Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏନଏସ ଚିଲିକାରେ ତୃତୀୟ ବ୍ୟାଚ୍ ଅଗ୍ନିବୀର ପ୍ରଶିକ୍ଷାର୍ଥୀ ପାସିଙ୍ଗ ଆଉଟ୍ ପ୍ୟାରେଡ ଅନୁଷ୍ଠିତ
ଆଜିର ଖବର

ଆଇଏନଏସ ଚିଲିକାରେ ତୃତୀୟ ବ୍ୟାଚ୍ ଅଗ୍ନିବୀର ପ୍ରଶିକ୍ଷାର୍ଥୀ ପାସିଙ୍ଗ ଆଉଟ୍ ପ୍ୟାରେଡ ଅନୁଷ୍ଠିତ

March 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ସନ୍ଧ୍ୟାରେ ଆଇଏନଏସ ଚିଲିକା ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ ଆନୁଷ୍ଠାନିକ ଭାବେ ତୃତୀୟ ବ୍ୟାଚ୍ ଅଗ୍ନିବୀର ପ୍ରଶିକ୍ଷାର୍ଥୀ ପାସିଙ୍ଗ ଆଉଟ୍ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ୟାଚରେ ସମୁଦାୟ ୨୬୩୦ ଅଗ୍ନିବୀରଙ୍କ ମଧ୍ୟରେ ୩୯୬ ଜଣ ମହିଳା ଅଗ୍ନିବୀର ସଫଳତାର ସହ ଶାରୀରିକ ଓ ମାନସିକ ପ୍ରଶିକ୍ଷଣ ନେଇ ସୁଦକ୍ଷ ଭାବେ ଦେଶ ସେବା ପାଇଁ ଭାରତୀୟ ନୌସେନାରେ ନୂତନ ଯାତ୍ରା ଆରମ୍ଭ କରିଥିବାରୁ ଏହି ଭବ୍ୟ ସମାରୋହରେ ସେମାନଙ୍କ ଅବଦାନକୁ ସ୍ୱୀକାର କରି ଅଗ୍ନିବୀରଙ୍କ ପିତାମାତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ନୌସେନା ମୁଖ୍ୟ ଆଡ଼ମିରାଲ ଆର ହରିକୁମାର ଉକ୍ତ ପ୍ୟାରେଡକୁ ନିରିକ୍ଷଣ କରିଥିବା ବେଳେ ଭାଇସ ଆଡ଼ମିରାଲ ଭି.ଶ୍ରୀନିବାସ, ଫ୍ଲାଗ ଅଫିସର କମାଣ୍ଡିଙ୍ଗ-ଇନ-ମୁଖ୍ୟ ଦକ୍ଷିଣ ନୌସେନା କମାଣ ପରିଚାଳନା କରିଥିଲେ। ଉକ୍ତ ପ୍ୟାରେଡରେ ମୁଖ୍ୟ ଅତିଥି ଭାବେ ଆଡ଼ମିରାଲ ଆର ହରିକୁମାର ଯୋଗଦେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଶିଳ୍ପୀ ତଥା ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ପ୍ରାପ୍ତ ସୁଦର୍ଶନ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ।

ଭାଇସ ଆଡମିରାଲ ଭି ଶ୍ରୀନିବାସ,   ପିଭିଏସଏମ, ଏଭିଏସଏମ,ଭିଏସଏମ,ଏଡିସି,
ଏନଏମ,ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍, ସାଉଥ୍ ନାଭାଲ୍ କମାଣ୍ଡ,ବରିଷ୍ଠ ନୌସେନା ଅଧିକାରୀ,ବିଶିଷ୍ଟ କ୍ରୀଡ଼ାବିତ ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ଏମ.ସୁରଞ୍ଜୟ ସିଂ,ଏମସିପିଓଆଇ (ପିଟି),ପ୍ରାକ୍ତନ ନୌସେନା ଅଧିକାରୀ ଖୁସି ରାମ ଓ ନରେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ।।

