Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ‘ଇ – ସମିଟ ୨୦୨୪’ ଉଦ୍ଘାଟିତ
ଆଜିର ଖବର

ସୋଆରେ ‘ଇ – ସମିଟ ୨୦୨୪’ ଉଦ୍ଘାଟିତ

April 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ଆଜି ଆରମ୍ଭ ହୋଇଛି ଦୁଇ ଦିନିଆ ଇ-ସମିଟ। ସୋଆ ଅନ୍ତର୍ଗତ ଅଟଳ ଇନକ୍ୟୁବେସନ୍ ସେଂଟର ସୋଆ ଫାଉଣ୍ଡେସନ୍ ଓ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନକ୍ୟୁବେସନ୍ (ସୋଆ – ସିଆଇଆଇ)ର ମିଳିତ ଆନୁକୂଲ୍ୟରେ ଏହି ସମିଟର ଆୟୋଜନ କରାଯାଇଛି।

ଛାତ୍ରଛାତ୍ରୀ ମାନଙ୍କୁ ଷ୍ଟାର୍ଟଅପ୍ ପ୍ରତି ଅଧିକ ଆଗ୍ରହୀ କରିବାର ଲକ୍ଷ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଓଡ଼ିଶାର ଏଗ୍ଜିକ୍ୟୁଟିଭ ଚେୟାରମ୍ୟାନ୍ ଡକ୍ଟର ଓଙ୍କାର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବପୀଢ଼ି ଆତ୍ମନିର୍ଭରଶୀଳ ହେବା ସହ ନିଯୁକ୍ତି ପ୍ରଦାନକାରୀ ଭାବେ ନିଜକୁ ଗଢ଼ି ତୋଳିବା ଉଚିତ୍ ବୋଲି ପରାମର୍ଶ ଦେଇଥିଲେ। ଏଥି ନିମନ୍ତେ ଷ୍ଟାର୍ଟଅପ ଗୁଡ଼ିକ ଅନେକ ସୁଯୋଗ ସୃଷ୍ଟି କରୁଥିବା ବେଳେ କମ୍ ପୁଞ୍ଜି ନିବେଶ କରି ଛାତ୍ରଛାତ୍ରୀମାନେ କିଭଳି ନିଜ ଷ୍ଟାର୍ଟଅପ୍କୁ ଅଧିକ ଲାଭଦାୟକ କରିପାରିବେ ସେ ବିଷୟରେ ସେ କହିଥିଲେ।
ବର୍ତମାନ ଓଡ଼ିଶାରେ ସୋଆ ଭଳି ଶିଷାନୁଷ୍ଠାନ ଗୁଡ଼ିକ ଇକ୍ୟୁବେସନ୍ ସେଂଟର ଉପରେ ଅଧିକ ଗୁରୁତ୍ୱ ଦେଉଥିବା ଖୁବ୍ ଆନନ୍ଦର ବିଷୟ ବୋଲି ସେ କହିଥିଲେ।

ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ବୃହତ ଷ୍ଟାର୍ଟଅପ୍ ଅର୍ଥନୀତି ଭାବେ ନିଜକୁ ପ୍ରତିଷ୍ଠା କରିପାରିଛି ବୋଲି ପ୍ରକାଶ କରି ଡକ୍ଟର ରାୟ କହିଥିଲେ ଯେ ଓଡ଼ିଶାରେ ୧୯୪୦ଟି ସ୍ୱିକୃତିପ୍ରାପ୍ତ ଷ୍ଟାର୍ଟଅପ୍ ରହିଥିବା ବେଳେ କୃଷି କ୍ଷେତ୍ରରେ ୧୫୧, ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ କ୍ଷେତ୍ରରେ ୨୫, ଅଟୋମୋଟିଭ୍ରେ ୨୭, ଟେଲିକମ୍ୟୁନିକେସନ୍ ଆଣ୍ଡ ନେଟ୍ୱାର୍କିଂରେ ୧୩, ଶିକ୍ଷା କ୍ଷେତ୍ରରେ ୧୩୩, କନ୍ଭେନସ୍ନାଲ୍ ଏନର୍ଜିରେ ୨ ଓ ରିନ୍ୟୁଏବଲ୍ ଏନର୍ଜିରେ ୨୨ଟି ଷ୍ଟାର୍ଟଅପ୍ ଗଢ଼ି ଉଠିଥିବା ସେ କହିଛନ୍ତି।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରଥମ ଥର ପାଇଁ ଏଭଳି ଇ-ସମିଟ ହେଉଥିôବା କହିବା ସହ ଅଟଳ ଇକ୍ୟୁବେସନ୍ ସେଂଟର ଖୁବ୍ ଶୀଘ୍ର ତା’ର କାୟା ବିସ୍ତାର କରିବ ବୋଲି ପ୍ରକାଶ କରିଥିଲେ। କେବଳ ଇଂଜିନିୟରିଂ ନୁହେଁ ମାତ୍ର ବିଭିନ୍ନ ପାଠ୍ୟକ୍ରମରେ ସୋଆରେ ଇନୋଭେସନ୍କୁ ଗୁରୁତ୍ୱ ଦିଆଯାଉଥିବା ସେ କହିଥିଲେ।

