
ନୂଆଦିଲ୍ଲୀ: ବିହାରର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ଯେ, ସେ ଏଥର ଲୋକସଭା ନିର୍ବାଚନରେ ଦଳ ପାଇଁ କିଛି କରିପାରିବେ ନାହିଁ। ସୁଶୀଲ ମୋଦୀ X ରେ ଲେଖିଛନ୍ତି ଯେ, ସେ ଗତ ୬ ମାସ ଧରି କର୍କଟ ରୋଗ ସହ ସଂଗ୍ରାମ କରୁଛନ୍ତି। ବର୍ତ୍ତମାନ ସମୟ ଆସିଛି ଲୋକଙ୍କୁ କହିବାର। ଲୋକସଭା ନିର୍ବାଚନରେ ମୁଁ କିଛି କରିପାରିବି ନାହିଁ। ସବୁକିଛି ପ୍ରଧାନମନ୍ତ୍ରୀଙ୍କୁ କୁହାଯାଇଛି। ଦେଶ, ବିହାର ଏବଂ ଦଳ ପାଇଁ ସର୍ବଦା କୃତଜ୍ଞ, ସର୍ବଦା ଉତ୍ସର୍ଗୀକୃତ।
पिछले 6 माह से कैंसर से संघर्ष कर रहा हूँ । अब लगा कि लोगों को बताने का समय आ गया है । लोक सभा चुनाव में कुछ कर नहीं पाऊँगा ।
PM को सब कुछ बता दिया है ।
देश, बिहार और पार्टी का सदा आभार और सदैव समर्पित |— Sushil Kumar Modi (मोदी का परिवार ) (@SushilModi) April 3, 2024
ସୁଶୀଲ କୁମାର ମୋଦୀ ବିହାରର ଉପ-ମୁଖ୍ୟମନ୍ତ୍ରୀ ହେବା ବ୍ୟତୀତ ସେ ମଧ୍ୟ ରାଜ୍ୟସଭା ସାଂସଦ ହୋଇଛନ୍ତି। ତେବେ ଚଳିତ ବର୍ଷ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଯାଇ ନାହିଁ। ସେ ରାଜ୍ୟସଭା, ବିଧାନସଭା ଏବଂ ବିଧାନ ପରିଷଦ ସମେତ ସମସ୍ତ ୪ ଟି ଗୃହର ସଦସ୍ୟ ରହିଛନ୍ତି। ୫ ବର୍ଷ ଧରି ବିଧାନ ପରିଷଦର ସଦସ୍ୟ ମଧ୍ୟ ରହିଆସିଛନ୍ତି।