Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସର୍ବଦଳୀୟ ବୈଠକ : ଯୋଗଦେବେନି ମମତାଙ୍କ ସହ ଷ୍ଟାଲିନ୍‌, କେସିଆର୍‌, କେଜରୀଓ୍ବାଲ ଓ ମାୟାବତୀ
ଆଜିର ଖବର

ସର୍ବଦଳୀୟ ବୈଠକ : ଯୋଗଦେବେନି ମମତାଙ୍କ ସହ ଷ୍ଟାଲିନ୍‌, କେସିଆର୍‌, କେଜରୀଓ୍ବାଲ ଓ ମାୟାବତୀ

June 19, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ତିନି ପ୍ରମୁଖ ଏଜେଣ୍ଡା ବିଷୟରେ ଆଲୋଚନା ହେବା ବୋଲି ସୂଚନା ରହିଛି । ପ୍ରଥମରେ ‘ଏକ ଦେଶ, ଏକ ନିର୍ବାଚନ’ ନେଇ ସବୁ ରାଜନୈତିକ ଦଳଙ୍କ ମତାମତ ସହ ସହମତି ବିଷୟରେ ଚର୍ଚ୍ଚା ହେବାକୁ ରହିଛି । ସେହିପରି ୨୦୨୨ ମସିହାରେ ଭାରତ ସ୍ବାଧୀନତା ପାଇବାର ୭୫ ବର୍ଷ ପାଳନ କରିବ, ଏହି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଓ ଚଳିତ ବର୍ଷ ମହାତ୍ମା ଗାନ୍ଧିଙ୍କର ୧୫୦ ବର୍ଷ ଜୟନ୍ତୀ ପାଳନ କରିବା ନେଇ ପ୍ରସ୍ତୁତି ଉପରେ ଆଲୋଚନା କରାଯିବ। କିନ୍ତୁ ଏହି ବୈଠକକୁ ଅଧିକରୁ ଅଧିକ ବିପକ୍ଷ ଦଳ ଯୋଗଦେବେନ ନାହିଁ ବୋଲି ସୂଚନା ଦେଇଛନ୍ତି । ପ୍ରଥମେ ଏହି ବୈଠକକୁ ବର୍ଜନ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପରବର୍ତ୍ତୀ ସମୟରେ ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ, ଟିଡିପି ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରବାବୁ ନାଇଡ ଓ ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନ୍‌ ପ୍ରମୁଖ ଏହି ବୈଠକରେ ଅଂଶଗ୍ରହଣ ନ କରିବା ନେଇ ସ୍ପଷ୍ଟ କରିଛନ୍ତି । ତେବେ ମାୟାବତୀ, ମମତା ଓ ଷ୍ଟାଲିନ୍‌ଙ୍କ ବ୍ୟତୀତ ଅନ୍ୟ ବିରୋଧୀ ଦଳର ନେତାମାନଙ୍କ ନିଜ ନିଜର ପ୍ରତିନିଧିଙ୍କୁ ଏହି ବୈଠକରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି । ସେହିପରି ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ଏହି ବୈଠକରେ ଯୋଗ ଦେବେ ବୋଲି ସୂଚନା ରହିଛି । ମମତା ’ଏକ ଦେଶ ଏକ ନିର୍ବାଚନ’କୁ ନେଇ ତରବରିଆ ନିଷ୍ପତ୍ତି ନ ନେବାକୁ କହିବା ସହିତ ଏଥିନିମେନ୍ତ ସରକାର ଶ୍ବେତପତ୍ର ଆଣିବା ଜରୁରୀ ବୋଲି କହିଛନ୍ତି । ସେହିପରି ମାୟାବତୀ ’ଏକ ଦେଶ ଏକ ନିର୍ବାଚନ’କୁ ନେଇ କହିଛନ୍ତି ଯେ, କୌଣସି ଲୋକତାନ୍ତ୍ରିକ ଦେଶରେ ନିର୍ବାଚନ କେବେ ସମସ୍ୟା ହୋଇପାରିବ ନାହିଁ । ଏବଂ ନିର୍ବାଚନକୁ କେବେ ଧନ ତଥା ବ୍ୟୟ ଅପବ୍ୟୟରେ ତୁଳନା କରିବା ଉଚିତ୍‌ । ’ଏକ ଦେଶ ଏକ ନିର୍ବାଚନ’ ଜରିଆରେ ଦେଶରେ ଥିବା ବାସ୍ତବ ସମସ୍ୟା ଯଥା – ଗରିବ, ବେରେଜାଗାରୀ, ବଢୁଥିବା ହିଂସା, ଦରଦାମ ବୃଦ୍ଧି ପରି ରାଷ୍ଟ୍ରୀୟ ସମସ୍ୟାରୁ ଧ୍ୟାନ ହଟାଇବା ପାଇଁ ଏକ ପ୍ରୟାସ ବା ଛଳନା ମାତ୍ର । ଏହି ବୈଠକରେ ଆପ୍‌ ପକ୍ଷରୁ ରାଘବ ଚଢା ଓ ଟିଡିପି ତରଫରୁ ଜୟଦେବ ଗଲ୍ଲା ବୈଠକରେ ଅଂଶଗ୍ରହଣ କରିବେ ବୋଲି ସୂଚନା ରହିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଦ୍ବିପ୍ରହର ୩ ଘଟିକା ସମୟରେ ସଂସଦ ଭବନ ସମୟରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ।

Share. Facebook Twitter LinkedIn Email WhatsApp Copy Link

Related Posts

ସିଲଚରରେ ୨୩୫୫୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 14, 2026

ୟୁପିରେ ଏଲପିଜି କଳାବଜାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ: ୧୪୮୩ ଟି ସ୍ଥାନରେ ଚଢାଉ, ଅନେକ ଗିରଫ

March 14, 2026

ବିଶ୍ଵ ସମ୍ମୁଖରେ ପାକିସ୍ତାନ ଲଜ୍ଜିତ: PSL ଛାଡି IPL ରେ ଯୋଗଦେଲେ ଏହି ପ୍ରସିଦ୍ଧ କ୍ରିକେଟର

March 14, 2026

ଶୁଭମନ ଗିଲଙ୍କୁ ମିଳିବ ସବୁଠାରୁ ବଡ଼ ପୁରସ୍କାର: ଘୋଷଣା କଲା ବିସିସିଆଇ

March 14, 2026
Latest News

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ସିଲଚରରେ ୨୩୫୫୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 14, 2026

ୟୁପିରେ ଏଲପିଜି କଳାବଜାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ: ୧୪୮୩ ଟି ସ୍ଥାନରେ ଚଢାଉ, ଅନେକ ଗିରଫ

March 14, 2026

ବିଶ୍ଵ ସମ୍ମୁଖରେ ପାକିସ୍ତାନ ଲଜ୍ଜିତ: PSL ଛାଡି IPL ରେ ଯୋଗଦେଲେ ଏହି ପ୍ରସିଦ୍ଧ କ୍ରିକେଟର

March 14, 2026

ଶୁଭମନ ଗିଲଙ୍କୁ ମିଳିବ ସବୁଠାରୁ ବଡ଼ ପୁରସ୍କାର: ଘୋଷଣା କଲା ବିସିସିଆଇ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.