ଭାରତୀୟ ଟିମ୍‌କୁ ଝଟ୍‌କା : ଅଭ୍ୟାସ ସମୟରେ ଆହତ ହେଲେ ବିଜୟ ଶଙ୍କର

Published: Jun 20, 2019, 5:45 pm IST
Vijay Shankar Faces Injury Scare

ଭାରତୀୟ ଟିମ୍‌କୁ ବିଶ୍ବକପ୍‌ରେ ବଡ ଝଟ୍‌କା ଲାଗିଛି । ପୂର୍ବରୁ ଆହତ ହୋଇ ଓପ୍‌ନର ଶିଖର ଧଓ୍ବନ୍‌ ବାଦ୍‌ ପଡିଥିବା ବେଳେ ବର୍ତ୍ତମାନ ଅଲରାଉଣ୍ଡର ବିଜୟ ଶଙ୍କର ଅଭ୍ୟାସ ସମୟରେ ଆହତ ହୋଇଛନ୍ତି । ଶଙ୍କର ଆହତ ହେବା ସହିତ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଖେଳିବା ନେଇ ସନ୍ଦେହ ଦେଖାଦେଇଛି । ବ୍ୟାଟିଂ କରୁଥିବା ସମୟରେ ଜଶପ୍ରୀତ୍‌ ବୁମ୍‌ରାଙ୍କ ବଲ୍‌ ତାଙ୍କ ଗୋଇଠିରେ ବାଜି ଆହତ ହୋଇଛନ୍ତି ବିଜୟ । ରାହୁଲ ଓପନିଂ କରିବା ପରେ ଶଙ୍କର ଚାରି ନମ୍ବର ସ୍ଥାନରେ ବ୍ୟାଟିଂ କରିବା ସହିତ ବୋଲିଂରେ ମଧ୍ୟ ଯୋଗଦାନ ଦେଉଥିଲେ । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଶଙ୍କର ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିବା ସହିତ 15 ରନ୍‌ କରିଥିଲେ । ଆଘାତ ପ୍ରାପ୍ତ ହୋଇଥିଲେ ମଧ୍ୟ ଯନ୍ତ୍ରଣା କମ୍‌ ରହିଥିବା ନେଇ ଭରତ ଅରୁଣ ସୂଚନା ଦେଇଛନ୍ତି ।

Related posts