Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତକୁ ଇଭିର ଉତ୍ପାଦନ କେନ୍ଦ୍ର କରିବା ପାଇଁ ଇ- ଯାନ ନୀତିକୁ ଅନୁମୋଦନ କଲେ ସରକାର
ଆଜିର ଖବର

ଭାରତକୁ ଇଭିର ଉତ୍ପାଦନ କେନ୍ଦ୍ର କରିବା ପାଇଁ ଇ- ଯାନ ନୀତିକୁ ଅନୁମୋଦନ କଲେ ସରକାର

March 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଇ – ଯାନ (ଇଭି) ଯେପରି ଦେଶରେ ଉତ୍ପାଦନ ହୋଇ ପାରିବ, ସେଥିପାଇଁ ଭାରତକୁ କେନ୍ଦ୍ର ସରକାର ଏକ ଉତ୍ପାଦନ ସ୍ଥଳରେ ପରିଣତ କରିବା ପାଇଁ ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ବିଶ୍ୱର ପ୍ରତିଷ୍ଠିତ ଇଭି ଉତ୍ପାଦନକାରୀମାନଙ୍କ ଦ୍ୱାରା ଇ – ଯାନ କ୍ଷେତ୍ରରେ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ ଏହି ନୀତି ପ୍ରସ୍ତୁତ କରାଯାଇଛି।

ଏହା ଭାରତୀୟ ଉପଭୋକ୍ତାଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଲବ୍ଧ କରାଇବ, ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ପ୍ରୋତ୍ସାହନ ମିଳିବ, ଇଭି କମ୍ପାନୀମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେଇ ଇଭି ପାରିବେଶିକ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ, ଯାହା ଦ୍ୱାରା ଅଧିକ ପରିମାଣର ଉତ୍ପାଦନ ହେବ, ଉଚ୍ଚ ସ୍ତରର ଅର୍ଥନୀତି ହାସଲ ହୋଇ ପାରିବ, ଉତ୍ପାଦନ ଖର୍ଚ୍ଚ କମ୍ ହେବ, ଅଶୋଧିତ ତୈଳ ଆମଦାନୀ ହ୍ରାସ ପାଇବ, ବାଣିଜ୍ୟ ନିଅଣ୍ଟ ହ୍ରାସ ପାଇବ, ବାୟୁ ପ୍ରଦୂଷଣ ହ୍ରାସ ପାଇବ, ବିଶେଷ କରି ସହର ମାନଙ୍କରେ ଏହା ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପକାଇବ।

ଏହି ନୀତି ନିମ୍ନଲିଖିତ ଗୁଡ଼ିକୁ ଅନ୍ତର୍ଭୁକ୍ତ କରେ:-

ସର୍ବନିମ୍ନ ନିବେଶ ଆବଶ୍ୟକ: ୪୧୫୦ କୋଟି ଟଙ୍କା (∼ ୫୦୦ ନିୟୁତ ଆମେରିକୀୟ ଡଲାର ସର୍ବନିମ୍ନ)

ସର୍ବାଧିକ ନିବେଶ ଉପରେ କୌଣସି ସୀମା ନାହିଁ।

ଉତ୍ପାଦନ ପାଇଁ ସମୟ ସୀମା: ଭାରତରେ ଉତ୍ପାଦନ କାରଖାନା ସ୍ଥାପନ ଏବଂ ଇ – ଯାନର ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିବା ପାଇଁ ୩ ବର୍ଷ ଏବଂ ସର୍ବାଧିକ ୫ ବର୍ଷ ମଧ୍ୟରେ ୫୦% ଘରୋଇ ମୂଲ୍ୟ ସଂଯୋଜନ (ଡିଭିଏ) ରେ ପହଂଚିବା।

ଉତ୍ପାଦନ ସମୟରେ ଘରୋଇ ମୂଲ୍ୟ ସଂଯୋଜନ (ଡିଭିଏ): ତୃତୀୟ ବର୍ଷ ସୁଦ୍ଧା ସ୍ଥାନୀୟକରଣ ସ୍ତର ୨୫% ଏବଂ ପଞ୍ଚମ ବର୍ଷ ସୁଦ୍ଧା ୫୦% ସ୍ଥାନୀୟକରଣ ସ୍ତର ହାସଲ କରିବାକୁ ପଡ଼ିବ।

୧୫% ସୀମା ଶୁଳ୍କ (ସିକେଡି ୟୁନିଟ୍ ମାନଙ୍କ ପାଇଁ ପ୍ରଯୁଜ୍ୟ) ସର୍ବନିମ୍ନ ସିଆଇଏଫ୍ ମୂଲ୍ୟ ୩୫,୦୦୦ ଆମେରିକୀୟ ଡଲାର କିମ୍ବା ତା\’ଠାରୁ ଅଧିକ ମୂଲ୍ୟର ଗାଡ଼ି ଉପରେ ୩ ବର୍ଷର ଅବଧି ମଧ୍ୟରେ ଭାରତରେ ଉତ୍ପାଦନ କାରଖାନା ସ୍ଥାପନ କରୁଥିବା ନିର୍ମାତାଙ୍କ ଉପରେ ମୋଟ ୫ ବର୍ଷର ଅବଧି ପାଇଁ ଲାଗୁ ହେବ।

