ନୂଆଦିଲ୍ଲୀ: ଆଜି ସକାଳେ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ଏବଂ ଟାଇଗର ରିଜର୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାତୀ ଏବଂ ଜିପ୍ ରେ ବସି ବୁଲିଥିଲେ। ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ପରିଦର୍ଶନ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ପାର୍କର ସେଣ୍ଟ୍ରାଲ କୋହୋରା ରେଞ୍ଜର ମିହିମୁଖ ଅଞ୍ଚଳରେ ହାତୀରେ ବସି ଭ୍ରମଣ କରିଥିଲେ। ପରେ ପରେ ସେ ସେହି ପରିସର ମଧ୍ୟରେ ଜିପ୍ ସଫାରି ନେଇଥିଲେ। ଏଥିସହିତ ମୋଦି ହାତୀମାନଙ୍କୁ ଆଖୁ ଖାଇବାକୁ ଦେଇଥିଲେ।
ତାଙ୍କ ସହ ପାର୍କ ନିର୍ଦ୍ଦେଶକ ସୋନାଲି ଘୋଷ ଏବଂ ଅନ୍ୟ ବରିଷ୍ଠ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଦୁଇଦିନିଆ ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି। ସେ ଗତକାଲି ସଂଧ୍ୟାରେ ଆସାମରେ ପହଞ୍ଚିଥିଲେ।