
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଭୀମ ସେନା ମୁଖ୍ୟ ତଥା ଆଜାଦ ସମାଜ ପାର୍ଟି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ Y + ବର୍ଗର ସୁରକ୍ଷା ପ୍ରଦାନ କରିଛନ୍ତି। ବର୍ତ୍ତମାନ ଚନ୍ଦ୍ରଶେଖର ଆଜାଦ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଯବାନଙ୍କ ସୁରକ୍ଷା ଅଧୀନରେ ରହିବ। ତେବେ ଏହି ସୁରକ୍ଷା ଦାୟିତ୍ଵ କେବଳ ଉତ୍ତରପ୍ରଦେଶ ପାଇଁ ଅଟେ।
୨୦୨୩ ମସିହାରେ ଉତ୍ତରପ୍ରଦେଶର ସାହାରନପୁର ଦେଓବନ୍ଦରେ ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ବହୁତ କ୍ରୋଧ ଦେଖାଦେଇଥିଲା। ଏହି ଆକ୍ରମଣ ପରେ ଚନ୍ଦ୍ରଶେଖର ଆଜାଦ ସୁରକ୍ଷା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅନେକ ଥର ଚିଠି ଲେଖିଥିଲେ। ତେବେ ବର୍ତ୍ତମାନ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଚନ୍ଦ୍ରଶେଖର ଆଜାଦଙ୍କୁ Y ପ୍ଲସ ସୁରକ୍ଷା ଦେଇଛନ୍ତି।