ଦିଲ୍ଳୀର କାଳିନ୍ଦୀ କୁଞ୍ଜରେ ଏକ କାଠ ଏବଂ ଆସବାବପତ୍ର ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଫଳରେ ଦିଲ୍ଳୀରେ ମେଟ୍ରୋ ସେବା ବ୍ୟାହାତ ହୋଇଛି । ଅଗ୍ନିଶମ ବିଭାଗ ପକ୍ଷରୁ 17ଟି ଗାଡି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଦକ୍ଷିଣ ଦିଲ୍ଲୀର ଜସୋଲା ବିହାର, ଶାହିନ୍ ବାଗ୍ ଏବଂ କାଳିନ୍ଦୀ କୁଞ୍ଜ ମଧ୍ୟରେ ମେଟ୍ରୋ ସେବା ବନ୍ଦ କରାଯାଇଥିବା ନେଇ ଦିଲ୍ଲୀ ମେଟ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଦିଲ୍ଲୀ ମେଟ୍ରୋ ପକ୍ଷରୁ ଶୁକ୍ରବାର ସକାଳୁ ଟ୍ବିଟ୍ କରି ଏହି ସୂଚନା ଦିଆଯାଇଛି । କିଛି ସ୍ଥାନ ସମ୍ପୂର୍ଣ୍ଣ ଧୂଆଁମୟ ହୋଇଥିବାରୁ ମେଟ୍ରୋ ସେବାକୁ କିଛି ସ୍ଥାନରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ କିଛି ସ୍ଥାନରେ ଏହାକୁ ସାମୟିକ ବନ୍ଦ ରଖାଯାଇଛି । ପଶ୍ଚିମ ଜନକପୁରୀ ଏବଂ ଜଶୋଲା ବିହାର, ଶାହିନ ବାଗ ମଧ୍ୟରେ ଅଳ୍ପ ଟ୍ରେନ୍ ଚଳାଚଳ କରିବ ମାତ୍ର କାଳିନ୍ଦୀ କୁଞ୍ଜ ଏବଂ ବଟାନିକାଲ ଗାର୍ଡେନ୍ ମଧ୍ୟରେ ମେଟ୍ରୋ ସେବା ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି । ସେବା ପୁନର୍ବାର ଆରମ୍ଭ ହେଲେ ଟ୍ବିଟ୍ଟର ଜରିଆରେ ସୂଚନା ଦିଆଯିବ ବୋଲି ଡିଏମ୍ଆରସି ପକ୍ଷରୁ ସୂଚନା ଦିଆଯାଇଛି ।
କାଠ ଦୋକାନରେ ଅଗ୍ନିକାଣ୍ଡ : ଦିଲ୍ଲୀରେ ମେଟ୍ରୋ ସେବା ବ୍ୟାହାତ
Published:
Jun 21, 2019, 9:57 am IST
Tags: