ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଘୋଷିତ ହେବା ପରେ ଅଭିନେତ୍ରୀ କଙ୍ଗନା ରନାୱତ କହିଛନ୍ତି ଯେ, ସେ ଆନୁଷ୍ଠାନିକ ଭାବରେ ରାଜନୈତିକ ଦଳରେ ଯୋଗଦେବାକୁ ଏବଂ ଜଣେ ବିଶ୍ୱସ୍ତ ଜନସେବକ ହେବାକୁ ଆଗ୍ରହୀ। ନଭେମ୍ବର ୨୦୨୩ ରେ ଗୁଜୁରାଟର ଦ୍ୱାରକାଧୀଶ ମନ୍ଦିରରେ ପ୍ରାର୍ଥନା କରିବା ପରେ , ସେ ରାଜନୀତିରେ ପ୍ରବେଶ କରିବାକୁ ଇଙ୍ଗିତ କରିଥିଲେ।
୨୦୨୪ ଲୋକସଭା ନିର୍ବାଚନ ପାଇଁ ଏହାର ପଞ୍ଚମ ତାଲିକାରେ ବିଜେପି ଚାରିଥର ଜାତୀୟ ପୁରସ୍କାର ବିଜେତା ହିମାଚଳ ପ୍ରଦେଶର ଜନ୍ମସ୍ଥାନ ମଣ୍ଡି ନିର୍ବାଚନମଣ୍ଡଳୀରୁ ଦଳର ପ୍ରାର୍ଥୀ ଭାବରେ ତାଙ୍କୁ ନାମିତ କରିଛି। କଙ୍ଗନା ରନାୱତ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି ଯେ, ସେ ବିଜେପିରେ ଯୋଗଦେବାକୁ ନେଇ ଗୌରାବାନ୍ଵିତ ଅନୁଭବ କରୁଛି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ କଙ୍ଗନା ରନାୱତ (୩୭) ପୋଷ୍ଟ କରି ଲେଖିଛନ୍ତି ଯେ, “ମୋର ପ୍ରିୟ ଭାରତ ଏବଂ ଭାରତୀୟ ଜନତାଙ୍କ ନିଜ ଦଳ ଭାରତୀୟ ଜନତା ପାର୍ଟିର ସର୍ବଦା ବିନା ସର୍ତ୍ତରେ ମୁଁ ସମର୍ଥନ ପାଇଛି, ଆଜି ବିଜେପିର ଜାତୀୟ ନେତୃତ୍ୱ ମୋ ଜନ୍ମସ୍ଥାନ ହିମାଚଳରେ ମୋତେ ସ୍ୱାଗତ କରିଛନ୍ତି। ରାଜ୍ୟର ମଣ୍ଡି (ନିର୍ବାଚନମଣ୍ଡଳୀ) ରୁ ମୋତେ ଲୋକସଭା ପ୍ରାର୍ଥୀ ଘୋଷଣା କରିଛନ୍ତି।
ସେ କହିଛନ୍ତି ଯେ, “ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହାଇକମାଣ୍ଡର ନିଷ୍ପତ୍ତିକୁ ମୁଁ ପାଳନ କରୁଛି। ଆନୁଷ୍ଠାନିକ ଭାବେ ପାର୍ଟିରେ ଯୋଗଦେବାକୁ ମୁଁ ସମ୍ମାନିତ ଏବଂ ଉତ୍ସାହିତ ଅନୁଭବ କରୁଛି। ମୁଁ ଜଣେ ଯୋଗ୍ୟ ‘କାର୍ଯ୍ୟକର୍ତ୍ତା’ ଏବଂ ଜଣେ ନିର୍ଭରଯୋଗ୍ୟ ଜନସେବକ ହେବାକୁ ତତ୍ପର। ଧନ୍ୟବାଦ।”