ଆମଦାନୀ ପାଇଁ ଅନୁମତି ପ୍ରାପ୍ତ ମୋଟ ଇଭି ସଂଖ୍ୟା ଉପରେ ପୂର୍ବ ନିର୍ଦ୍ଧାରିତ ଶୁଳ୍କ କେବଳ କରାଯାଇଥିବା ନିବେଶ କିମ୍ବା ୬୪୮୪ କୋଟି ଟଙ୍କା (ପିଏଲଆଇ ସ୍କିମ୍ ଅଧୀନରେ ପ୍ରୋତ୍ସାହନ ସହିତ ସମାନ), ଯେଉଁଟି କମ୍ ହେବ, ସେତିକିରେ ସୀମିତ ରହିବ। ଯଦି ନିବେଶ ୮୦୦ ନିୟୁତ ଆମେରିକୀୟ ଡଲାର କିମ୍ବା ତା’ଠାରୁ ଅଧିକ ହୁଏ, ତେବେ ବାର୍ଷିକ ୮,୦୦୦ରୁ ଅଧିକ ହାରରେ ହୋଇ ନଥିବା ସର୍ବାଧିକ ୪୦,୦୦୦ ଇଭିକୁ ଅନୁମତି ଦିଆଯିବ। ଅନୁପଯୋଗ ବାର୍ଷିକ ଆମଦାନୀ ସୀମା ବହନ କରିବାକୁ ଅନୁମତି ଦିଆଯିବ।
କଂପାନୀ ଦ୍ୱାରା ଦିଆଯାଇଥିବା ନିବେଶ ପ୍ରତିଶ୍ରୁତିକୁ ସୀମା ଶୁଳ୍କ ବଦଳରେ ବ୍ୟାଙ୍କ ଗ୍ୟାରେଣ୍ଟି ଦ୍ୱାରା ସମର୍ଥନ କରିବାକୁ ପଡ଼ିବ।

ଡିଭିଏ ହାସଲ ନ ହେଲେ ବ୍ୟାଙ୍କ ଗ୍ୟାରେଣ୍ଟିକୁ ଏବଂ ସ୍କିମ୍ ଗାଇଡଲାଇନ୍ ଅଧୀନରେ ନିର୍ଦ୍ଧାରିତ ସର୍ବନିମ୍ନ ନିବେଶ ମାନଦଣ୍ଡକୁ ଉପଯୋଗ କରାଯିବ।

india modi govt.
Share. Facebook Twitter LinkedIn Email WhatsApp Copy Link

Related Posts

ଆଇପିଏଲ-୨୦୨୬ ରେ ଦଳ ବଦଳାଇବେ କେଏଲ ରାହୁଲ?: ମିଳିପାରେ ଅଧିନାୟକ ପଦ

September 8, 2025

ଭାରତୀୟ ଅର୍ଥନୀତିକୁ ମିଳିବ ବୁଷ୍ଟର ଡୋଜ୍, ମାତ୍ର ୩ ମାସ ମଧ୍ୟରେ ଖର୍ଚ୍ଚ ହେବ ୨.୧୯ ଲକ୍ଷ କୋଟି

September 8, 2025

ଉପରାଷ୍ଟ୍ରପତି ନିର୍ବାଚନରେ ​​କେଉଁ ଦଳ ବଦଳାଇ ପାରନ୍ତି ପକ୍ଷ, BJD, YSR ର ମତ କଣ ହେବ?

September 8, 2025

ଆରେ ହେ…ପ୍ରଧାନମନ୍ତ୍ରୀ କଣ ପଛ ଧାଡିରେ ବସିଛନ୍ତି !!! ଏହା ସତ ନା ମିଛ ?

September 8, 2025
Latest News

ଆଇପିଏଲ-୨୦୨୬ ରେ ଦଳ ବଦଳାଇବେ କେଏଲ ରାହୁଲ?: ମିଳିପାରେ ଅଧିନାୟକ ପଦ

September 8, 2025

ଭାରତୀୟ ଅର୍ଥନୀତିକୁ ମିଳିବ ବୁଷ୍ଟର ଡୋଜ୍, ମାତ୍ର ୩ ମାସ ମଧ୍ୟରେ ଖର୍ଚ୍ଚ ହେବ ୨.୧୯ ଲକ୍ଷ କୋଟି

September 8, 2025

ଆରମ୍ଭ ହେଲା ପିତୃପକ୍ଷ, ବିଭିନ୍ନ ସ୍ଥାନରେ ଶ୍ରାଦ୍ଧ ଦେବାପାଇଁ ଶ୍ରଦ୍ଧାଳୁଙ୍କ ଭିଡ

September 8, 2025

ଉପରାଷ୍ଟ୍ରପତି ନିର୍ବାଚନରେ ​​କେଉଁ ଦଳ ବଦଳାଇ ପାରନ୍ତି ପକ୍ଷ, BJD, YSR ର ମତ କଣ ହେବ?

September 8, 2025

ଆରେ ହେ…ପ୍ରଧାନମନ୍ତ୍ରୀ କଣ ପଛ ଧାଡିରେ ବସିଛନ୍ତି !!! ଏହା ସତ ନା ମିଛ ?

September 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.