ଆଇଏନଏସ ଚିଲିକାରେ ୧୬ ସପ୍ତାହର ସଫଳ ପ୍ରଶିକ୍ଷଣ ଶେଷ ନୁହେଁ ବରଂ ଭାରତୀୟ ନୌସେନାର ଏକ ନୂତନ ଯାତ୍ରା ଆରମ୍ଭ ଯେଉଁଠାରେ ପୁରୁଷ ଏବଂ ମହିଳା ମିଳିତ ଭାବେ ଭାରତୀୟ ନୌସେନାରେ ଏକ ବିର ଯୋଦ୍ଧା ରୂପେ ଦେଶ ସେବାରେ ନିସଂକୋଚ ଭାବେ ପ୍ରସ୍ତୁତ ରହିବାସହ ଦକ୍ଷତା ବୃଦ୍ଧିକରିବା,ବୈଷୟିକ ଦୃଷ୍ଟିରୁ ସଚେତନ ହେବା, ବିଶ୍ଵାସନୀୟ, ସମନ୍ୱୟ ଏବଂ ଉଜ୍ବଳ ଭବିଷ୍ୟତ ଦିଗରେ ପ୍ରଚେଷ୍ଟା ଜାରି ରଖିବାନେଇ ନିଜ ନିଜ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରତିବନ୍ଧତା ପାଇଁ ଅଗ୍ନିବୀରଙ୍କୁ ପ୍ରଭାବିତ କରିଥିଲେ। ଏଥିସହିତ ଶକ୍ତି ଏବଂ ସଂମାନ ସହିତ ଦେଶ ସେବା କରୁଥିବା ବେଳେ ନୌସେନାର ମୂଳ ଉଦ୍ଦେଶ୍ୟ, ଡ୍ୟୁଟି, ସଂମାନ ଏବଂ ସାହାସକୁ ସେମାନେ ସମର୍ଥନ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ମେରିଟ ଅଗ୍ନିଭର୍ସଙ୍କୁ ମୁଖ୍ୟ ଅତିଥି ପଦକ ଏବଂ ଟ୍ରଫି ପ୍ରଦାନ କରିଥିଲେ। ପୁରୁଷମାନଙ୍କ ମଧ୍ୟରେ ପ୍ରଥମେଶ ଅମିତ ଦେରକର(ଏସ ଏସ ଆର), ସାଇନି କୁମାର ରଜକ (ଏମ ଆର) ମହିଳାଙ୍କ ମଧ୍ୟରେ ସମୃଦ୍ଧି ଖାଣ୍ଡବେଙ୍କୁ ଶ୍ରେଷ୍ଠ ମହିଳା ଅଗ୍ନିବୀରଙ୍କୁ ଜେନେରାଲ ବିପିନ ରାୱତ ରୋଲିଂ ଟ୍ରଫି ପ୍ରଦାନ କରାଯାଇଥିଲା। ଏଥିସହିତ ଉର୍ଣ୍ଣତମାନର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଅଙ୍ଗଦ ଡିଭିଜନକୁ ଚମ୍ପିୟାନ ଟ୍ରଫି ଓ ଶିବାଜୀ ଡିଭିଜନକୁ ରନର୍ସ ଟ୍ରଫି ପ୍ରଦାନ କରାଯାଇଥିଲା।

ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ମୁଖ୍ୟ ସାଉଥ୍ ନୌସେନା କମାଣ୍ଡ ଏବଂ କମୋଡୋର ଏନପି ପ୍ରଦୀପ, ଭିଏସ୍ଏମ୍, କମାଣ୍ଡିଂ ଅଫିସର, ଆଇଏନ୍ଏସ୍ ଚିଲିକାଙ୍କ ଉପସ୍ଥିତିରେ ଅଙ୍କୁରର ଗ୍ରୀଷ୍ମ ସଂସ୍କରଣ ଆଇଏନଏସ ଚିଲିକା ଦ୍ୱିଭାଷୀ ପ୍ରଶିକ୍ଷକଙ୍କ ପତ୍ରିକାକୁ ମଧ୍ୟ ଉନ୍ମୋଚନ କରାଯାଇଥିଲା।

ସୂଚନା ଥାଉକି ପ୍ରଥମ ବ୍ୟାଚରେ ୨୫୮୫ ଅଗ୍ନିବୀରଙ୍କ ମଧ୍ୟରେ ୨୭୩ ଜଣ ମହିଳା ରହିଥିବା ବେଳେ ଦ୍ୱିତୀୟ ବ୍ୟାଚରେ ୨୮୯୫ ଅଗ୍ନିବୀରଙ୍କ ମଧ୍ୟରେ ୪୪୮ ଜଣ ମହିଳା ଆଇଏନଏସ ଚିଲିକାରେ ପ୍ରାରମ୍ଭିକ ତାଲିମ ନେଇ ଭାରତୀୟ ନୌସେନାରେ ବୀର ସିପାହୀ ଭାବେ ନିୟୋଜିତ ରହିଛନ୍ତି।

Agniveer indian navy ins chilika
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026
Latest News

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.