Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୦୦ ଟେଷ୍ଟ୍‍ ମ୍ୟାଚ୍‍ ଖେଳିବାରେ ଅଶ୍ୱିନ ଭାରତର ୧୪ତମ ଖେଳାଳି
ଆଜିର ଖବର

୧୦୦ ଟେଷ୍ଟ୍‍ ମ୍ୟାଚ୍‍ ଖେଳିବାରେ ଅଶ୍ୱିନ ଭାରତର ୧୪ତମ ଖେଳାଳି

March 11, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଧର୍ମଶାଳାରେ ଟେଷ୍ଟ କ୍ୟାରିୟରର ୧୦୦ତମ ମ୍ୟାଚ୍ ଖେଳିବେ। ୧୦୦ ଟେଷ୍ଟ ଖେଳିବାରେ ସେ ଭାରତର ୧୪ତମ ଖେଳାଳି ହେବେ। ଏହି ସ୍ଥାନ ହାସଲ କରିବାରେ ସେ ବିଶ୍ୱର ୭୭ତମ ଖେଳାଳି।

ଭାରତର ୯୨ ବର୍ଷର ଟେଷ୍ଟ ଇତିହାସରେ ଅଶ୍ୱିନ ପଞ୍ଚମ ବୋଲରଭାବେ ୧୦୦ କିମ୍ବା ତା’ଠାରୁ ଅଧିକ ଟେଷ୍ଟ୍ ଖେଳିବେ। ତାଙ୍କ ପୂର୍ବରୁ ଅନୀଲ କୁମ୍ବଲେ, କପିଲ ଦେବ, ଇଶାନ୍ତ ଶର୍ମା ଓ ହରଭଜନ ସିଂହ ଏହି ସଫଳତା ହାସଲ କରିଛନ୍ତି।

ଅଶ୍ୱିନଙ୍କ ପୂର୍ବରୁ ୧୩ ଜଣ ଭାରତୀୟ ଖେଳାଳି ୧୦୦ ଟେଷ୍ଟ ଖେଳିବାର ସଫଳତା ହାସଲ କରିଛନ୍ତି। ଏହି ତାଲିକାରେ ପୂର୍ବତନ ଷ୍ଟାର ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଶୀର୍ଷରେ ରହିଛନ୍ତି। ଟିମ୍ ଇଣ୍ଡିଆର ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବିରାଟ କୋହଲି, ଚେତେଶ୍ୱର ପୂଜାରା ଓ ଇଶାନ୍ତ ଶର୍ମାଙ୍କ ପରେ ଅଶ୍ୱିନ ଚତୁର୍ଥ ସକ୍ରିୟ ଭାରତୀୟ ଖେଳାଳିଭାବେ ଟେଷ୍ଟ ମ୍ୟାଚରେ ଶତକ ପୂରଣ କରିବେ।

ଟେଷ୍ଟରେ ୫୦୦ ୱିକେଟ୍ ନେବାରେ ଅଶ୍ୱିନ ଦ୍ୱିତୀୟ ଭାରତୀୟ

ଅଶ୍ୱିନ ୯୯ ଟେଷ୍ଟରେ ୫୦୭ ୱିକେଟ୍ ନେଇଛନ୍ତି। ୫୦୦ ୱିକେଟ୍ ନେବାରେ ସେ ଦ୍ୱିତୀୟ ଭାରତୀୟ ବୋଲର। ତାଙ୍କ ପୂର୍ବରୁ ଅନୀଲ କୁମ୍ବଲେ ୧୦୫ ମ୍ୟାଚରେ ଏହି ସଫଳତା ହାସଲ କରିଥିଲେ। ସବୁଠାରୁ କମ୍ ଟେଷ୍ଟରେ ୫୦୦ ୱିକେଟ୍ ହାସଲ କରିଥିବା ବୋଲର ତାଲିକାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କେବଳ ଶ୍ରୀଲଙ୍କାର ମୁଥାୟା ମୁରଲୀଧରନ କମ୍ ମ୍ୟାଚ୍ (୮୭)ରେ ୫୦୦ ୱିକେଟ୍ ପୂରଣ କରିଥିଲେ।

cricket indian cricketer
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି, ବୟନ ଶିଳ୍ପ ପାଇଁ ପ୍ରମୁଖ ପ୍ରୋତ୍ସାହନ

February 8, 2026

ଓଡ଼ିଶା ଏଆଇ ପାର୍କ ବିକାଶ ପାଇଁ ୨୦ ହଜାର କୋଟିର ନିବେଶ ପ୍ରସ୍ତାବ

February 8, 2026

ଜାମ୍ମୁ-କାଶ୍ମୀରରେ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତିର ଆକଳନ ଲାଗି ବୈଠକ

February 8, 2026

ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ

February 8, 2026
Latest News

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି, ବୟନ ଶିଳ୍ପ ପାଇଁ ପ୍ରମୁଖ ପ୍ରୋତ୍ସାହନ

February 8, 2026

ଓଡ଼ିଶା ଏଆଇ ପାର୍କ ବିକାଶ ପାଇଁ ୨୦ ହଜାର କୋଟିର ନିବେଶ ପ୍ରସ୍ତାବ

February 8, 2026

ଜାମ୍ମୁ-କାଶ୍ମୀରରେ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତିର ଆକଳନ ଲାଗି ବୈଠକ

February 8, 2026

କ୍ୱାଲାଲମ୍ପୁର ଠାରେ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 8, 2026

ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.