Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୦୦ ଟେଷ୍ଟ୍‍ ମ୍ୟାଚ୍‍ ଖେଳିବାରେ ଅଶ୍ୱିନ ଭାରତର ୧୪ତମ ଖେଳାଳି
ଆଜିର ଖବର

୧୦୦ ଟେଷ୍ଟ୍‍ ମ୍ୟାଚ୍‍ ଖେଳିବାରେ ଅଶ୍ୱିନ ଭାରତର ୧୪ତମ ଖେଳାଳି

March 11, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଧର୍ମଶାଳାରେ ଟେଷ୍ଟ କ୍ୟାରିୟରର ୧୦୦ତମ ମ୍ୟାଚ୍ ଖେଳିବେ। ୧୦୦ ଟେଷ୍ଟ ଖେଳିବାରେ ସେ ଭାରତର ୧୪ତମ ଖେଳାଳି ହେବେ। ଏହି ସ୍ଥାନ ହାସଲ କରିବାରେ ସେ ବିଶ୍ୱର ୭୭ତମ ଖେଳାଳି।

ଭାରତର ୯୨ ବର୍ଷର ଟେଷ୍ଟ ଇତିହାସରେ ଅଶ୍ୱିନ ପଞ୍ଚମ ବୋଲରଭାବେ ୧୦୦ କିମ୍ବା ତା’ଠାରୁ ଅଧିକ ଟେଷ୍ଟ୍ ଖେଳିବେ। ତାଙ୍କ ପୂର୍ବରୁ ଅନୀଲ କୁମ୍ବଲେ, କପିଲ ଦେବ, ଇଶାନ୍ତ ଶର୍ମା ଓ ହରଭଜନ ସିଂହ ଏହି ସଫଳତା ହାସଲ କରିଛନ୍ତି।

ଅଶ୍ୱିନଙ୍କ ପୂର୍ବରୁ ୧୩ ଜଣ ଭାରତୀୟ ଖେଳାଳି ୧୦୦ ଟେଷ୍ଟ ଖେଳିବାର ସଫଳତା ହାସଲ କରିଛନ୍ତି। ଏହି ତାଲିକାରେ ପୂର୍ବତନ ଷ୍ଟାର ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଶୀର୍ଷରେ ରହିଛନ୍ତି। ଟିମ୍ ଇଣ୍ଡିଆର ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବିରାଟ କୋହଲି, ଚେତେଶ୍ୱର ପୂଜାରା ଓ ଇଶାନ୍ତ ଶର୍ମାଙ୍କ ପରେ ଅଶ୍ୱିନ ଚତୁର୍ଥ ସକ୍ରିୟ ଭାରତୀୟ ଖେଳାଳିଭାବେ ଟେଷ୍ଟ ମ୍ୟାଚରେ ଶତକ ପୂରଣ କରିବେ।

ଟେଷ୍ଟରେ ୫୦୦ ୱିକେଟ୍ ନେବାରେ ଅଶ୍ୱିନ ଦ୍ୱିତୀୟ ଭାରତୀୟ

ଅଶ୍ୱିନ ୯୯ ଟେଷ୍ଟରେ ୫୦୭ ୱିକେଟ୍ ନେଇଛନ୍ତି। ୫୦୦ ୱିକେଟ୍ ନେବାରେ ସେ ଦ୍ୱିତୀୟ ଭାରତୀୟ ବୋଲର। ତାଙ୍କ ପୂର୍ବରୁ ଅନୀଲ କୁମ୍ବଲେ ୧୦୫ ମ୍ୟାଚରେ ଏହି ସଫଳତା ହାସଲ କରିଥିଲେ। ସବୁଠାରୁ କମ୍ ଟେଷ୍ଟରେ ୫୦୦ ୱିକେଟ୍ ହାସଲ କରିଥିବା ବୋଲର ତାଲିକାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କେବଳ ଶ୍ରୀଲଙ୍କାର ମୁଥାୟା ମୁରଲୀଧରନ କମ୍ ମ୍ୟାଚ୍ (୮୭)ରେ ୫୦୦ ୱିକେଟ୍ ପୂରଣ କରିଥିଲେ।

cricket indian cricketer
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ‘ଲୋଗୋ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ପ୍ରଥମେ ୨୨୦୦ ବିଦ୍ୟାଳୟ

November 14, 2025

ନୂଆପଡା ଫଳାଫଳ ନେଇ ବାଣ ମାରିଲେ ଶ୍ରୀମୟୀ, କହିଲେ ଏହା ଭଣ୍ଡ ସନ୍ୟାସୀଙ୍କ ଚକ୍ରାନ୍ତ

November 14, 2025

ଅନ୍ତା ଉପନିର୍ବାଚନ: ବିଜେପିକୁ ବଡ଼ ଝଟକା, ବସୁନ୍ଧରା ରାଜେଙ୍କ ଗଡ଼ ଜିତିଲା କଂଗ୍ରେସ

November 14, 2025

କମିଲା ସୁନା ଦର: ଜାଣନ୍ତୁ ଆଜି ଭୁବନେଶ୍ଵରରେ କେତେ ହ୍ରାସ ପାଇଲା ସୁନାର ମୂଲ୍ୟ 

November 14, 2025
Latest News

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ‘ଲୋଗୋ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ପ୍ରଥମେ ୨୨୦୦ ବିଦ୍ୟାଳୟ

November 14, 2025

ନୂଆପଡା ଫଳାଫଳ ନେଇ ବାଣ ମାରିଲେ ଶ୍ରୀମୟୀ, କହିଲେ ଏହା ଭଣ୍ଡ ସନ୍ୟାସୀଙ୍କ ଚକ୍ରାନ୍ତ

November 14, 2025

ଅନ୍ତା ଉପନିର୍ବାଚନ: ବିଜେପିକୁ ବଡ଼ ଝଟକା, ବସୁନ୍ଧରା ରାଜେଙ୍କ ଗଡ଼ ଜିତିଲା କଂଗ୍ରେସ

November 14, 2025

ନୂଆପଡା ଉପ ନିର୍ବାଚନ ଫଳାଫଳ: ସରିଲା ୧୫ ରାଉଣ୍ଡ ଗଣତି, ଜାଣନ୍ତୁ ବିଜେପି-ବିଜେଡ଼ି-କଂଗ୍ରେସର ସ୍ଥିତି

November 14, 2025

କମିଲା ସୁନା ଦର: ଜାଣନ୍ତୁ ଆଜି ଭୁବନେଶ୍ଵରରେ କେତେ ହ୍ରାସ ପାଇଲା ସୁନାର ମୂଲ୍ୟ 

November 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.