Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇନ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ସୋଆ ଲେକ୍ସ କନ୍‌ସିଲିୟମ୍ ଆୟୋଜିତ
ଆଜିର ଖବର

ଆଇନ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ସୋଆ ଲେକ୍ସ କନ୍‌ସିଲିୟମ୍ ଆୟୋଜିତ

March 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଇନ୍ ଶିକ୍ଷା ନିମନ୍ତେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢ଼ିଚାଲିଥିବା ବେଳେ
ଏହାର ନିଯୁକ୍ତି କ୍ଷେତ୍ରର ପରିସୀମା ମଧ୍ୟ ପରିବ୍ୟାପ୍ତ ହେବାରେ ଲାଗିଛି। ତେଣୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌) ଓ ସେଂଟ୍ରାଲ୍ ପ୍ଲେସ୍‌ମେଂଟ ସେଲ୍‌ର ମିଳିତ ଆନୁକୂଲ୍ୟରେ ଆଇନ୍ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଦିଗ୍‌ଦର୍ଶନ ଦେବା ନିମନ୍ତେ ବାର୍ଷିକ ଲ କନ୍‌କ୍ଲେଭ୍ ‘ସୋଆ ଲେକ୍ସ କନ୍‌ସିଲିୟମ୍‌’ ଶନିବାର ଆୟୋଜିତ ହୋଇଯାଇଛି।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ନିଲ୍ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍ ) ର‌୍ୟାଙ୍କିଙ୍ଗ୍‌ସ ଅନୁଯାୟୀ ଦେଶର ୮ମ ଶ୍ରେଷ୍ଠ ଆଇନ୍ ଶିକ୍ଷାନୁଷ୍ଠାନ ବୋଲି ଉଲ୍ଲେଖ କରିଥିଲେ। ସୋଆ ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ
ଏହାର ୨୦ଟି ଗବେଷଣା କେନ୍ଦ୍ର ରହିଛି ବୋଲି କୁଳପତି କହିଥିଲେ।

କାର୍ଯ୍ୟକ୍ରମରେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ, ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ନିର୍ଦ୍ଦେଶକ କର୍ପୋରେଟ ଆଫେୟାର୍ସ ଶ୍ରୀ ରିପ୍ତି ରଞ୍ଜନ ଦାଶ ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ମୋରେ ଗ୍ଲୋବାଲ୍‌ର ସିନିୟର ଡାଇରେକ୍ଟର ବିକାଶ କୁମାର, ଲିଗାଲ୍ (ଟିସିଆଇ ଗ୍ରୁପ୍‌)ର ହେଡ୍ ପ୍ରଶାନ୍ତ ପଣ୍ଡା, ବର୍ଗନ୍ ଲ ର ପାର୍ଟନର ଅଭିଷେକ ସିଙ୍ଗ୍‌ଲା, ଫକ୍ସ ମଣ୍ଡଲ୍ ଆଣ୍ଡ ଆସୋସିଏଟ୍ସର କର୍ପୋରେଟ କମ୍ୟୁନିକେସନ୍‌ସ ହେଡ୍ ମନସ୍ୱିନୀ ମିଶ୍ର ଓ ଲେକ୍ସ ସୁପ୍ରିମସ୍‌ର ମ୍ୟାନେଜିଂ ପାର୍ଟନର ଚୈତନ୍ୟ ମହାଜନ ଯୋଗ ଦେଇ ‘ଏମର୍ଜିଂ ଟ୍ରେଣ୍ଡସ୍ ଇନ୍ ଲିଗାଲ ଟେକ୍ନୋଲୋଜି’ ଶୀର୍ଷକ ପ୍ରସଙ୍ଗରେ ଆଲୋଚନା କରିବା ସହ ଟେକେ୍‌ନାଲେଜିର ପ୍ରଭାବ କିଭଳି ଆଇନ୍ ବୃତି ଉପରେ ପଡ଼ୁଛି ଏବଂ ଆଇନ୍ ଛାତ୍ରଛାତ୍ରୀମାନେ ଏହି ପରିବର୍ତନକୁ କିଭଳି ଗ୍ରହଣ କରୁଛନ୍ତି ସେ ନେଇ ଆଲୋଚନା କରିବା ସହ ସ୍ନିଲ୍‌ର ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ।

ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ ମୋରେ ଗ୍ଲୋବାଲ୍‌ର ସିନିୟର ଡାଇରେକ୍ଟର ଅପରେସନ୍ସ ପୂଜା ରଏ, ଲେଗିକ୍ୱେଷ୍ଟର କୋ-ଫାଉଣ୍ଡର ଓ ସିଓଓ ଡକ୍ଟର ହିମାଂଶୁ ପୁରୀ, କଶ୍ୟପ୍ ପାର୍ଟନର୍ସ ଆଣ୍ଡ ଆସୋସିଏଟ୍ସ ଏଲଏଲ୍‌ପିର ଫାଉଣ୍ଡର ଆଣ୍ଡ ମ୍ୟାନେଜିଂ ଡାଇରେକ୍ଟର ଆଭା କଶ୍ୟପ, ଲୁମିନା ଡାଟାମେଟିକ୍ସ ଲିମିଟେଡ୍‌ର ଏଚ୍‌ଆର୍ ଲିଡ୍ ବିପିନ୍ ପାଠକ, ଲ ମାଇଣ୍ଡସ୍‌ର ଲିଗାଲ ହେଡ୍ ଜୟ ରକ୍‌ସିତା ଯୋଗ ଦେଇ ‘ଡାଇଭର୍ସ କ୍ୟାରିୟର ପାଥ୍ସ ଫର୍ ଲ’ ଗ୍ରାଜୁଏଟ୍‌ସ’ ଶୀର୍ଷକ ପ୍ରସଙ୍ଗରେ ଆଲୋଚନା କରିବା ସହ ଚିରାଚରିତ ଆଇନ୍ ପେଶା ବ୍ୟତୀତ ଆଇନ୍ ଛାତ୍ରଛାତୀଙ୍କର ନିଯୁକ୍ତିର ସୁଯୋଗ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।

ଆଇନ୍ ଛାତ୍ରଛାତ୍ରୀମାନେ ବିଚାର ବିଭାଗୀୟ କ୍ଷେତ୍ର ସହ ଆଇନ ପେଶା ସମେତ କର୍ପୋରେଟ ସେକ୍ଟରରେ ମଧ୍ୟ କାର୍ଯ୍ୟ କରିବାର ସୁଯୋଗ ରହିଛି। ତେଣୁ କର୍ପୋରେଟ ସେକ୍ଟରରେ କିଭଳି ସେମାନେ ଭଲ ନିଯୁକ୍ତି ପାଇବା ସହ ନିଜକୁ ଖାପ ଖୁଆଇପାରିବେ ସେ ସମ୍ପର୍କରେ ବିଶେଷଜ୍ଞମାନେ ଛାତ୍ରଛାତ୍ରୀମାନଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ।

କାର୍ଯ୍ୟକ୍ରମରେ ସ୍ନିଲ୍‌ର ସିନିୟର ପ୍ରଫେସର ପ୍ରବୀର ପଟ୍ଟନାୟକ ଓ ପ୍ରଫେସର ମଧୁସୁଦନ ଦାସ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ରିପ୍ତି ରଞ୍ଜନ ଦାଶ ଓ ତାଙ୍କ ଟିମ୍ ପରିଚାଳନା କରିଥିଲେ।

ଆଇନ୍ ଛାତ୍ରଛାତ୍ରୀ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.