ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଜୁନ୍ ୩୦ ତାରିଖରେ ହେବାକୁଥିବା ଆଇସିସି ବିଶ୍ୱକପ୍ ମ୍ୟାଚରେ ପାରମ୍ପରିକ ନୀଳ ରଙ୍ଗର ଜର୍ସି ବଦଳରେ କମଳା ରଙ୍ଗର ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ। ଇଂଲଣ୍ଡ ବିପକ୍ଷ ହେବାକୁଥିବା ଏହି ମୁକାବିଲାରେ ଭାରତକୁ ବିକଳ୍ପ ଜର୍ସିର ବ୍ୟବହାର କରିବାକୁ ପଡ଼ିବ। ଆଇସିସି ନିୟମ ମୁତାବକ, କୌଣସି ମ୍ୟାଚର ପ୍ରସାରଣ ଯଦି ଟିଭିରେ ହେଉଥାଏ, ତାହେଲେ ଦୁଇ ଟିମ୍ ଗୋଟିଏ ରଙ୍ଗର ଜର୍ସି ପିନ୍ଧି ଗ୍ରାଉଣ୍ଡକୁ ଓହ୍ଲାଇପାରିବେ ନାହିଁ। ଏବଂ ଆୟୋଜକ ଟିମକୁ ଆଇସିସି ଇଭେଣ୍ଟରେ ତା’ର ନିଜ ଜର୍ସିର ରଙ୍ଗକୁ କାଏମ ରଖିବାକୁ ପଡ଼ିଥାଏ। କେବଳ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ହିଁ ଭାରତର ଜର୍ସିରେ ଏହି ପରିବର୍ତ୍ତନ କରାଯାଇଛି। ତେବେ ଏହି କମଳାରଙ୍ଗର ଜର୍ସିକୁ ନେଇ ସୋସିଆଲ୍ ମିଡ଼ିଆରେ ବେଶ୍ ଚର୍ଚ୍ଚା ଲାଗି ରହିଛି । କେହି କେହି ଏହାକୁ କେନ୍ଦ୍ରର ମୋଦି ସରକାରଙ୍କୁ ଲୋକସଭା ନିର୍ବାଚନରେ ମିଳିଥିବା ବିଜୟ ସହ ଯୋଡ଼ିଛନ୍ତି ।
Tags: