Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଧ୍ୟପ୍ରଦେଶ ୬୨ ରନରେ ପରାସ୍ତ: ବିଦର୍ଭ-ମୁମ୍ବାଇ ମଧ୍ୟରେ ହେବ ରଣଜୀ ଟ୍ରଫି ଫାଇନାଲର ଲଢେଇ
ଆଜିର ଖବର

ମଧ୍ୟପ୍ରଦେଶ ୬୨ ରନରେ ପରାସ୍ତ: ବିଦର୍ଭ-ମୁମ୍ବାଇ ମଧ୍ୟରେ ହେବ ରଣଜୀ ଟ୍ରଫି ଫାଇନାଲର ଲଢେଇ

March 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରଣଜୀ ଟ୍ରଫି ୨୦୨୩-୨୪ ର ଫାଇନାଲରେ ବିଦର୍ଭ ପ୍ରବେଶ କରିଛି। ଆଜି ପ୍ରଥମ ସେମିଫାଇନାଲ ମ୍ୟାଚରେ ମଧ୍ୟପ୍ରଦେଶକୁ ବିଦର୍ଭ ୬୨ ରନରେ ପରାସ୍ତ କରିଛି। ଏହି ମ୍ୟାଚ୍ ପାଇଁ ୟଶ ରାଠୋରଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ କରାଯାଇଛି। ବିଦର୍ଭ ପାଇଁ ଚମତ୍କାର ବ୍ୟାଟିଂ କରୁଥିବାବେଳେ ସେ ଏକ ଶତକ ହାସଲ କରିଥିଲେ। ଏବେ ବିଦର୍ଭ ଫାଇନାଲରେ ମୁମ୍ବାଇ ସହିତ ମୁହାଁମୁହିଁ ହେବ। ମାର୍ଚ୍ଚ ୧୦ ତାରିଖରୁ ଫାଇନାଲ ମ୍ୟାଚ୍ ଖେଳାଯିବ।

ଅକ୍ଷୟ ୱାଡକରଙ୍କ ନେତୃତ୍ଵରେ ବିଦର୍ଭ ଦଳର ଖରାପ ଆରମ୍ଭ ହୋଇଥିଲା। କିନ୍ତୁ ପରେ ଦଳ ଭଲ ପ୍ରଦର୍ଶନ କରି ଖେଳର ଗତି ବଦଳାଇଥିଲା। ପ୍ରଥମ ଇନିଂସରେ ବିଦର୍ଭ ୧୭୦ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ଓପନର୍ ଅଥର୍ବ ୩୯ ରନ୍ କରିଥିଲେ। କରୁଣ ନାୟାର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୦୫ ବଲରେ ୬୩ ରନ୍ ସଂଗ୍ରହ କରିଥିଲେ। କ୍ୟାପଟେନ ଅକ୍ଷୟ ମାତ୍ର ୧ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ତେବେ ଦଳର ତିନି ଖେଳାଳି ଶୂନ୍ୟରେ ଆଉଟ୍ ହୋଇଥିଲେ।

ଏହି ସମୟରେ ମଧ୍ୟପ୍ରଦେଶ ପାଇଁ ଆବେଶ ଖାନ ଚମତ୍କାର ବୋଲିଂ କରିଥିଲେ। ସେ ୧୫ ଓଭରରେ ୪୯ ରନ୍ ଦେଇ ୪ ୱିକେଟ୍ ନେଇଥିଲେ। କୁଲବନ୍ତ ଏବଂ ଭେଙ୍କଟେଶ ଆୟର୍ ୨-୨ ୱିକେଟ୍ ନେଇଥିଲେ। ମଧ୍ୟପ୍ରଦେଶ ପ୍ରଥମ ଇନିଂସରେ ୨୫୨ ରନ୍ ସଂଗ୍ରହ କରିଥିଲା। ଏଥିପାଇଁ ହିମାଂଶୁ ମନ୍ତ୍ରୀ ଏକ ଶତକ ହାସଲ କରିଥିଲେ। ସେ ୨୬୫ ବଲରେ ୧୨୬ ରନ୍ ସ୍କୋର କରିଥିଲେ। ତେବେ ତାଙ୍କ ଶତକ ଦଳକୁ ସାହାଯ୍ୟ କରିପାରି ନଥିଲା। ଏହି ସମୟ ମଧ୍ୟରେ ଉମେଶ ଯାଦବ ବିଦର୍ଭ ପାଇଁ ୩ ୱିକେଟ୍ ନେଇଥିଲେ। ୟଶ ଠାକୁର ମଧ୍ୟ ୩ ୱିକେଟ୍ ପାଇଥିଲେ।

