଜାତୀୟ ମାନବାଧିକାରୀ ଆୟୋଗ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିସାରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ, ଏବେ ଡାକଘରେ ମିଳିବ BSNL ସିମ୍

September 19, 2025

ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ: ଚିଠି ଲେଖିଲା ICC

September 19, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଫସିଗଲା ବିଜେଡି, ଦଳ ପାଖରେ ରହିବ ଦୁଇଟି ବିକଳ୍ପ

September 19, 2025

ଓଡିଶାରେ ଆଦି କର୍ମଯୋଗୀ ଅଭିଯାନର ପ୍ରଗତି ସମ୍ପର୍କୀତ ସମୀକ୍ଷୀ ବୈଠକ

September 19, 2025
Latest News

କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ, ଏବେ ଡାକଘରେ ମିଳିବ BSNL ସିମ୍

September 19, 2025

ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ: ଚିଠି ଲେଖିଲା ICC

September 19, 2025

ଭାରତ ସମ୍ପର୍କରେ ଆମେରିକାକୁ ରୁଷର ଚେତାବନୀ: ଶୁଳ୍କ ଉପରେ ଦେଲା ବଡ ବିବୃତ୍ତି

September 19, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଫସିଗଲା ବିଜେଡି, ଦଳ ପାଖରେ ରହିବ ଦୁଇଟି ବିକଳ୍ପ

September 19, 2025

ଓଡିଶାରେ ଆଦି କର୍ମଯୋଗୀ ଅଭିଯାନର ପ୍ରଗତି ସମ୍ପର୍କୀତ ସମୀକ୍ଷୀ ବୈଠକ

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.