ଗୋଟିଏ ମାଛର ଦାମ ଛ ହଜାର ଟଙ୍କା, ବିଶ୍ବାସ ନ ହେଲେ ବି କଥାଟି ସତ, କି ପ୍ରକାରର ସେ ମାଛ ଜାଣନ୍ତି କି ?

Published: Jun 20, 2019, 9:49 pm IST

ସମୀକ୍ଷା ବ୍ୟୁରୋ

ଗୋଟିଏ ମାଛର ଦାମ କେତେ ହୋଇପାରେ। 3ଶହ ଟଙ୍କା ନହେଲେ 15 ଶହ ଟଙ୍କା। ହେଲେ କେହି କେବେ ଭାବିଛନ୍ତି କି ଗୋଟିଏ ମାଛର ଦାମ ଛ ହଜାର ଟଙ୍କା ହେବ। ଘଟଣାଟି ଅନେକଙ୍କୁ ମିଛ ଲାଗୁଥିଲେ ମଧ୍ୟ ଏହା ସତ କଥା। ଏହି ମାଛଟି ଦେଖିବାକୁ ହେଲେ ଆପଣଙ୍କୁ ଭଦ୍ରକ ଜିଲ୍ଲା ଧାମରାକୁ ଯିବାକୁ ପଡିବ। କାରଣ ଧାମରା ଚନ୍ଦିନୀପାଳ ମାଛଧରା କେନ୍ଦ୍ରରେ ଏପରି ମାଛ ଧରାପଡିଛି ଯାହାର ମୂଲ୍ୟ ରହିଛି ଛ ହଜାର ଟଙ୍କା। ଆଉ ଏହି ଗୋଟିଏ ମାଛର ଓଜନ ହେଉଛି 30 କିଲୋ। ସମୁଦ୍ର କୁଳିଆ ଲୋକଙ୍କ ହିସାବରେ ଏହି ମାଛର ନାମ ହେଉଛି ତେଲିଆ। ଏହା ଏକ ବିରଳ ସାମୁଦ୍ରିକ ମାଛ ବୋଲି ସମୁଦ୍ର ବିଜ୍ଞାନୀମାନେ କହୁଛନ୍ତି। ପ୍ରତିଦିନ ପରି ଆଜି ମଧ୍ୟ ଧମରା ସୁମଦ୍ରକୁ ମାଛମାରିବା ପାଇଁ ମତ୍ସ୍ୟଜୀବୀମାନେ ଯାଇଥିଲେ। ସେମାନେ କେବେ ଭାବି ନ ଥିଲେ ଯେ, ତାଙ୍କ ହାବୁଡରେ ସମୁଦ୍ରର ଏହି ବିରାଟକାୟ ବିରଳ ମାଛ ପଡିବ ବୋଲି। ଏକାଥରକେ ଏହି ମତ୍ସ୍ୟଜୀବୀମାନେ 10ଟି ମାଛ ଧରିଥିଲେ। ପ୍ରଥମେ ଏପରି ମାଛ ଦେଖି ସେମାନେ ହତବାକ ହୋଇପଡିଥିଲେ। ବର୍ଷବର୍ଷ ଧରି ମାଛ ମରି ପେଟ ପୋଶୁଥିଲେ ମଧ୍ୟ କେବେ ବି ସେମାନେ ଏପରି ମାଛ ଦେଖି ନ ଥିଲେ। ସେମାନେ କୂଳକୁ ଆସି ମାଛ ବିକ୍ରିପାଇଁ ଯେତେବେଳେ ଆଣିଲେ ତାହାର ଚାହିଦା ଦେଖି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବଡବଡ ମାଛ ବ୍ୟବସାୟୀମାନେ ଏହି ମାଛ କିଣିବାକୁ ପ୍ରତିଯୋଗିତା ଆରମ୍ଭ ହୋଇଗଲା। କାରଣ ହେଲା ସେମାନେ ଜାଣିଥିଲେ ଯେ, ଏହି ମାଛ ବିଦେଶରେ ବେଶ୍ ଚାହିଦା ରହିଛି। ଫଳରେ ଗୋଟିଏ ମାଛକୁ ହଜାର ଟଙ୍କାରୁ 6 ହଜାର ଟଙ୍କା ପର୍ଯ୍ୟନ୍ତ ଦର ବଢି ଚାଲିଲା। କେବଳ ବ୍ୟବସାୟୀ କାହିଁକି ଏହି ମାଛ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କର ଭିଡ ମଧ୍ୟ ଜମିଗଲା। ଏପରି ବିରଳ ମାଛକୁ ନେଇ ସେହି ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Related posts