ନିକଟରେ ଆଇଆଇଟି ହାଇଦ୍ରାବାଦ ପକ୍ଷରୁ ସୋଆର ଦୁଇଟି ପ୍ରୋଜେକ୍ଟକୁ ପ୍ରଶଂସା କରାଯାଇଥବା ବେଳେ ସେଥି ମଧ୍ୟରୁ ଗୋଟିଏ କୃଷି ଏବଂ ଅନ୍ୟଟି ଡେଂଟାଲ୍ ସାଇନ୍ସେସ୍ ବିଭାଗର ବୋଲି ସେ କହିଥିଲେ।

ଏହି ଅବସରରେ କେନ୍ସ ସେମିକନ୍ର ସିଇଓ ଶ୍ରୀ ରଘୁ ପାନିକର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଷ୍ଟାର୍ଟଅପ୍ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅଧିକ ତଥ୍ୟ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଆଇଟିଇଆର ର ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସୋଆ – ସିଆଇଆଇ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଡକ୍ଟର ରାୟଏକ ଷ୍ଟାର୍ଟଅପ୍ ଏକ୍ସପୋ ଓ ୨୪ ଘଂଟିଆ ଆଇଡିଆ ପ୍ରୋଟୋଟାଇପ୍ ହାକାଥନ୍ ଉଦ୍ଘାଟନ କରିଥିଲେ।

ଆଇଟିଇଆର ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026

ଚିତ୍ରାଚାର୍ଯ୍ୟ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ: ଜନ୍ମମାଟିରେ ପ୍ରତିମୂର୍ତ୍ତି ଉନ୍ମୋଚିତ

February 25, 2026

ଅନିଲ ଅମ୍ବାନୀଙ୍କ ବିରୋଧରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ୩୭୧୬ କୋଟିର ଘର ଜବତ

February 25, 2026

ଆଜି ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମ୍ୟାଚ୍: ବର୍ଷା ହେଲେ କାହାକୁ ମିଳିବ ଲାଭ ଏବଂ କିଏ ସହିବ କ୍ଷତି?

February 25, 2026
Latest News

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026

ଚିତ୍ରାଚାର୍ଯ୍ୟ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ: ଜନ୍ମମାଟିରେ ପ୍ରତିମୂର୍ତ୍ତି ଉନ୍ମୋଚିତ

February 25, 2026

ଅନିଲ ଅମ୍ବାନୀଙ୍କ ବିରୋଧରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ୩୭୧୬ କୋଟିର ଘର ଜବତ

February 25, 2026

ଆଜି ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମ୍ୟାଚ୍: ବର୍ଷା ହେଲେ କାହାକୁ ମିଳିବ ଲାଭ ଏବଂ କିଏ ସହିବ କ୍ଷତି?

February 25, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇସ୍ରାଏଲରେ ଭବ୍ୟ ସ୍ୱାଗତ: ବିମାନବନ୍ଦରରେ ମିଳିଲା ଗାର୍ଡ ଅଫ୍ ଅନର

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.