ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ଓଡ଼ିଆ ଯବାନ ଅଜିତ ସାହୁଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଇବା ସହ ୨୫ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ । ଗତ ୧୭ ତାରିଖରେ ଅରିହଲରେ ଆତଙ୍କବାଦୀମାନେ ଆଇଡି ବ୍ଲାଷ୍ଟ କରିଥିଲେ । ଏଥିରେ ୨ଜଣ ଯବାନ ସହିଦ ହେବା ସହ ୭ଜଣ ଗୁରୁତର ହୋଇଥିଲେ । ସହିଦ ହୋଇଥିବା ଯବାନ ଜଣକ କାମାକ୍ଷନଗରର ବଡଶୁଂଆଳ ଗ୍ରାମର ଅଜିତ୍ ସାହୁ। ସେ ୨୦୧୫ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ।
Tags: