ନୂଆଦିଲ୍ଲୀ: ପ୍ରସିଦ୍ଧ ଅଭିନେତା ଗୋବିନ୍ଦା ମହାରାଷ୍ଟ୍ରର ସିଏମ୍ ନକାଥ ସିନ୍ଦେଙ୍କୁ ଭେଟି ଶିବସେନାରେ ଯୋଗ ଦେଇଛନ୍ତି। ସେ ଲୋକସଭା ନିର୍ବାଚନ ପାଇଁ ଟିକେଟ ପାଇପାରନ୍ତି। ଗୋବିନ୍ଦା ମୁମ୍ବାଇ ଉତ୍ତର ପଶ୍ଚିମ ଆସନରୁ ଟିକେଟ ପାଇପାରନ୍ତି। କଂଗ୍ରେସ ଟିକେଟରେ ଗୋବିନ୍ଦା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ତାଙ୍କୁ ଦଳରେ ସ୍ୱାଗତ କରିବା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ସେ ତୃଣମୂଳ ସ୍ତରରେ ଯୋଡିହୋଇ ରୁହନ୍ତି ଏବଂ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି।
ଗୋବିନ୍ଦା କହିଛନ୍ତି ଯେ, “ଜୟ ମହାରାଷ୍ଟ୍ର … ମୁଁ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଧନ୍ୟବାଦ ଦେଉଛି। ୨୦୦୪-୦୯ ରୁ ମୁଁ ରାଜନୀତିରେ ଥିଲି। ଏଥିରୁ ବାହାରିବା ପରେ ମୁଁ ଭାବି ନଥିଲି ଯେ ମୁଁ ପୁଣି ଫେରିବି। କିନ୍ତୁ ୨୦୧୦-୨୪ ଏହି ୧୪ ବର୍ଷର ବନବାସ ପରେ ମୁଁ ସିନ୍ଦେ ଜୀଙ୍କ ରାମରାଜ୍ୟକୁ ଫେରି ଆସିଛି।”