ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି ସର୍ବଦଳୀୟ ବୈଠକ । ଏହି ସର୍ବଦଳୀୟ ବୈଠକରେ ମମତା ବାନର୍ଜୀ, ଉଦ୍ଧବ ଠାକରେ, ରାହୁଲ୍ ଗାନ୍ଧି, ଅରବିନ୍ଦ କେଜ୍ରିଓ୍ବାଲ, କେସିଆର୍, ଷ୍ଟାଲିନ୍, ମାୟାବତୀ, ଅଖିଳେଶ, ଏମ୍.ଚନ୍ଦ୍ରବାବୁ ନାଇଡୁ ପ୍ରମୁଖ ଯୋଗଦେଇ ନାହାଁନ୍ତି । ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ଏହି ସର୍ବଦଳୀୟ ବୈଠକରେ ‘ଓ୍ବାନ୍ ନେସନ୍, ଓ୍ବାନ୍ ଇଲେକସନ୍’ ନେଇ ଆଲୋଚନା ହେବ । ମୋଦି ସରକାର ‘ଏକକ ନିର୍ବାଚନ’କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଏହାକୁ ପ୍ରଣୟନ କରିବାକୁ ଲାଗିଥିବାବେଳେ ଏହାକୁ ବିରୋଧ କରିଛନ୍ତି କେତେକ ବିରୋଧୀ ଦଳ । ଚଳିତ ନିର୍ବାଚନୀ ଇସ୍ତାହାରରେ ମଧ୍ୟ ବିଜେପି ’ଏକକ ନିର୍ବାଚନ’କୁ ସ୍ଥାନ ଦେଇଥିଲା । ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଏହି ବିଷୟକୁ ନେଇ ବେଶ୍ ତତ୍ପରତା ଦେଖାଇଛି ବିଜେପି । ତେବେ ମମତା ଓ ମାୟାବତୀ ଏହାକୁ ଖୋଲାଖୋଲି ବିରୋଧ କରିଛନ୍ତି । ଏକକ ନିର୍ବାଚନ ବ୍ୟବସ୍ଥା ପୃଥିବୀର ପ୍ରାୟ ୧୦ଟି ଦେଶରେ ଲାଗୁ ହୋଇଛି ।
ସଂସଦରେ ସର୍ବଦଳୀୟ ବୈଠକ ଆରମ୍ଭ , ଯୋଗଦେଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ
Published:
Jun 19, 2019, 3:27 pm IST
Tags: