ଫିଟ୍‌ ମହମ୍ମଦ ସାମି ମୋର ବଡ ସଫଳତା : ଶଙ୍କର ବାସୁ

Published: Jun 19, 2019, 3:42 pm IST

ଭାରତୀୟ ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି ସବୁଠାରୁ ଫିଟ୍‌ ମାତ୍ର ପେସ୍‌ ବୋଲର ମହମ୍ମଦ ସାମି ଆଘାତପ୍ରାପ୍ତ ନହେବା ମୋ ପାଇଁ ବଡ ଉପଲବ୍ଧି ବୋଲି କହିଛନ୍ତି ଭାରତୀୟ ଦଳର ଟ୍ରେନର ଶଙ୍କର ବାସୁ । 2015ରେ ଭାରତୀୟ ଦଳ ସହିତ ଯୋଗ ଦେଇଥିବା ବାସୁ କୁହନ୍ତି, ସାମି ନିଜ କ୍ୟାରିୟର ଆରମ୍ଭରେ ଅତ୍ୟନ୍ତ ଆଘାତ ପ୍ରବଣ ଥିଲେ । ମାତ୍ର 2015 ପରେ ସାମି ନିଜ ଫିଟ୍‌ନେସ୍‌କୁ ଗୁରୁତର ସହିତ ଗ୍ରହଣ କରିବା ସହିତ ବିଗତ ସିଜିନ୍‌ରେ ଗୋଟିଏ ବି ଟେଷ୍ଟରୁ ବାଦ ନପଡିବା ସଫଳତାର ନିଦର୍ଶନ ବୋଲି କହିଛନ୍ତି ବାସୁ । ଭାରତୀୟ ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି ସବୁଠୁ ଫିଟ୍‌ ହୋଇଥିଲେ ମଧ୍ୟ ସାମି ଏବଂ କେଦାର ଯାଦବଙ୍କ ପରି ଖେଳାଳିଙ୍କୁ ଫିଟନେସ୍‌ ଫ୍ରିକ୍‌ ବନାଇବା ଏକ ଅଲଗା ଉପଲବ୍ଧି ବୋଲି କହିଛନ୍ତି ବାସୁ । ସାମିଙ୍କ ଫିଟ୍‌ନେସ୍‌ ଉପରେ ଲଗାତାର କାମ କରାଯାଉଛି ଏବଂ ତାଙ୍କ ବୋଲିଂରେ ଗତି କିପରି କମ୍‌ ନହେବ ତା ଉପରେ ମଧ୍ୟ ଧ୍ୟାନ ରଖାଯାଉଛି ବୋଲି ବାସୁ କହିଛନ୍ତି ।

Related posts