ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

Published: Jun 19, 2019, 12:45 pm IST

ଓଜେଇଇ ପରୀକ୍ଷା ଫଳ ପ୍ରକାଶିତ। ସଚିବାଳୟଠାରେ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ଘୋଷଣା କରିଛନ୍ତି ୨୦୧୯ ଓଜେଇଇ ଏଣ୍ଟ୍ରାନ୍ସ ପରୀକ୍ଷା ଫଳ। ଏମ୍‌ଟେକ୍‌ରେ ପ୍ରଦୀପ କୁମାର ବାରିକ୍‌, ଲ୍ୟାଟେରାଲ୍‌ ଏଣ୍ଟ୍ରି ବିଏମ୍‌ସିରେ ଭବାନୀ ଶଙ୍କର ବେହେରା, ଏମବିଏ୍‌ରେ ପ୍ରଦୀପ କୁମାର କମ୍ବ, ଏମ୍‌ସିଏରେ ସ୍ମିତାରାଣୀ ଚୌଧୁରୀ, ବି. ଫାର୍ମରେ ସମୀର କୁମାର ପାଢୀ, ଏମ୍‌ଫାର୍ମରେ ଅତ୍ୟୁମିର୍ଲା ଚକ୍ରବର୍ତ୍ତୀ, ଇଣ୍ଟିଗ୍ରେଡ୍‌ଡ୍‌ ଏମ୍‌ବିଏରେ ସ୍ବୀକୃତି କୁମାର ମହାପାତ୍ର, ଲ୍ୟାଟେରାଲ୍‌ ଏଣ୍ଟ୍ରି  ଫର୍ମାସୀରେ ଅମିତ୍‌ କୋଟାଲ୍‌, ଲ୍ୟାଟେରାଲ୍‌ ଏଣ୍ଟ୍ରି  ଏମ୍‌ସିଏରେ ସୁମନ୍ତ ପାତ୍ର ପ୍ରମୁଖ ଟପ୍ପର ହୋଇଛନ୍ତି।  ଚଳିତ ବର୍ଷ ଅଫଲାଇନରେ ୨୫ ହଜାର ୭୩୧ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ଅନ୍ଲାଇନରେ ୧୩ ହଜାର ୯୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମେ ୧୮ରେ ଓଜେଇଇ ଅଫ୍ ଲାଇନ୍ ପରୀକ୍ଷା ହୋଇଥିବାବେଳେ ଜୁନ୍ ୮ ଓ ୯ରେ ଅନ୍‌ଲାଇନ୍ ପରୀକ୍ଷା ହୋଇଥିଲା। ପରୀକ୍ଷାର୍ଥୀମାନେ ଓଜେଇଇର ନିଜସ୍ୱ ୱେବସାଇଟ୍  http://www.ojee.nic.in କୁ ଯାଇ ନିଜର ରେଜଲ୍ଟ ଜାଣିପାରିବେ।

Related posts