
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ବିଜେପି ତୃତୀୟ ତାଲିକା ପ୍ରକାଶ କରିଛି। ବିଜେପିର ତୃତୀୟ ପ୍ରାର୍ଥୀ ତାଲିକାରେ ୯ ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି। ପ୍ରାର୍ଥୀଙ୍କ ଏହି ତାଲିକା ତାମିଲନାଡୁର ଲୋକସଭା ଆସନ ପାଇଁ।
ଏହି ତାଲିକାରେ ତାମିଲନାଡୁ ବିଜେପି ମୁଖ୍ୟ କେ ଅନ୍ନାମଲାଇଙ୍କୁ କୋଏମ୍ବାଟୁର ଲୋକସଭା ଆସନରୁ ଟିକେଟ ଦିଆଯାଇଛି। ଏଥି ସହିତ ଦୁଇ ଦିନ ପୂର୍ବେ ତେଲେଙ୍ଗାନାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ତାମିଲିସାଇ ସୁନ୍ଦରରାଜନଙ୍କୁ ଚେନ୍ନାଇ ସାଉଥରୁ ଟିକେଟ ଦିଆଯାଇଛି।
ରାଜ୍ୟପାଳ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ବୁଧବାର ଦିନ ସୁନ୍ଦରରାଜନ୍ ବିଜେପିରେ ଯୋଗ ଦେଇଥିଲେ। ସେ ୨୦୧୯ରେ ବିଜେପିରୁ ଇସ୍ତଫା ଦେଇ ତେଲେଙ୍ଗାନାର ରାଜ୍ୟପାଳ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ। ସେ ୨୦୨୧ ମସିହାରେ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବରେ ନିଯୁକ୍ତ ହୋଇଥିଲେ।
ତୃତୀୟ ପ୍ରାର୍ଥୀ ତାଲିକା: