Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ-ସାର୍ଥକର ସୋ “ଡାନ୍ସ ଓଡିଶା ଡାନ୍ସ – ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍” ପ୍ରଚାରର ଅଭିନବ ପ୍ରୟାସ
ଆଜିର ଖବର

ଜୀ-ସାର୍ଥକର ସୋ “ଡାନ୍ସ ଓଡିଶା ଡାନ୍ସ – ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍” ପ୍ରଚାରର ଅଭିନବ ପ୍ରୟାସ

March 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସବୁବେଳେ ତାର ଦର୍ଶକଙ୍କ ସହ ଯୋଡି ହୋଇ ରହିବା ପାଇଁ ଅବିରତ ଚେଷ୍ଟା ଜାରି ରଖିଥାଏ । କେତେବେଳେ ଟିଭି ମାଧ୍ୟମରେ ତ କେତେବେଳେ ସିଧା ସିଧା ଦର୍ଶକଙ୍କ ପାଖରେ ପହଞ୍ଚିଥାଏ । ସେହି ପରିପ୍ରେକ୍ଷିରେ ଜୀ-ସାର୍ଥକ ଆରମ୍ଭ କରିଛି “ଡାନ୍ସ ଓଡିଶା ଡାନ୍ସ – ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍”, ସୋ ପ୍ରଚାରର ଏକ ନୂଆ ପ୍ରୟାସ, ଯାହା ଆପଣଙ୍କୁ ଦେବ ଖରା ଦିନରେ ମାଗଣା ଆଇସ୍କ୍ରୀମ । ହେଲେ କେମିତି ପାଇବେ ଏହି ମାଗଣା ଆଇସ୍କ୍ରୀମ ?

ଜୀ-ସାର୍ଥକରେ ପ୍ରସାରିତ ସେଲିବ୍ରେଟିଙ୍କ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍’ ର ପ୍ରଚାରକୁ ଆହୁରି ଏକ ପାଦ ଆଗକୁ ନେଇ ଏହାର ଟିମ୍ ଆରମ୍ଭ କରିଛି ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ଏକ ନୂଆ ହାସଟ୍ଯାଗ ଟ୍ରେଣ୍ଡ #ZSDUMDARJODI । ଯେମିତିକି ସୋ ର ଟ୍ୟାଗ ଲାଇନରେ କୁହାଯାଇଛି ” ଯେବେ ଯୋଡି ଥିବା ଦମଦାର ଧମାକା ହେବ ଜୋରଦାର” , ସେମିତି ଆପଣ ନିଜର ଦମଦାର ବନ୍ଧୁ, ବାନ୍ଧବୀ ବା ନିଜ ଯୋଡି ସହ ନିକଟସ୍ଥ ଜ଼ୀ ସାର୍ଥକ ଆଇସ୍କ୍ରୀମ ଟ୍ରଲି ପାଖକୁ ଯିବେ ଓ ଗୋଟିଏ ଆଇସ୍କ୍ରୀମ କିଣି ଆଉ ଗୋଟେ ଆଇସ୍କ୍ରୀମ ମାଗଣାରେ ପାଇବେ। ଆପଣ ଆଇସ୍କ୍ରୀମ ଓ ନିଜ ଯୋଡି ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ କରିବେ ଓ ବ୍ୟବହାର କରିବେ #ZSDUMDARJODI । କିଛି ନୂଆ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍’, ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହେବ ବୋଲି ଏହି ରୋମାଞ୍ଚକର ନୂତନ ରିଆଲିଟି ଡ୍ୟାନ୍ସ ସୋ ର ସଦସ୍ୟ ମାନେ କହିଛନ୍ତି ।

ଜୀ-ସାର୍ଥକର ବିଭିନ୍ନ ମେଗା ଧାରାବାହିକରୁ ଲୋକପ୍ରିୟ ନାୟକ ଓ ନାୟିକା ଯୋଡି ଯୋଡି ପ୍ରତି ସପ୍ତାହରେ ବିଭିନ୍ନ ନୃତ୍ୟ ରୂପରେ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି | ନିଜର ଅବିଶ୍ୱସନୀୟ ନୃତ୍ୟ ପ୍ରଦର୍ଶନ ସହିତ ଦର୍ଶକଙ୍କୁ ଆକର୍ଷିତ କରିବା ସହ ଆଇସ୍କ୍ରୀମ ଏହି କାର୍ଯକ୍ରମର ସ୍ଵାଦ ଆହୁରି ବଢାଇବ ବୋଲି ଜ଼ୀ ସାର୍ଥକ ପକ୍ଷରୁ କୁହାଯାଇଛି । ସୁଜିତ ଓ ଚାନ୍ଦିନୀ ଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ଏହି ଡ୍ୟାନ୍ସ ଲିଗରେ ଅଭିନେତା ଦେବାଶିଷ ପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରୀ ର ଆସନ ଅଳଙ୍କୃତ କରୁଛନ୍ତି । କେବଳ ନୃତ୍ୟ ନୁହେଁ ବରଂ ବିଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଖେଳ ମଧ୍ୟ ଏହି ପ୍ରତିଯୋଗିତାର ଆକର୍ଷଣ ହୋଇଛି ।

ଜୀ-ସାର୍ଥକ ସଦା ସର୍ବଦା ତାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁଛି ସେହି ପରି ଏହି ‘ଦମଦାର ଯୋଡି’ ପ୍ରୟାସ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେବ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।

ଜୀ ସାର୍ଥକ
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.