ବଜେଟ୍‌ ପୂର୍ବରୁ ସବୁ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସହ ବୈଠକ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Published: Jun 20, 2019, 6:08 pm IST
nirmal sitharama

ଆସନ୍ତା ଜୁଲାଇ ୫ରେ ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ବଜେଟ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ ବୋଲି ଜଣାପଡିଛି। ବଜେଟ ପୂର୍ବରୁ ଜୁନ୍‌ ୨୧ ଜିଏସଟି କାଉସିଲ ବୈଠକ ମଧ୍ୟ ହେବ। ସୂଚନାଯୋଗ୍ୟ, ଏହା ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍‌ ହେବ। ଆସନ୍ତାକାଲି ଅର୍ଥାତ୍‌ ଜୁନ୍‌ ୨୧ରେ ଜିଏସ୍‌ଟି କାଉନ୍‌ସିଲ୍‌ର ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଟ୍ୟାକ୍ସ ସ୍ଲାବ୍‌ରେ ପରିବର୍ତ୍ତନ ହେବାର ସୂଚନା ରହିଛି । ଏହା ସହିତ ବିଜନେସ୍‌ ଟୁ ବିଜେନସ୍‌ ବିକ୍ରି ପାଇଁ ୫୦ କୋଟି ତଥା ୫୦ କୋଟିରୁ ଉର୍ଦ୍ଧ୍ବ କାରବାର କରୁଥିବା କମ୍ପାନୀ ପାଇଁ କେନ୍ଦ୍ରୀକୃତ ପୋର୍ଟାଲ୍‌ ଇ- ଇନ୍‌ଭଏସ୍‌ ଉପରେ ମଧ୍ୟ ଚର୍ଚ୍ଚା ହେବା ବୋଲି ଜଣାପଡିଛି ।

Related posts