ଖରାପ ପ୍ରଥମ ଇନିଂସ ପରେ ବିଦର୍ଭ ଦ୍ୱିତୀୟ ଇନିଂସରେ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳ ୪୦୨ ରନ୍ ସ୍କୋର କରିଥିଲା। ଏହି ସମୟରେ ୟଶ ରାଠୋର ଶତକୀୟ ଇନିଂସ ଖେଳିଥିଲେ। ସେ ୨୦୦ ବଲର ସମ୍ମୁଖିନ ହୋଇ ୧୪୧ ରନ୍ ସ୍କୋର କରିଥିଲେ। ୟଶଙ୍କ ଏହି ଇନିଂସରେ ୧୮ ଚୌକା ଓ ୨ ଛକା ଅନ୍ତର୍ଭୁକ୍ତ ଥିଲା। ଅକ୍ଷୟ ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ସେ ୧୩୯ ବଲର ସମ୍ମୁଖିନ ହୋଇ ୭୭ ରନ ସ୍କୋର କରିଥିଲେ। ଏହି ଅବଧି ମଧ୍ୟରେ ସେ ୮ ଟି ଚୌକା ମାରିଥିଲେ। ଅମନ ୫୯ ରନ୍ କରିଥିଲେ। ଏହାର ଜବାବରେ ମଧ୍ୟପ୍ରଦେଶ ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୨୫୮ ରନ୍ ସ୍କୋର କରିପାରିଥିଲା। ଏହିପରି ବିଦର୍ଭ ଦଳ ମଧ୍ୟପ୍ରଦେଶକୁ ୬୨ ରନରେ ପରାସ୍ତ କରିଥିଲା।

𝐕𝐢𝐝𝐚𝐫𝐛𝐡𝐚 𝐚𝐫𝐞 𝐢𝐧𝐭𝐨 𝐭𝐡𝐞 𝐟𝐢𝐧𝐚𝐥! 🙌🙌

They beat Madhya Pradesh by 62 runs in a tightly fought contest.

A terrific comeback from the Akshay Wadkar-led side 👌@IDFCFIRSTBank | #VIDvMP | #RanjiTrophy | #SF1

Scorecard ▶️ https://t.co/KsLiJPuqXr pic.twitter.com/YFY1kaO1x7

— BCCI Domestic (@BCCIdomestic) March 6, 2024

ବିଦର୍ଭ ଫାଇନାଲରେ ମୁମ୍ବାଇକୁ ଭେଟିବ:

ରଣଜୀ ଟ୍ରଫିର ଏହି ସିଜିନର ଫାଇନାଲ ମ୍ୟାଚ୍ ବିଦର୍ଭ ଏବଂ ମୁମ୍ବାଇ ମଧ୍ୟରେ ଖେଳାଯିବ। ମାର୍ଚ୍ଚ ୧୦ ତାରିଖରୁ ଏହି ମ୍ୟାଚ୍ ଆୟୋଜିତ ହେବ। ବିଦର୍ଭ ପୂର୍ବରୁ ମୁମ୍ବାଇ ସେମିଫାଇନାଲରେ ଜିତିଥିଲା। ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ତାମିଲନାଡୁକୁ ମୁମ୍ବାଇ ଶୋଚନୀୟ ଭାବେ ପରାସ୍ତ କରିଥିଲା। ତାମିଲନାଡୁକୁ ଗୋଟିଏ ଇନିଂସ ଏବଂ ୭୦ ରନ୍ ରେ ମ୍ୟାଚ୍ ହାରିଥିଲା।

Akshay Wadkar Madhya Pradesh Ranji Trophy 2024 Vidarbha Yash Rathod
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.